ରୋହିତ ଫେରିବା ପରେ କିଏ ହେବ ଦଳରୁ ବାହାର, ପୁଣି କେ ଏଲ ରାହୁଲଙ୍କ ପଡିବ ବଳି ? ଦେଖନ୍ତୁ ଭାରତର ସମ୍ଭାବିତ ପ୍ଲେଇଂ XI

 

କ୍ରିକେଟ୍ ଖବର: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ODI ସିରିଜ୍ ଖେଳାଯାଉଛି। ଭାରତ ପ୍ରଥମ ଦିନିକିଆରେ 5 ୱିକେଟରେ ଜିତିଥିଲା। ଏଥି ସହିତ ଦ୍ୱିତୀୟ ଦିନିକିଆ ମାର୍ଚ୍ଚ 19 ରେ ବିଶାଖାପାଟନମ୍ ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିବେ। ସେ ଦଳକୁ ଫେରିବା ମାତ୍ରେ ଖେଳୁଥିବା ଏକାଦଶରେ ବଡ଼ ପରିବର୍ତ୍ତନ ହୋଇପାରେ। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଖେଳାଳିଙ୍କ ପାଇଁ କ୍ୟାପଟେନ ରୋହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। 

ପ୍ରଥମ ଦିନିକିଆରେ ଶୁଭମାନ ଗିଲ ଏବଂ ଇଶାନ କିଶନ ଭାରତ ପାଇଁ ଓପେନିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ, କିନ୍ତୁ ଉଭୟ ଖେଳାଳି ଖରାପ ପ୍ରଦର୍ଶନ କରିଥିଲେ। ଇଶାନ ମାତ୍ର 3 ରନ୍ ସ୍କୋର କରିଥିଲେ। ସେ ଟିମ୍ ଇଣ୍ଡିଆକୁ ଏକ ଶକ୍ତିଶାଳୀ ଆରମ୍ଭ କରିପାରି ନଥିଲେ।  ଏପରି ପରିସ୍ଥିତିରେ, ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ପରେ ଇଶାନ ଦଳରୁ ବାହାରେ ରହିପାରନ୍ତି।  ଏଥି ସହିତ ଅଧିନାୟକ ରୋହିତ ଶର୍ମାଙ୍କ ସହ ଶୁବମନ ଗିଲ ଇନିଂସ ଓପେନ କରିବାର ଦେଖିବାକୁ ମିଳିବ।

ଟିମ୍ ଇଣ୍ଡିଆର ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତୃତୀୟ ନମ୍ବରରେ, ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବ। ୱିକେଟ୍ କିପରଙ୍କ ଦାୟିତ୍ୱ କେ.ଏଲ୍ ରାହୁଲଙ୍କ ଉପରେ ନ୍ୟସ୍ତ ହୋଇପାରେ। ରାହୁଲ ପ୍ରଥମ ଦିନିକିଆରେ 75 ରନ ସଂଗ୍ରହ କରି ଏକାକୀ ମ୍ୟାଚ ଜିତାଇଥିଲେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଷଷ୍ଠ ନମ୍ବରରେ ଖେଳୁଥିବା ଦେଖିବାକୁ ମିଳିବ।

ଏହି ବୋଲରଙ୍କୁ ମିଳିବ ସୁଯୋଗ:

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଚମତ୍କାର ବୋଲିଂ କରିଥିଲେ।  ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ଉଭୟ ବୋଲରଙ୍କୁ ଆଗରେ ତିଷ୍ଠି ପାରିନଥିଲେ। ଉଭୟ ଖେଳାଳିଙ୍କୁ 3-3 ଟି ୱିକେଟ୍ ମିଳିଥିଲା। ଏଭଳି ପରିସ୍ଥିତିରେ ଏହା ନିଶ୍ଚିତ ଯେ ନିଶ୍ଚିତ ଯେ ଏହି ଖେଳାଳିମାନେ ଦ୍ୱିତୀୟ ODI ରେ ଖେଳିବେ। ତୃତୀୟ ଦ୍ରୁତ ବୋଲର ଭାବରେ ଶାର୍ଦ୍ଦୁଲ ଠାକୁର ଏକ ସୁଯୋଗ ପାଇପାରନ୍ତି। 

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ସେ ବଲ୍ ଏବଂ ବ୍ୟାଟ୍ ସହିତ ଅତୁଳନୀୟ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ କାରଣରୁ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା।  ବୋଲିଂ ବେଳେ ସେ 2 ୱିକେଟ୍ ପାଇଥିଲେ।  ଏଥି ସହିତ ବ୍ୟାଟିଂରେ ବି ସେ 45 ରନର ଯୋଗଦାନ କରିଥିଲେ।  ତାଙ୍କ ବ୍ୟତୀତ କୁଲଦୀପ ଯାଦବ ବି ଦ୍ଵିତୀୟ ଦିନିକିଆରେ ଦଳରେ ସ୍ଥାନ ପାଇପାରନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ODI ପାଇଁ ଭାରତର ସମ୍ଭାବ୍ୟ ପ୍ଲେଈଂ 11 :

ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର।

ଆହୁରି ପଢ଼ନ୍ତୁ: IPL 2023: ଏହି ଖେଳାଳି ହେବେ ଶ୍ରେୟସ୍ ଆୟରଙ୍କ ସ୍ଥାନରେ KKR ଦଳର ଅଧିନାୟକ! ତାଙ୍କ ଆଘାତ ବଢାଇଲା ଦଳର ଟେନସନ୍