ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ପରେ ମଧ୍ୟ ଯଶସ୍ବୀ ମାଗିଲେ କ୍ଷମା ଏବଂ କହିଲେ, "ମୁ କ୍ଷମା ମାଗୁଛି ଯେ..."

 

ଦ୍ୱିତୀୟ ଟି -20 ରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ 44 ରନରେ ପରାସ୍ତ କରିଛି । ଏହା ସହିତ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ 5 ମ୍ୟାଚ୍ ବିଶିଷ୍ଟ ସିରିଜରେ 2-0 ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ଖେଳି 4 ୱିକେଟ୍ ପାଇଁ 235 ରନ୍ ସ୍କୋର କରିଥିଲା ।

ଯଶସ୍ୱୀ ଜୈଶୱାଲ 53, ରିତୁରାଜ ଗାଇକୱାଡ 85 ଏବଂ ଇଶାନ କିଶନ 52 ରନ ସ୍କୋର କରିଥିଲେ । ଶେଷ ଓଭରରେ ରିଙ୍କୁ ସିଂ 9 ବଲରେ ଅପରାଜିତ 31 ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ 9 ୱିକେଟ୍ ପାଇଁ ମାତ୍ର 191 ରନ୍ ସ୍କୋର କରିଥିଲା । ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ଏବଂ ଲେଗ ସ୍ପିନର ରବି ବିଷ୍ଣୁଙ୍କୁ ପ୍ରତ୍ୟେକଙ୍କୁ 3-3 ୱିକେଟ୍ ମିଳିଥିଲା ।

ପ୍ଲେୟାର ଅଫ୍ ଦି ମ୍ୟାଚ୍ ପରେ ଯଶ୍ବସୀ ଜୈସୱାଲ ଏକ ବଡ଼ ଖୁଲାସା କରିଥିଲେ:

21 ବର୍ଷ ବୟସ୍କ ବାମହାତୀ ବ୍ୟାଟ୍ସମ୍ୟାନ୍ ଯଶ୍ବସୀ ଜୈସୱାଲ କହିଛନ୍ତି ଯେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମୋ ପାଇଁ ସ୍ୱତନ୍ତ୍ର । ଆଜି ମୁଁ ମୋର ଖେଳକୁ ଉପଭୋଗ କଲି । ମୁଁ ସମସ୍ତ ସଟ୍ ଖେଳିବାକୁ ଚେଷ୍ଟା କରୁଥିଲି ।

ସେ ଆଗକୁ କହିଲେ "ମୁଁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ କୋଚ୍ ଭିଭିଏସ୍ ଲକ୍ଷ୍ମଣଙ୍କଠାରୁ ସମ୍ପୂର୍ଣ୍ଣ ଫ୍ରିଡମ ପାଇଥିଲି । ଏହା ଜଣା ଯେ ପ୍ରଥମ ମ୍ୟାଚ୍‌ରେ ଯଶସ୍ବୀ ମଧ୍ୟ 21 ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଦ୍ରୁତ ରନ୍ ସ୍କୋର କରିବାକୁ ଚେଷ୍ଟା କରୁଥିବାବେଳେ ରିତୁରାଜ ଗାଇକୱାଡ ଆଉଟ୍ ହୋଇଥିଲେ।"

କ୍ଷମା ମାଗିଲେ ଜୈସୱାଲ:

ଜୈସୱାଲ କହିଛନ୍ତି ଯେ ମୁଁ ଅଭିଜ୍ଞ ଖେଳାଳିଙ୍କ ସହ କିପରି ନିଜକୁ ଉନ୍ନତ କରିପାରିବି ସେ ବିଷୟରେ ମୁଁ ସର୍ବଦା ଚିନ୍ତା କରେ। ମୁଁ ତଥାପି ଶିଖୁଛି । ଶେଷ ମ୍ୟାଚରେ ମୋର ଭୁଲ ହେତୁ ରୁତୁରାଜ ଗାଇକୱାଡ ଆଉଟ୍ ହୋଇଥିଲେ। ମୁଁ ତାଙ୍କ ପାଖକୁ ଯାଇ ସରି କହିଲି। ମୁଁ ଏକ ଭୁଲ କଲ କରିଥିଲି ।

ଆଗକୁ ସେ କହିଲେ, "ଋତୁରାଜ ଜଣେ ଅତି ନମ୍ର ଖେଳାଳି । ସେ ମୋତେ କହିଥିଲେ ଯେ ପରବର୍ତ୍ତୀ ସମୟରେ ଆମେ ରନ ନେବା ସମୟରେ ଆମେ ଭୁଲ୍ କରିବା ନାହିଁ। ମୁଁ ମୋର ଫିଟନେସ୍ ଓ ସଟ୍ ଉପରେ ମଧ୍ୟ କାମ କରୁଛି  । ମୁଁ ଭାବୁଛି ଏହି ସ୍ତରରେ ମାନସିକ ଦୃଢ଼ତା ଅଧିକ ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ମୁଁ ଭଲ ହେବାକୁ ଚେଷ୍ଟା କରୁଛି ।"