ମୁମ୍ବାଇ ପରେ ଏବେ କଣ ଟି-20 ବିଶ୍ବକପ ଅଧିନାୟକତ୍ୱ ରୁ ମଧ୍ୟ ବାଦ ପଡିବେ ରୋହିତ ? ଆସିଲା ବଡ଼ ରିପୋର୍ଟ

 
rohit t20 wc 2024

ODI ବିଶ୍ବକପ୍‌ରେ ଭାରତର ପରାଜୟ ପରେ ରୋହିତ ଶର୍ମାଙ୍କୁ ନେଇ ଅନେକ କଳ୍ପନା ଲାଗି ରହିଛି । ବିଶ୍ବକପ୍‌ ଦମଦାର ଅଧିନାୟକତ୍ବ ପାଇଁ ପ୍ରଶଂସା ପାଇଥିବା ରୋହିତ ଫାଇନାଲ ମ୍ୟାଚ୍‌ ପରାଜୟ ପରେ ଯେପରି ଅଲୋଡା ର ପାତ୍ର ହୋଇଯାଇଛନ୍ତି ।

କ୍ରିକେଟ୍‌ ପ୍ରଶଂସକ ରୋହିତ ଶର୍ମାଙ୍କୁ ସମର୍ଥନ କରୁଥିବା ବେଳେ ଲାଗୁଛି BCCI ଏବଂ ଚୟନକର୍ତ୍ତା ହିଟମ୍ୟାନ୍‌ଙ୍କ ଠାରୁ ମୁହଁ ଫେରାଇ ନେଉଛନ୍ତି । ଏପରିକି ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ବି ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି ।

ଟି-20 ବିଶ୍ବକପ ଅଧିନାୟକତ୍ୱ କଣ ରୋହିତ କୁ ଦିଆଯିବ ?

ବର୍ତମାନ ରୋହିତ ଙ୍କୁ ମୁମ୍ବାଇ ଅଧିନାୟକ ପଦରୁ ବାହାର କରିଛି କିନ୍ତୁ ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସର ନିଷ୍ପତ୍ତି ଟିମ୍ ଇଣ୍ଡିଆ ଉପରେ ପ୍ରଭାବ ପକାଇବ ନାହିଁ । ଆସନ୍ତା ଟି -20 ବିଶ୍ୱକପ ପର୍ଯ୍ୟନ୍ତ ଭାରତର ଅଧିନାୟକ ଭାବରେ ରୋହିତ ଶର୍ମା ରହିବେ ଆଉ ରୋହିତ ହିଁ କ୍ୟାପଟେନ୍ ଭାବେ ପ୍ରଥମ ପସନ୍ଦ । ବିସିସିଆଇ ସୂତ୍ରରୁ ପ୍ରକାଶ ଏକ ରିପୋର୍ଟ ଆଧାରରେ ଖବର ପ୍ରକାଶ କରିଛି ଦୈନିକ ଜାଗରଣ ।

Hardik-Pandya-and-Rohit-Sharma

ଟି -20 ବିଶ୍ୱକପ 2024 ରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ଅଧିନାୟକ ହେବେ କି ନାହିଁ ପ୍ରଶ୍ନରେ ଅନେକ ‘ନା’ ବୋଲି କହିଥିଲେ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କୌଣସି ଫ୍ରାଞ୍ଚାଇଜ୍‌ର ନିଷ୍ପତ୍ତି ଭାରତୀୟ ଦଳ ଉପରେ ପ୍ରଭାବ ପକାଇବ ନାହିଁ । ରୋହିତ ଏବେ ୩ଟି ଯାକ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ରହିବେ । ବିଶେଷ କରି ଆସନ୍ତା ଟି-20 ବିଶ୍ବକପ୍‌ ପର୍ଯ୍ୟନ୍ତ ରୋହିତ ଅଧିନାୟକ ରହିବା ଏକ ପ୍ରକାର ସ୍ପଷ୍ଟ ।

ODI ବିଶ୍ୱକପ ପରାଜୟ ପରେ ସମୀକ୍ଷା କରିଥିଲା ବିସିସିଆଇ । ଯେଉଁଥିରେ ଦଳର ଭବିଷ୍ୟତ ବାବଦରେ ଆଲୋଚନା ହୋଇଥିଲା । ଏହି ସମୟରେ ରୋହିତ ଶର୍ମା ସ୍ପଷ୍ଟ ଭାବେ ବିସିସିଆଇ ଅଧିକାରୀଙ୍କୁ ପଚାରିଥିଲେ କି ବୋର୍ଡ ତାଙ୍କୁ ଟି -20 ବିଶ୍ୱକପ 2024 ରେ ଦେଖୁଛି କି? ରୋହିତ ବୋର୍ଡ ଅଧିକାରୀଙ୍କୁ ମଧ୍ୟ ପଚାରିଥିଲେ ଯେ ଯଦି ତାଙ୍କୁ ଟି -20 ବିଶ୍ୱକପ 2024 ର ଯୋଜନାରେ ଗଣନା କରାଯାଉଛି ତେବେ ତାଙ୍କୁ ଏବେଠୁ ହିଁ କୁହାଯାଉ । ସମସ୍ତେ ସର୍ବସମ୍ମତି କ୍ରମେ କହିଥିଲେ ଯେ ବର୍ତ୍ତମାନ କେବଳ ରୋହିତ ଭାରତୀୟ ଦଳର ସମସ୍ତ ତିନୋଟି ଫର୍ମାଟରେ ନେତୃତ୍ୱ ନେବେ।