ବିଶ୍ୱକପ ଫାଇନାଲ ରେ ପରାଜୟ ପରେ ମଧ୍ୟ ଭାରତ ଉପରେ ହେଲା ଟଙ୍କା ର ବର୍ଷା, ମିଳିଲା ଏତେ କୋଟି ଟଙ୍କା

 

ବିଶ୍ୱକପ ଟ୍ରଫି ଜିତିବାର ଭାରତର ଆଶା ବିଫଳ ହେବା ପରେ ନିରାଶ ପ୍ରଶଂସକ, ନିରାଶ ଦେଶବାସୀ, ନିରାଶ ଭାରତ । ଅଧୁରା ରହିଗଲା ୩ୟ ବିଶ୍ବକପ୍‌ ସ୍ବପ୍ନ । ଦିନିକିଆ ବିଶ୍ବକପ୍‌ ଜିତିବା ଆଶା ଧୂଳିସାତ୍ । ଷଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ୍‌ ହେଲା କଙ୍ଗାରୁ ଟିମ୍ । ଭାରତର ବିଶ୍ବକପ୍‌ ଆଶା ପୁଣି ଧୂଳିସାତ୍‌ ହୋଇଛି ।

ତେବେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟପ୍ରେମୀ । ଖୁବ୍ ସହଜରେ ଭାରତ ଠାରୁ ମ୍ୟାଚ୍‌ ଛଡାଇ ନେଇ ବିଶ୍ବକପ୍‌ ଚାମ୍ପିୟନ ହୋଇଛି କଙ୍ଗାରୁ ଟିମ୍ । ଭାରତ ଦେଇଥିବା ୨୪୧ ରନ୍‌ର ଟାର୍ଗେଟ୍‌କୁ ୪୩ ଓଭରେ ମାତ୍ର ୩ ଓ୍ବିକେଟ୍‌ ହରାଇ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ ।

ଏବେ ସବୁଠାରେ ଗୋଟିଏ ପ୍ରଶ୍ନ, ପରାଜୟର କାରଣ କଣ? କାହିଁକି ହାରିଲା ଭାରତ? ୨୪୧ ରନ୍‌ର ବିଜୟଲକ୍ଷ୍ୟକୁ ସହଜରେ ଜିତିନେଇଛି ଅଷ୍ଟ୍ରେଲିଆ । ୧୨ ବର୍ଷ ପରେ ଭାରତର ବିଶ୍ବକପ୍‌ ଆଶା ପୁଣି ୪ ବର୍ଷ ଘୁଞ୍ଚିଯାଇଛି । ପ୍ରଶଂସକଙ୍କୁ ହତାଶ କରିଛନ୍ତି ଭାରତୀୟ ଖେଳାଳି । ବିଶ୍ବ ଚାମ୍ପିୟନ୍‌ ହୋଇଛି ଅଷ୍ଟ୍ରେଲିଆ ।

ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି ସତ କିନ୍ତୁ ଦଳ ଉପରେ ହେଲା ଟଙ୍କା ର ବର୍ଷା:

ବିଶ୍ବକପ୍‌ ଫାଇନାଲ ଭଳି ମୁକାବିଲାରେ ଦଳ ପରାସ୍ତ ହେବା ପରେ ବି ମୋଟା ଅଙ୍କର ଟଙ୍କା ପାଇଛନ୍ତି ଖେଳାଳି ଏବଂ ସଦସ୍ୟ । ବିଶ୍ବକପ୍‌ରେ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ ମୋଟ ୩୩ କୋଟି ଟଙ୍କା ପାଇଛି । ଚାମ୍ପିୟନ୍ ଟ୍ରଫି ବ୍ୟତିତ ଦଳ ଉପରେ ଟଙ୍କା ବର୍ଷା ହୋଇଛି ।

ସେହିଭଳି ଭାରତୀୟ ଦଳକୁ ବି ମୋଟା ଅଙ୍କର ଅର୍ଥରାଶି ମିଳିଛି । ଚାମ୍ପିୟନ୍‌ ଦଳକୁ ୩୩ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ୍‌ ଦଳକୁ ୧୬ କୋଟି ଟଙ୍କା ମିଳିଛି । ଭାରତ ରନର୍ସ ଅପ୍‌ ହୋଇଥିବାରୁ ଦଳକୁ ୧୬ କୋଟି ଟଙ୍କା ମିଳିଛି । ସେହିଭଳି ଦୁଇ ସେମି ଫାଇନାଲ ଟିମ୍‌ଙ୍କୁ ୬.୬୫ କୋଟି ଟଙ୍କା ଲେଖାଏଁ ମିଳିଛି । ସେମି ଫାଇନାଲକୁ ଯାଇଥିବା ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାକୁ ୬.୬୫ କୋଟି ଟଙ୍କା ଲେଖାଏଁ ମିଳିଛି ।

ଏମିତି ଥିଲା ମ୍ୟାଚ ର ସ୍ଥିତି:

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ସମସ୍ତ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଥିଲା ୨୪୦ ରନ୍ । ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ବଡ ସ୍କୋର କରିବାରୁ ବଞ୍ଚିତ ହୋଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ୪୩ ଓଭରରେ ୪ ଓ୍ବିକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଛି । କଙ୍ଗାରୁ ଟିମ୍ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲେ ସୁଦ୍ଧା ଟ୍ରେଭିସ୍ ହେଡ୍‌ ଏବଂ ମାର୍ନସ୍ ଲାବୁସେନଙ୍କ ଦର୍ଶନୀୟ ଇନିଂସ ବଳରେ ବିଜୟ ହାସଲ କରିଛି ।