ଭାରତର ବିଜୟ ସହି ପାରୁନି ପାକିସ୍ଥାନ, କହିଲା ବୁମ୍ରାଙ୍କ ବୋଲିଂ ଏକ୍ସନ ଲିଗାଲ ନୁହଁ, ତାଙ୍କୁ ବ୍ୟାନ କରାଯାଉ

 

ଭାରତୀୟ ଦଳ ବର୍ତ୍ତମାନ ଟି -20 ବିଶ୍ୱକପ 2024 ର ସୁପର -8 ରାଉଣ୍ଡରେ ପ୍ରଥମ ମଞ୍ଚ ଆଫଗାନିସ୍ତାନ ଦଳ ବିପକ୍ଷରେ ଖେଳିଲା । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହା ଠିକ ମଧ୍ୟ ପ୍ରମାଣିତ ହୋଇଥିଲା । ଭାରତ 47 ରନ୍ ରେ ଏହି ମ୍ୟାଚ ଜିତିଥିଲା ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାକିସ୍ତାନୀ କହିଲେ ଏମିତି:

ଟି -20 ବିଶ୍ୱକପ 2024 ରୁ ପାକିସ୍ତାନ ଦଳ ବାହାର ହେବା ପରେ ପାକିସ୍ତାନ ର ଫ୍ୟାନ୍ସ ପାଗଳ ହୋଇଯାଇଛନ୍ତି, ସେମାନେ ଭାରତର ବିଜୟ ସହି ପାରୁ ନାହାନ୍ତି ।

ପାକିସ୍ତାନୀ ଫେସବୁକ ରେ ବୁମ୍ରା ଙ୍କ ଫୋଟୋ ପୋଷ୍ଟ କରି ICC କୁ ବଡ଼ ନିବେଦନ କରିଛନ୍ତି ।

ଏହି ପୋଷ୍ଟ ରେ ସେମାନେ ICC କୁ ନିବେଦନ କରିଛନ୍ତି ଯେ, ବୁମ୍ରାଙ୍କ ବୋଲିଂ ଶୈଳୀ ଲିଗାଲ ନୁହଁ, ତେଣୁ ତାଙ୍କୁ ବ୍ୟାନ କରାଯାଉ ।