ବିଶ୍ଵକପ୍ କୁ ନେଇ ହେଲା ବଡ଼ ଭବିଷ୍ୟବାଣୀ, ଏହି ୪ଟି ଟିମ୍ ଯିବେ ସେମିଫାଇନାଲ, ଏହି ଦେଶ ପିନ୍ଧିବ ବିଜୟର ମୁକୁଟ

 
wc 2023 winner

ଆଗକୁ ଆସୁଥିବା ବିଶ୍ୱକପ୍ କୁ ନେଇ କରାଗଲା ଭବିଷ୍ୟବାଣୀ। କାଶୀର ପଣ୍ଡିତ କହିଲେ କିଏ ହେବ ବିଜେତା ଦଳ। ତେବେ କଣ ସତରେ ହେବାକୁ ଯାଉଛି ଏମିତି ଯଦି ଏପରି ହୁଏ ତେବେ ଏହା ଭାରତ ପାଇଁ ଏକ ବିଶେଷ ଖୁସିର ଖବର ହେବ। କାରଣ ଏପରି ହେଲେ ପୁଣି ଥରେ ଇତିହାସ ରଚିବ ଭାରତ।

କାରଣ ଯଦି ବିଶ୍ୱକପ୍ ର ଇତିହାସକୁ ଦେଖାଯାଏ ତେବେ ହୋଷ୍ଟିଙ୍ଗ କଣ୍ଟ୍ରିର ଜିତିବା ୨୦୧୭ରେ ଭାରତକୁ ଛାଡ଼ି ଦେଲେ ଆଉ କେଉଁ ଦେଶ ହୋଇ ପାରି ନାହାଁନ୍ତି। ତେବେ ସତରେ କଣ ପୁଣି ସେହି ଇତିହାସକୁ ଦୋହରାଇବାକୁ ଯାଉଛି ଭାରତ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭବିଷ୍ୟ ବାଣୀ।

wc

ଏଥି ମଧ୍ୟରେ କାଶିର ପଣ୍ଡିତ ଗ୍ରହ ଓ ନକ୍ଷତ୍ର ମାନଙ୍କର ଗଣନା କରି ଯେଉଁ ଚାରୋଟି ଦଳ ସେମି ଫାଇନାଲ କୁ ଯିବ ଓ କେଉଁ ଟିମ୍ ବିଜୟର ମୁକୁଟ ପିନ୍ଧିବ ତାହା ଘୋଷଣା କରିଛନ୍ତି। ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ କହିଛନ୍ତି ସେମି ଫାଇନାଲରେ ଖେଳିବାକୁ ଥିବା ଚାରୋଟି ଦଳ ହେଉଛି ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ।

ଜ୍ୟୋତିଷଙ୍କ କହିବା ଅନୁସାରେ ଏଥର ବୃହସ୍ପତି ମଙ୍ଗଳ ଗ୍ରହର ଅବସ୍ଥାନ କରିଛନ୍ତି। ଏବଂ ଶନି ତାଙ୍କ ମୁଖ୍ୟ ସିଂହ ରାଶିରେ ଅବସ୍ଥାନ କରିଛନ୍ତି।ଯାହା କି ଭାରତ ପାଇଁ ଶୁଭଙ୍କର ରହିଛି।ମଙ୍ଗଳର ବୃହସ୍ପତି ୨୦୧୯ ବିଶ୍ଵକପ ରେ ମଧ୍ୟ ଭାରତକୁ ଜିତାଇଥିଲ। ତେଣୁ କରି ଭାରତ ଏଥର ସେମି ଫାଇନାଲ ଜିତି ଫାଇନାଲରେ ପହଞ୍ଚିବାର ଓ ମୁକୁଟ ହାତେଇବାର ସମ୍ଭାବନା ଅଧିକ ରହିଛି।