ବଡ ଖବର: ଅପମାନଜନକ ପରାଜୟ ପରେ ହଠାତ୍ ଅଷ୍ଟ୍ରେଲିଆ ଚାଲିଗଲେ ଅଧିନାୟକ, ସାମ୍ନା କୁ ଆସିଲା ବଡ କାରଣ

 

କ୍ରିକେଟ ଖବର: ଭାରତୀୟ ଦଳଠାରୁ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆର ଅସୁବିଧା ବଢି ଯାଇଛି। ଗୋଟିଏ ପରେ ଗୋଟିଏ ଅସୁବିଧା ଦଳ ଉପରେ ଆସୁଛି। ନାଗପୁର ଏବଂ ଦିଲ୍ଲୀ ଟେଷ୍ଟ ମ୍ୟାଚ୍ ହାରିଯିବା ପରେ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଏହି ଅସୁବିଧା ସମୟରେ ଅଧିନାୟକ ପ୍ୟାଟ୍ କମିନ୍ସ ଦଳକୁ ଛାଡି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।  ଦ୍ୱିତୀୟ ଟେଷ୍ଟରେ ଅପମାନଜନକ ପରାଜୟ ପରେ ଅଧିନାୟକ ନିଜ ଦେଶକୁ ଚାଲିଯାଇଥିବା ଜଣାଯାଇଛି।ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଛି। ଏହି ଉଭୟ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ କଙ୍ଗାରୁ ଦଳକୁ ପରାସ୍ତ କରିଛନ୍ତି।

ବାସ୍ତବରେ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଯାଇଛନ୍ତି। ପାରିବାରିକ ଅସୁସ୍ଥତା କାରଣରୁ ଅଷ୍ଟ୍ରେଲୀୟ ଟେଷ୍ଟ କ୍ରିକେଟ୍ ଅଧିନାୟକଙ୍କୁ କିଛି ସମୟ ପାଇଁ ଘରକୁ ଫେରିବାକୁ ପଡ଼ିଲା। ନ୍ୟୁଜକର୍ପର ରିପୋର୍ଟ ଅନୁସାରେ 29 ବର୍ଷିୟ କମିନ୍ସ ସିଡନୀକୁ 2 ଦିନ ପାଇଁ ଆସିବେ। ତେବେ ସେ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବାର ଯୋଜନା ରହିଛି। 

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ଅଶ୍ୱିନ୍ LIVE ମ୍ୟାଚ୍ ରେ ଷ୍ଟିଭ୍ ସ୍ମିଥ୍ ଙ୍କୁ ଏମିତି ଭାବରେ ଡ଼ରାଇଲେ, ତେବେ ହସି ହସି ବେଦମ ହେଲେ କୋହଲି