ଅଷ୍ଟ୍ରେଲିଆ ବିପକ୍ଷରେ 209 ରନ୍ କୁ ଗୋଡ଼ାଇ ଭାରତର ବିଜୟ ପରେ ମଧ୍ୟ ଫ୍ୟାନ୍ସ ନାହାନ୍ତି ଖୁସି, ସୂର୍ଯ୍ୟଙ୍କୁ କଲେ ଟାର୍ଗେଟ

 
ind vs aus surya

ICC ODI ବିଶ୍ବକପ୍‌-2023 କୁ ଏବେ ଯାଏଁ କ୍ରିକେଟ ଫ୍ୟାନ୍ସ ଭୁଲିପାରି ନାହାନ୍ତି । କାଲି ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ ପ୍ରଥମ ମୁକାବିଲା ରୋମାଞ୍ଚକର ହୋଇଛି। ଶେଷ ବଲ୍‌ରେ 1 ରନ୍‌ ଦରକାର ଥିବା ବେଳେ ଯୁବ ବ୍ୟାଟର ରିଙ୍କୁ ସିଂହ ଛକା ମାରି ଭାରତକୁ ବିଜୟ ଦେଇଛନ୍ତି । କିନ୍ତୁ ଏହି ବିଜୟ ର ସ୍ୱାଦ ଫ୍ୟାନ୍ସ ଙ୍କୁ ଫିକା ଲାଗୁଚି, କାରଣ ସେମାନେ ଭାରତର  ବିଶ୍ୱକପ ପରାଜୟ କୁ ଭୁଲି ପାରି ନାହାନ୍ତି ।

kohli rohit sad

ଭାରତ ଏହି T20 ମ୍ୟାଚ୍‌କୁ 2 ୱିକେଟ୍‌ରେ ବିଜୟ ହାସଲ କରିଛି । ବିଶାଖାପାଟଣାର ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ୍‌ ଷ୍ଟାଡିୟମରେ ଭାରତୀୟ ଟିମ୍‌ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ବଳରେ 209 ରନ୍‌ର ବିଜୟ ଲକ୍ଷ୍ୟକୁ 20 ଓଭରରେ ପୂରା କରିଛି ।

କ୍ରିକେଟ ଖବର କୁ ଓଡ଼ିଆ ରେ ପାଇବା ପାଇଁ ଆମ WhatsApp ଚ୍ୟାନେଲ କୁ ଏଠାରେ ଜଏନ କରନ୍ତୁ:

WhatsApp Channel (Join Now) Join Now

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଟିମ୍‌ 8ଟି ୱିକେଟ୍‌ ହରାଇ 214 ରନ୍‌ ସଂଗ୍ରହ କରି ଏହି ମ୍ୟାଚ୍‌ ଜିତିଛି । 5ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତା 26 ତାରିଖରେ କେରଳର ତିରୁଅନନ୍ତପୁରମରେ ଖେଳାଯିବ ।

ଭାରତର ବିଜୟ ପରେ ମଧ୍ୟ ଫ୍ୟାନ୍ସ ନାହାନ୍ତି ଖୁସି:

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ଆରମ୍ଭ କରିଥିଲା ଏବଂ ଭାରତ କୁ 209 ରନ୍ ର ଟାର୍ଗେଟ ଦେଇଥିଲା ।

ତେବେ ବିଜୟ ଲକ୍ଷ୍ୟକୁ ଭାରତ 20 ଓଭରରେ ପୂରା କରିଛି, କିନ୍ତୁ ଏହା ପରେ ମଧ୍ୟ ଲଫାୟାନ୍ସ ସୂର୍ଯ୍ୟ ଙ୍କୁ ବିଶ୍ୱକପ ଫାଇନାଲ ରେ ଭଲ ଖେଳି ନପାରିବା ଯୋଗୁଁ ସମାଲୋଚନା କରିଛନ୍ତି ।