ଭାରତ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ବଟଲର ନିଜ ଦଳ ଉପରେ ହେଲେ କ୍ରୋଧିତ, ଆଉ ଭାରତକୁ ନେଇ କହିଲେ ଏମିତି

 

ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡର ଖରାପ ପ୍ରଦର୍ଶନ ଜାରି ରହିଛି । ଜୋସ୍ ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଏପର୍ଯ୍ୟନ୍ତ 6 ଟି ମ୍ୟାଚ୍ ମଧ୍ୟରୁ ମାତ୍ର 1 ମ୍ୟାଚ୍ ଜିତିଛି । 29 ଅକ୍ଟୋବରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା

ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ଖରାପ ଭାବେ ପରାସ୍ତ କରିଛି । 100 ରନରେ ଇଂଲଣ୍ଡର ଅପମାନଜନକ ପରାଜୟ ପରେ ଅଧିନାୟକ ଜୋସ୍ ବଟଲର୍ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ପରାଜୟ ପରେ ପାଗକୁ ଦାୟୀ କରିଥିଲେ ।

ମ୍ୟାଚ୍ ପରେ ଅଧିନାୟକ ଜୋସ୍ ବଟଲର୍ କହିଛନ୍ତି:

"ଆମେ ବହୁତ ନିରାଶାଜନକ ଖେଳ ଖେଲିଛୁ ଏବଂ 230 ସ୍କୋର କୁ ଗୋଡାଇବାବେଳେ ଆମେ ଲକ୍ଷ୍ୟ କରୁଥିଲୁ ଯେ ଭୂମି ଓଦା ହୋଇଛି, କାକର ଆସିବ କି ନାହିଁ ମୁଁ ନିଶ୍ଚିତ ନଥିଲି । କିଛି ଶ୍ରେଷ୍ଠ ଖେଳାଳି ସେମାନଙ୍କ ଶ୍ରେଷ୍ଠତାରୁ ବହୁତ କମ୍ ଖେଳ ପ୍ରଦର୍ଶନ କରିଛନ୍ତି ।

ସେ ଆଗକୁ କହିଛନ୍ତି ମୁ ବିଶ୍ୱାସ କରି ପାରୁନାହିଁ ଆମର ଖରାପ ଖେଳ ଦେଖି ଏବଂ ଭାରତ ପ୍ରଦର୍ଶନ ସର୍ବଶ୍ରେଷ୍ଟ ଥିଲା । ଭାରତ ପାୱାରପ୍ଲେରେ ବହୁତ ଭଲ ଆରମ୍ଭ ହୋଇଥିଲା, ପିଚରେ ଟିକିଏ ବାଉନ୍ସ ଥିଲା, ଗ୍ରାଉଣ୍ଡ ଫିଲ୍ଡିଂ ଭଲ ଥିଲା । ଆଜି ଦିନ ଭଳି ଲାଗୁଥିଲା, କିନ୍ତୁ ବ୍ୟାଟ୍ ସହିତ ଆମେ କିଛି ବିଶେଷ କରିନାହୁଁ । "

IND ବନାମ ENG: ମ୍ୟାଚ୍ ର ସ୍ଥିତି:

ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ 229 ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ପାଇଁ କ୍ୟାପଟେନ ରୋହିତ ଶର୍ମା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ସେ 87 ରନ୍ କରିଥିଲେ । ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ 49 ରନ୍ କରିଥିଲେ । ଟାର୍ଗେଟକୁ ଗୋଡ଼ାଇବା ବେଳେ ଇଂଲଣ୍ଡ ଖରାପ ପ୍ରଦର୍ଶନ କରିଥିଲା ଏବଂ 129 ରନ୍ ରେ ଆଲ ଆଉଟ ହୋଇଯାଇଥିଲା ।

ଜୋସ୍ ବଟଲର୍ ଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି, ସେ ପ୍ରଥମ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ 43 ରନ୍ ସ୍କୋର କରିଥିଲେ । ଏହା ପରେ ସେ ବାଂଲାଦେଶ ବିପକ୍ଷରେ 20 ରନ୍ ଯୋଗଦାନ କରିଥିଲେ । ସେ ଆଫଗାନିସ୍ତାନ ବିପକ୍ଷରେ 9 ରନ୍, ଦକ୍ଷିଣ ଆଫ୍ରିକା ବିପକ୍ଷରେ 15 ରନ୍, ଶ୍ରୀଲଙ୍କା ବିପକ୍ଷରେ 8 ରନ୍ ଏବଂ ଭାରତ ବିପକ୍ଷରେ 8 ରନ୍ କରିଥିଲେ ।