AUS A vs IND Day-Night ଅଭ୍ୟାସ ମ୍ୟାଚ୍ ଡ୍ର, ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଏହି 5 ଟି ବଡ଼ ଖୁସି ଖବର

ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଏହି 5 ଟି ବଡ଼ ଖବର: 1.ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ପାଇଁ ଏହି ଡ୍ର ମ୍ୟାଚ୍ ରୁ ଅନେକ ଜିନିଷ ସକରାତ୍ମକ ହୋଇଛି । ଏହି ମ୍ୟାଚରେ ପନ୍ତ ଏବଂ ହନୁମା ବିହାରୀ ଶତକ ହାସଲ କରି ଭାରତୀୟ ଦଳର ମଧ୍ୟମ …
 

ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଏହି 5 ଟି ବଡ଼ ଖବର:

1.ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ପାଇଁ ଏହି ଡ୍ର ମ୍ୟାଚ୍ ରୁ ଅନେକ ଜିନିଷ ସକରାତ୍ମକ ହୋଇଛି । ଏହି ମ୍ୟାଚରେ ପନ୍ତ ଏବଂ ହନୁମା ବିହାରୀ ଶତକ ହାସଲ କରି ଭାରତୀୟ ଦଳର ମଧ୍ୟମ କ୍ରମକୁ ଅଧିକ ଶକ୍ତିଶାଳୀ କରିଥିଲେ ।

2.ଯୁବ ଶୁଭମାନ ଗିଲ ଏକ ବଡ଼ ବ୍ୟାଟିଂର ଆଶା ବଢ଼ାଇଛନ୍ତି । ପ୍ରଥମ ଟେଷ୍ଟରେ ଗିଲ ଏକ ଓପନର୍ ଭବରେ ସୁଯୋଗ ପାଇବାର ସମ୍ଭାବନା ରହିଛି । ଗିଲ 43 ଏବଂ 65 ରନର ଇନିଂସ ଖେଳିଥିଲେ ।

3.ମାୟାନକ ଅଗ୍ରୱାଲ ମଧ୍ୟ ଫର୍ମକୁ ଫେରିଛନ୍ତି । ଦ୍ୱିତୀୟ ଇନିଂସରେ ଅଗ୍ରୱାଲ 61 ରନ ସ୍କୋର କରିଥିଲେ ।

4.ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା ଏବଂ ଉମେଶ ଯାଦବ ଚମତ୍କାର ବୋଲିଂ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ଉପରେ ବହୁତ ଆଶା ଅଛି ।

5.ପୂଜାରା ଏବଂ ରାହାନେ ମଧ୍ୟ ଅଭ୍ୟାସ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଛନ୍ତି । ପ୍ରଥମ ଅଭ୍ୟାସ ମ୍ୟାଚରେ ଶତକ ହାସଲ କରି ରାହାନେ ଫର୍ମ କୁ ଆସିଥିବାବେଳେ ଦ୍ୱିତୀୟ ପୂଜାରା ଅର୍ଦ୍ଧଶତକ ହାସଲ କରି ଭଲ ବ୍ୟାଟିଂ ଦେଖାଇଛନ୍ତି । ଏପରି ପରିସ୍ଥିତିରେ, ଏହି ଖେଳାଳିମାନେ ଟେଷ୍ଟ ସିରିଜରେ ଏହି ପ୍ରଦର୍ଶନକୁ ପୁନରାବୃତ୍ତି କରିପାରିବେ କି ନାହିଁ, ତାହା ଦେଖିବାକୁ ହେବ ।