ରୋହିତଙ୍କୁ ମୁମ୍ବାଇ ଅଧିନାୟକ ପଦରୁ ହଟେଇବା ପରେ ଗାଭାସ୍କରଙ୍କ ବୟାନ ଶୁଣି ରାଗିଲେ କ୍ରିକେଟ ଫ୍ୟାନ୍ସ

 
gavaskar on rohit

ମୁମ୍ବାଇ ଇଣ୍ଡିଆନ୍ସ ଏଇ ଥର IPL 2024 ପୂର୍ବରୁ ରୋହିତ ଫ୍ୟାନ୍ସ ଙ୍କୁ ଏକ ବଡ଼ ଝଟକା ଦେଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର କମାଣ୍ଡ ଦେଇ ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଇପିଏଲର ଅନ୍ୟତମ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ସ୍ଥାନରେ ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା।

ଗୁଜରାଟ ଟାଇଟନ୍ସ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଗତ ଦୁଇ ସିଜିନ୍ ଖେଳିଥିଲେ। ଦୁଇ ଥର ଯାକ ସେ ଦଳକୁ ଫାଇନାଲକୁ ନେଇଥିଲେ ଏବଂ ପ୍ରଥମ ସିଜିନରେ ଗୁଜରାଟ ଟ୍ରଫି ଜିତିଥିଲା। ଗତ ମାସରେ, ମୁମ୍ବାଇ, ଗୁଜରାଟଠାରୁ ହାର୍ଦ୍ଦିକଙ୍କୁ ଟ୍ରେଡ୍ କରିବା ପରେ ତାଙ୍କୁ ହିଁ ଅଧିନାୟକ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Hardik-Pandya-and-Rohit-Sharma

ଏବେ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପରେ କ୍ରିକେଟ ଫ୍ୟାନ୍ସ ସହ ବଡ଼ ବଡ଼ କ୍ରିକେଟରଙ୍କ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଥିବା ଦେଖାଯାଇଛି । ଏହି ଖବର ଶୁଣିବା ପରେ କ୍ରିକେଟ ଫ୍ୟାନ୍ସ ରାଗି ମୁମ୍ବାଇ କୁ ସୋସିଆଲ ମିଡ଼ିଆ ରୁ ଅନ-ଫୋଲୋ କରିବା ଆରମ୍ଭ କରିଦେଇଛନ୍ତି ।

ଏବେ ସାମ୍ନା କୁ ଆସିଛି ଗାଭାସ୍କରଙ୍କ ବୟାନ:

ଭାରତର ପୂର୍ବତନ ଅଧିନାୟକ ତଥା ସୁନୀଲ ଗାଭାସ୍କର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, “ଆମେ ଠିକ ଏବଂ ଭୁଲକୁ ଯିବା ଉଚିତ୍ ନୁହେଁ। କାରଣ ମ୍ୟାନେଜମେଣ୍ଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦଳର ହିତ ପାଇଁ ଅଟେ। ଗତ ଦୁଇ ବର୍ଷ ମଧ୍ୟରେ ରୋହିତଙ୍କ ଅବଦାନ ଆଇପିଏଲରେ କମ୍ ରହିଛି।

ଏହା ପୂର୍ବରୁ ସେ ବଡ଼ ସ୍କୋର କରୁଥିଲେ। କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଦେଖାଯାଇନାହିଁ। ଏହା ସହ ‌ରୋହିତ ଭାରତୀୟ ଦଳର ଅଧିନ‌ାୟକତ୍ବ କରୁଛନ୍ତି। ସେଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବିଶ୍ରାମ ଦେବା ଉର୍ଦ୍ଦେଶ୍ୟରେ ଏଭଳି କରିଥାଇପାରେ।