ଇଂଲଣ୍ଡ ହେଲା ଧରାଶାୟୀ, ଆଫ୍ରିକା ସାମ୍ନାରେ 8 ଘଣ୍ଟା କାନ୍ଦିଲେ ଇଂରାଜୀ ଖେଳାଳି, ହେଲା ଲଜ୍ଜାଜନକ ପରାଜୟ

 

ଶନିବାର ମୁମ୍ବାଇରେ ହୋଇଥିବା ବିଶ୍ୱକପ୍ ଫାଇଟ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଇଂଲଣ୍ଡ । ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହୋଇଥିବା ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି 399 ରନ୍‌ର ବିଶାଳ ସ୍କୋର୍ କରିଥିଲା।

400 ର ଟାର୍ଗେଟ୍ ନେଇ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଅତି ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଫଳର ଦଳ 22 ଓଭରରେ ମାତ୍ର 170 ରନ୍ କରିବା ସହ ଅଲ୍‌ଆଉଟ୍ ହୋଇଯାଇଛି । ଇଂଲଣ୍ଡର ଅତି ଦୁର୍ବଳ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା 229 ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି।

ମ୍ୟାଚ୍‌ରେ 2.3 ଓଭରରେ ଇଂଲଣ୍ଡର ୱିକେଟ୍ ପତ୍ତନ ଆରମ୍ଭ ହୋଇଯାଇଥିଲା। ଏହାପରେ ଲଗାତର ଭାବେ 2-4 ଓଭର ବ୍ୟବଧାନ ମଧ୍ୟରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ଦଳ। ଓପନିଂ ଯୋଡ଼ି ସମ୍ପୂର୍ଣ୍ଣ ଫେଲ୍ ମାରିବା ପରେ ୱିକେଟର ଲମ୍ବା ଲାଇନ୍ ଲାଗିଥିଲା। 8 ଜଣ ବ୍ୟାଟର ବ୍ୟକ୍ତିଗତ ଭାବେ 20 ରନ୍‌ ବି ଛୁଇଁ ପାରି ନଥିଲେ।

ଦଳ ପକ୍ଷରୁ ଜନି ବେୟାର ଷ୍ଟୋ (12 ବଲ 10 ରନ୍), ଡେଭିଡ ମଲାନ (11 ବଲ 6 ରନ୍), ଜୋ ରୁଟ(6 ବଲ 2 ରନ୍), ବେନ ଷ୍ଟୋକ୍ (8 ବଲ 5 ରନ୍), ହେରୀ ବ୍ରୋକ (25୫ ବଲ 17 ରନ୍), ଜସ ବଟଲର (7 ବଲ 15 ରନ୍), ଡେଭିଡ ୱିଲେ (12 ବଲ 12 ରନ୍), ଆଦିଲ ରଶିଦ( 14 ବଲ 10 ରନ୍), ଗସ ଏଟିଙ୍ଗସନ (21 ବଲ୍ 35 ରନ୍), ରିସ ଟୋପ୍‌ଲେ ଆହତ ହୋଇଥିଲେ ରିଟାର୍ଡ ହଟ୍‌ ହୋଇଯାଇଥିଲେ । ଶେଷ ପର୍ଯ୍ୟନ୍ତ ମାର୍କ ଉଡ୍* (17 ବଲ 43) ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ । ଫଳରେ ଦଳ ମାତ୍ର 22 ଓଭରରେ 170 ରନ୍‌ କରିବାରେ ସକ୍ଷମ ହୋଇଥିଲା ।

ଶନିବାର ମ୍ୟାଚ୍‌ରେ ବ୍ୟାଟିଂ ଭଳି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଛି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟର ବିଶାଳ ସ୍କୋର କରି ଇଂଲଣ୍ଡ ଟିମ୍‌କୁ ଉପରେ ଚାପ ପକାଇ ଦେଲେ। ପରେ ବୋଲରମାନେ ଚାପରେ ଥିବା ବ୍ୟାଟରଙ୍କୁ ଚକ୍‌ମା ଦେଖାଇ ଦେଲେ। ଇଂଲଣ୍ଡର କୌଣସି ବ୍ୟାଟର ଆଜି ହାତ ଖୋଲିପାରିଲେ ନଥିଲେ। 8 ବ୍ୟାଟର ବ୍ୟକ୍ତିଗତ 20 ସ୍କୋର ବି କରିପାରି ନଥିଲେ।