ହରମାନପ୍ରୀତଙ୍କ ଭୁଲ କାରଣରୁ ଭାଙ୍ଗିଲା କୋଟି କୋଟି ଲୋକଙ୍କ ହୃଦୟ, ପ୍ରଶଂସକମାନେ ଧୋନିଙ୍କ RUN-OUT କୁ ମନେ ପକାଇ କହିଲେ ଏମିତି....

 
harmanpreet dhoni run out

କ୍ରିକେଟ ଖବର: ଫେବୃଆରୀ 23 ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମାନପ୍ରୀତ କୌର ରନ ଆଉଟ୍ ହେବା କାରଣରୁ ଦଳ ମ୍ୟାଚ ହାରିଥିଲା। ସେମିଫାଇନାଲ ମ୍ୟାଚରେ ଯେତେବେଳେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ କଙ୍ଗାରୁ ବୋଲିଂକୁ ସାମ୍ନା କରିପାରି ନଥିଲେ, ସେତେବେଳେ ଅଧିନାୟକ ଏକ ଭଲ ଇନିଂସ ଖେଳି ବିଜୟର ଆଶା ବଢ଼ାଇଥିଲେ। କିନ୍ତୁ ସେହି ସମୟରେ ତାଙ୍କର ଗୋଟିଏ ଭୁଲ ବିଜୟକୁ ପରାଜୟରେ ପରିଣତ କରି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା। 

run out

ଏହି ରନ ଆଉଟ୍ ଯନ୍ତ୍ରଣା ଏତେ ଥିଲା ଯେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏମଏସ ଧୋନିଙ୍କ 2019 ମସିହାରେ ହୋଇଥିବା ରନ୍ ଆଉଟ୍ କଥା ମନେ ପକାଇଲେ ଏବଂ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କଲେ। 

173 ରନ୍‌ର ଟାର୍ଗେଟକୁ ଗୋଡ଼ାଇବା ପାଇଁ ବାହାରିଥିବା ଟିମ୍ ଇଣ୍ଡିଆର ଇନିଂସ ଆରମ୍ଭରେ ବିଫଳ ହୋଇଥିଲା।  ଭାରତ ମାତ୍ର 28 ରନରେ ଦଳ 3 ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା। ଏହି ଅବସରରେ ହରମାନପ୍ରୀତ କୌର ଜେମିମା ରୋଡ୍ରିଗୁସଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଲାଗିଲେ। ଏହି ଦୁଇ ଖେଳାଳି 41 ବଲରେ 69 ରନ୍ ସହଭାଗୀତା ବାଣ୍ଟିଥିଲେ, ଯାହା ଟିମ୍ ଇଣ୍ଡିଆକୁ ଏକ ଦୃଢ଼ ସ୍ଥିତିରେ ରଖିଥିଲା। 

ତେବେ ଯେତେବେଳେ ଦଳୀୟ ସ୍କୋର 97 ଥିଲା ଜେମିମା ଆଉଟ୍ ହୋଇଥିଲେ, ଇନିଂସକୁ ଆଗକୁ ନେବା ଦାୟିତ୍ୱ ହରମନଙ୍କ ନିକଟକୁ ଆସିଗଲା। କ୍ୟାପଟେନ ହରମାନ 52 ରନ କରି ଏକ ଦୁର୍ଭାଗ୍ୟଜନକ ରନ୍‌ ଆଉଟର ଶିକାର ହୋଇଥିଲେ। ବାସ୍ତବରେ, ରନ୍ ନେବାବେଳେ ତାଙ୍କ ବ୍ୟାଟ୍ ଭୂମିରେ ଅଟକି ଯାଇଥିଲା ଯେଉଁଥିପାଇଁ ସେ କ୍ରିଜ୍ ପାର ହୋଇପାରିନଥିଲେ।ଶେଷରେ ଭାରତକୁ 5 ରନର ପରାଜୟର ସାମ୍ନା କରିବାକୁ ପଡିଥିଲା। 

ଏଥି ସହିତ, ଏହି ରନ୍ ଆଉଟ୍ ରେ ପ୍ରଶଂସକମାନେ ଏମଏସ ଧୋନିଙ୍କ ବିଶ୍ୱକପ 2019 ମସିହାର ରନଆଉଟକୁ ମନେ ପକାଇଲେ ଏବଂ ସୋସିଆଲ ମିଡିଆରେ ସେମାନଙ୍କ ଯନ୍ତ୍ରଣା ସହିତ କ୍ରୋଧ ପ୍ରକାଶ କରିଥିଲେ। 

ଆହୁରି ପଢ଼ନ୍ତୁ: "ଟଙ୍କା ପାଇଁ ଦେଶକୁ ବିକ୍ରି କଲେ", ସେମିଫାଇନାଲରେ ଲଜ୍ଜାଜନକ ପରାଜୟ ପରେ, ଟିମ୍ ଇଣ୍ଡିଆ ଉପରେ ଲାଗିଲା ମ୍ୟାଚ୍ ଫିକ୍ସିଂ ଅଭିଯୋଗ