BCCI ନେଲା ବଡ଼ ନିଷ୍ପତି, ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇ ଏହି ଆଲ ରାଉଣ୍ଡର ଖେଳାଳିଙ୍କୁ କଲା ଉପ ଅଧିନାୟକ

 

କ୍ରିକେଟ୍ ଖବର: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍ ର ଏକ ଟେଷ୍ଟ ସିରିଜ୍ ଖେଳାଯାଉଛି। ଏହି ସିରିଜରେ ଭାରତ କଙ୍ଗାରୁକୁ 2-0ରେ ପରାସ୍ତ କରି ସିରିଜରେ ଆଗରେ ରହିଛି। ଏଥି ସହିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ଦୁଇଟି ବିଜୟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥି ସହିତ, ଏହି ସିରିଜର ତୃତୀୟ ମ୍ୟାଚ୍ ଫେବୃଆରୀ 1 ରୁ ଫେବୃଆରୀ 5 ପର୍ଯ୍ୟନ୍ତ ଇନ୍ଦୋରରେ ଖେଳାଯିବ। 

ଯଦି ଆୟୋଜକ ରୋହିତବାହିନୀ ଏହି ମ୍ୟାଚ୍ ଜିତନ୍ତି, ତେବେ ସେମାନେ ପ୍ରଥମ ଦଳ ହୋଇ WTC ଫାଇନାଲରେ ପ୍ରବେଶ କରିବେ। ଏହି ପର୍ଯ୍ୟାୟରେ, ବୋର୍ଡର୍ ଗାଭାସ୍କର ଟ୍ରଫି ମଝିରେ ଅକ୍ସର ପଟେଲଙ୍କୁ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।

ଅକ୍ସର ପଟେଲ୍ ହେଲେ ଦଳର ଉପଅଧିନାୟକ : 

ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡର୍ ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ। ତେବେ କେବଳ ଏହି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ ପାଇଁ ସେ ଅନେକ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ଆଜି ତାଙ୍କୁ ମିଳିପାରିଛି। ଲଗାତାର ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳର ଉପଅଧିନାୟକ ପଦ ଉପହାର ମିଳିଛି ।

ଆସନ୍ତା ଆଇପିଏଲ 2023 ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ । ତେଣୁ ତାଙ୍କ ସ୍ଥାନରେ ନୂଆ ଅଧିନାୟକ ନିୟୋଜିତ କରିଛି ଟିମ ମ୍ୟାନେଜମେଣ୍ଟ। ଋଷଭ ପନ୍ତଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣରଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଏହାପରେ ଦଳର ଉପଅଧିନାୟକ ପଦ ମଧ୍ୟ ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲଙ୍କ ହାତରେ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍।

ଭାରତ ପାଇଁ ଲଗାତାର ଭଲ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦିଲ୍ଲୀ ଏଭଳି ଏକ ଉପହାର ଭେଟି ଦେଇଛି। ଫ୍ରାଞ୍ଚାଇଜିର ଜଣେ ସଦସ୍ୟ କହିଛନ୍ତି ଯେ, ୱାର୍ଣ୍ଣର ହିଁ ଆମ ଦଳର ଅଧିନାୟକ ହେବେ ଏବଂ ଉପ-ଅଧିନାୟକ ଦାୟିତ୍ୱରେ ରହିବେ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ। ତେବେ ଅକ୍ସର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ୮୪ ରନ କରି ଗୋଟିଏ ୱିକେଟ ନେଇଥିଲେ। ଏହାପରେ ଦିଲ୍ଲୀ ଟେଷ୍ଟରେ ବୋଲିଂରେ ସଫଳତା ନ ପାଇଥିଲେ ମଧ୍ୟ ବ୍ୟାଟିଂରେ ୭୪ ରନ ସଂଗ୍ରହ କରିଥିଲେ ଅକ୍ସର।

ଆହୁରି ପଢ଼ନ୍ତୁ: ସେମିଫାଇନାଲରେ ହାରିବା ପରେ ଭାବପ୍ରବଣ ହୋଇ କାନ୍ଦିଲେ ଅଧିନାୟକ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ