ଦେଖନ୍ତୁ ଭାଇରାଲ୍ VIDEO: ଷ୍ଟିଭ୍ ସ୍ମିଥଙ୍କ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଦେଖି ରୋହିତ ମଧ୍ୟ ହେଲେ ଆଶ୍ଚର୍ଯ୍ୟ

 

କ୍ରିକେଟ ଖବର: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ତାଙ୍କ ବ୍ୟାଟିଂରେ ଖେଳ ପରିବର୍ତ୍ତନ କରିବାକୁ ଜଣାଶୁଣା, କିନ୍ତୁ ବିଶାଖାପାଟନମରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ସେ ସ୍ଲିପ୍‌ରେ ଫିଲ୍ଡିଂ କରିବା ସମୟରେ ଏପରି ଆଶ୍ଚର୍ଯ୍ୟଜନକ କ୍ୟାଚ୍ ନେଇଥିଲେ, ଯେଉଁ କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ହେଡଲାଇନ ସୃଷ୍ଟି କରୁଛନ୍ତି।  

ବାସ୍ତବରେ, ସେ ଡେଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍ ଧରିଥିଲେ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ଭାରତୀୟ ଇନିଂସର ଦଶମ ଓଭରରେ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରୁଥିଲେ। ଏହି ଓଭର ଅଷ୍ଟ୍ରେଲିଆ ପାଇଁ ସୀନ ଆବଟ୍ଟ ପକାଉଥିଲେ। 

ଆବଟ୍ ଅଫ୍ ଷ୍ଟମ୍ପ୍ ବାହାରେ ବଲ୍ ପକାଇଥିଲେ। ଆଉ ହାର୍ଦ୍ଦିକଙ୍କ ବ୍ୟାଟର ଧାରକୁ ବାଜି ବଲ୍ ସିଧା ସ୍ଲିପ୍‌ରେ ଫିଲ୍ଡିଂ କରିଥିବା ସ୍ମିଥଙ୍କ ନିକଟକୁ ଯାଇଥିଲା। ଆଉ ସ୍ମିଥ୍ ଟିକେ ବି ଅବେହେଳା ନ କରି ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ ଧରିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। 

ସ୍ମିଥଙ୍କ ଏହି କ୍ୟାଚ୍ ଧରିବା ଅତ୍ୟନ୍ତ ଚମତ୍କାର ଥିଲା, ଯାହାକୁ ଦେଖି ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଖେଳାଳି ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଅଷ୍ଟ୍ରେଲୀୟ ଖେଳାଳିମାନେ ଖୁସି ହୋଇଥିଲେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟେନସନ୍ ଦେଖାଯାଉଥିଲେ।  କେବଳ ଏତିକି ନୁହେଁ ପ୍ରଶଂସକଙ୍କ ମଧ୍ୟରେ ନୀରବତା ମଧ୍ୟ ରହିଥିଲା।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: IPL 2023: ଏହି ଖେଳାଳି ହେବେ ଶ୍ରେୟସ୍ ଆୟରଙ୍କ ସ୍ଥାନରେ KKR ଦଳର ଅଧିନାୟକ! ତାଙ୍କ ଆଘାତ ବଢାଇଲା ଦଳର ଟେନସନ୍