Asia Cup 2023: ସାମ୍ନା କୁ ଆସିଲା ନୂଆ ନିୟମ, ଯଦି ବର୍ଷା ଯୋଗୁଁ ମ୍ୟାଚ୍ ରଦ୍ଦ ହୁଏ ତେବେ ଏହି ଦଳ ହେବ ବିଜେତା

 
rain asica cup rules

ବର୍ଷା ଋତୁରେ ବର୍ଷା ହେବା ସ୍ଵାଭାବିକ। ହେଲେ ବର୍ଷା ଋତୁ ଚାଲିଥିବା  ଦେଶରେ ଏସିଆ କପ୍ ଖେଳିବା ପାଇଁ କାହିଁକି ସ୍ଥିର କରାଗଲା?ଏପଟେ ପୁଣି ଫାଇନାଲ ମ୍ୟାଚ ପାଇଁ କୌଣସି ରିଜର୍ଭ ଡେଟ୍ ରଖା ଯାଇ ନାହିଁ। ଏସିସି ର ଏପରି ନିଷ୍ପତି ନେବା ପଛର କାରଣ କଣ ରହିଛି। ଏନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।

ଶ୍ରୀଲଂକାରେ ଖେଳା ଯାଉଥିବା ଏସିଆ କପ୍ ମ୍ୟାଚରେ ବାରମ୍ବାର ବାଧକ ସାଜୁଛି ବର୍ଷା। ଏଥିରେ ବର୍ଷାର କୌଣସି ଭୁଲ ନାହିଁ।କାରଣ ସାଧରଣତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହୋଇଥାଏ।

ତେଣୁ କରି ମ୍ୟାଚ ପାଇଁ ସ୍ଥାନ ଚୟନ ବେଳେ ଏହାକୁ ଆଖିରେ ରଖିବା ଉଚିତ୍ ଥିଲା। ପିସିବିର କହିବା ଅନୁସାରେ ବର୍ଷା ଯୋଗୁଁ ଶ୍ରୀଲଙ୍କା ପରିବର୍ତ୍ତେ ୟୁଏଇ ରେ ମ୍ୟାଚ ଆୟୋଜନର ବ୍ୟବସ୍ଥା ରହିଥିଲା। ମାତ୍ର ଏସିସୀ ଅଧ୍ୟକ୍ଷ ଜୟ ଶାହ ନିଷ୍ପତ୍ତି ଅନୁସାରେ ଶ୍ରୀଲଙ୍କା ରେ ହିଁ ମ୍ୟାଚ କରାଗଲା।

Asia Cup

ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମରୁ ବର୍ଷା ହେତୁ ବିପୁଳ ଆର୍ଥିକ କ୍ଷତି ସହିଲାଣି। ଏପଟେ ଏସିଆ କପର ଫାଇନାଲ ମ୍ୟାଚ ସେପ୍ଟେମ୍ୱର ୧୭ରେ ଖେଳାଯିବ ବୋଲି ଧାର୍ଯ୍ୟ କରାଯାଇଛି। ସେ ଦିନ ବି ବର୍ଷା ହୋଇପାରେ କି ନା ତାହା କହି ହେବନି। ହେଲେ ଯଦି ବର୍ଷା ହୁଏ ତେବେ ଫାଇନାଲ ମ୍ୟାଚ ନ ହୋଇ ମଧ୍ୟ ପାରେ। ହେଲେ ଫାଇନାଲ ପାଇଁ ଅନ୍ୟ କୌଣସି ରିଜର୍ଭ ରଖା ଯାଇ ନାହିଁ।

ଏସିସି ନିଷ୍ପତ୍ତି ଅନୁସାରେ ଯଦି ବର୍ଷା ହେତୁ ସେପ୍ଟେମ୍ୱର ୧୭ରେ ଫାଇନାଲ ମ୍ୟାଚ ଖେଳା ଯାଇ ନ ପାରେ ତେବେ ଉଭୟ ଦଳକୁ ବିଜେତା ଘୋଷଣା କରାଯିବ। ଏସିସିର ଏଭଳି ନିଷ୍ପତି କେତେ ଗ୍ରହଣ ଯୋଗ୍ୟ ଆଉ କେତେ ସନ୍ଦେହ ଜନକ ତାହା ଦେଖିବା ବାକି ରହିଛି।