ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତନ ପରେ ବିଦା ହେବେ କି ରୋହିତ ଶର୍ମା, ମୁମ୍ବାଇ ଦଳରେ ଆଉ କେତେ ବର୍ଷ ଖେଳିବେ ହିଟ୍‌ମ୍ୟାନ୍‌ ?

 

ବିଶ୍ୱକପ ଫାଇନାଲ ରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ସହ ଅଧିନାୟକ ରୋହିତ ଶର୍ମା ମଧ୍ୟ ବହୁତ ନିରାଶ ହୋଇଛନ୍ତି । ହିଟମ୍ୟାନ୍ ବର୍ତ୍ତମାନ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି । ସେ କେବେ କ୍ରିକେଟ୍‌ ମଇଦାନକୁ ଫେରିବେ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଖବର ନାହିଁ ।

ପ୍ରଥମେ ଶୁଣିବାକୁ ମିଳିଥିଲା ​​ଯେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି -20ରୁ ଅବସର ନେଇପାରନ୍ତି। ରୋହିତ ଶର୍ମାଙ୍କ ଆଇପିଏଲ ଭବିଷ୍ୟତ ବିଷୟରେ ଏଥର କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଛି । ଶୁଣିବାକୁ ମିଳୁଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ଆସନ୍ତା ବର୍ଷ ରୋହିତ ଶର୍ମାଙ୍କୁ ବିଦା କରିପାରେ ।

ପାଣ୍ଡ୍ୟାଙ୍କ ଦଳରେ ପ୍ରତ୍ୟାବର୍ତନ ଯୋଗୁଁ ଅଧିନାୟକତ୍ୱ ଛାଡ଼ିବେ କି ରୋହିତ?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳରେ ପ୍ରତ୍ୟାବର୍ତନ ସହିତ ଏହି କଳ୍ପନାଜଳ୍ପନା ଆହୁରି ବଢିବାରେ ଲାଗିଛି । ଆଇପିଏଲ୍ 2024 ରେ ଗୁଜୁରାଟ ଟାଇଟାନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବେ ବୋଲି ସ୍ପଷ୍ଟ ହୋଇଛି ।  ତେବେ ପରବର୍ତ୍ତୀ ଆଇପିଏଲ ପୂର୍ବରୁ ଦଳର ପରିବର୍ତ୍ତନ ସମ୍ପର୍କରେ ରୋହିତ ଶର୍ମା ନିଜେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳକ ଆଗାମୀ ଅଧିନାୟକ ଭାବରେ ଦେଖିବାକୁ ଆଗ୍ରହୀ ଅଛନ୍ତି । ଗତ 2 ବର୍ଷରେ, ହାର୍ଦ୍ଦିକ ଗୁଜୁରାଟ ଟାଇଟାନ୍ସକୁ ଥରେ ରନର୍ସଅପ୍ କରିଛନ୍ତି । କ୍ରିକେଟ୍ ବିଶେଷଜ୍ଞଙ୍କ ଅନୁଯାୟୀ, ଭବିଷ୍ୟତର ଅଧିନାୟକଙ୍କୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କୁ ଫେରାଇ ଆଣିଛନ୍ତି ।

ଘଟଣାଟି ହେଉଛି, ଆଇପିଏଲ ଇତିହାସରେ ରୋହିତ ଶର୍ମା ଅନ୍ୟତମ ସଫଳ ଅଧିନାୟକ । ରୋହିତ 2013, 2015, 2017, 2019 ଓ 2020ରେ ମୁମ୍ବାଇକୁ ଚାମ୍ପିୟନ କରିଥିଲେ । ଏମଏସ ଧୋନି ଓ ରୋହିତ ଶର୍ମା ଅଧିନାୟକ ଭାବରେ 5 ଥର ଆଇପିଏଲ ଜିତିବାର ରେକର୍ଡ ରଖିଛନ୍ତି ।