ଅଷ୍ଟ୍ରେଲିଆ ଦଳକୁ ବଡ ଝଟ୍କା, ପିଙ୍କ ବଲ୍ ଟେଷ୍ଟରୁ ଏହି ଘାତକ ବୋଲର ହେଲେ ବାହାର
ଅଷ୍ଟ୍ରେଲିଆ ଦଳକୁ ଦ୍ଵିତୀୟ ଟେଷ୍ଟ ପୁରାରୁ ବଡ଼ ଝଟ୍କା ଲାଗିଛି । ଆଡିଲେଡ୍ ଟେଷ୍ଟ ପୂର୍ବରୁ ଦଳରୁ ବାଦ୍ ପଡିଲେ ଖତରନାକ୍ ବୋଲର ଜୋଶ୍ ହେଜେଲଉଡ୍। ଆହତ ଜନିତ ସମସ୍ୟା ଲାଗି ପିଙ୍କ ବଲ୍ ଟେଷ୍ଟରୁ ବାଦ୍ ପଡିଥନ୍ତି ଜୋଶ୍ ହେଜେଲ୍ଉଡ୍ । ତାଙ୍କ ବଦଳରେ ଜଣେ ନବାଗତ ଖେଳାଳିଙ୍କୁ ସାମିଲ କରାଯାଇଥିବା ଅଷ୍ଟ୍ରେଲିଆ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ନଭେମ୍ବର ୨୨ରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫି । ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯାଇଥିଲା । ଯେଉଁଥିରେ ଭାରତୀୟ ଟିମ୍ ଘରୋଇ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଥିଲା । ଆଉ ଏବେ ଡିସେମ୍ବର ୬ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ / ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଅଛି । ହେଲେ ଏହା ପୂର୍ବରୁ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କ ପାଇଁ ଆସିଛି ଚ୍ୟାଲେଞ୍ଜ ।ଆହତ ସମସ୍ୟା ଲାଗି ୨ୟ ଟେଷ୍ଟରୁ ବାଦ୍ ପଡିଛନ୍ତି ଜୋଶ୍ ହେଜେଲ୍ଉଡ୍ ।
ପ୍ରଥମ ଟେଷ୍ଟରେ ହେଜେଲ୍ଉଡ୍ଙ୍କୁ ଛାଡି ଅନ୍ୟ କୌଣସି ବୋଲର ନିଜର ଦକ୍ଷତା ଅନୁସାରେ ବୋଲିଂ କରିଥିନଥିଲେ । ହେଜେଲ୍ଉଡ୍ ହିଁ ଜଣେ ମାତ୍ର ବୋଲର ଥିଲେ ଯିଏ ଭାରତୀୟଙ୍କ ବ୍ୟାଟରଙ୍କ ଉପରେ ଚାପ ପକାଉଥିଲେ । ସେହିପରି କାନ୍ବେରାରେ ପୂର୍ବରୁ ଖେଳାଯାଇଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତୀୟ ଟିମ୍ ୩୬ ରନ୍ରେ ଅଲଆଉଟ୍ ହୋଇଥିଲା । ଯେଉଁଥିଲେ ହେଜେଲ୍ଉଡ୍ ମାତ୍ର ୫ ଓଭର ବୋଲିଂ କରି ୮ ରନ୍ ଦେଇ ୫ଟି ଓ୍ୱିକେଟ୍ ନେଇଥିଲେ ।
ବର୍ଡର-ଗାଭାସ୍କରର ୨ୟ ଟେଷ୍ଟ ପୂର୍ବରୁ ବାଦ୍ ପଡିଥିବା ହେଜେଲ୍ଉଡ୍ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ଦୁଇ ଜଣ ନବାଗତ ଖେଳାଳିଙ୍କୁ ସାମିଲ କରାଯାଇଛି । ସନ୍ ଆବୋଟ୍ ଏବଂ ବ୍ରାଣ୍ଡନ୍ ଡୋଗେଟ୍ଙ୍କୁ ସାମିଲ କରାଯାଇଛି । ଦୁଇ ଜଣଙ୍କ ମଧ୍ୟରୁ କିଏ ୨ୟ ଟେଷ୍ଟ ମ୍ୟାଚ୍ରେ ଖେଳିବ ।ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ତଥାପି ଯିଏ ବି ଖେଳିବ, ସିଏ ଟେଷ୍ଟ କ୍ରିକେଟ୍ରେ ଡେବ୍ୟୁ କରିବ ।