IND vs ZIM: "ଏହି ଖେଳାଳି କେବେଳ ପାଣି ପିଆଇବା ଯୋଗ୍ୟ" ଫ୍ଲପ୍ ହେବା ପରେ ଏହି ଖେଳାଳିଙ୍କୁ ଲୋକେ କଲେ ଟ୍ରୋଲ୍

 
ind vs zim pant fail

କ୍ରିକେଟ ଖବର : ମେଲବର୍ଣ୍ଣରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଟି -20 ବିଶ୍ୱକପର 42 ଟି ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।  ଟିମ୍ ଇଣ୍ଡିଆ ସୂର୍ଯ୍ୟକୁମାର ଯାଦବଙ୍କ 61 ରନର ଇନିଂସ ଆଧାରରେ 5 ୱିକେଟ୍ ହରାଇ ଟିମ୍ ଇଣ୍ଡିଆ 186 ରନ୍ ସଂଗ୍ରହ କରିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଦଳରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ind vs zim

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକାଦଶରେ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ସ୍ଥାନ ପାଇଥିଲେ, କିନ୍ତୁ ପନ୍ତ ଏହି ସୁଯୋଗକୁ ସଦୁପଯୋଗ କରି ପାରିନଥିଲେ ଏବଂ 5 ବଲରେ 3 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ।

ଏହା ପରେ ସୋସିଆଲ ମିଡିଆରେ ପନ୍ତଙ୍କ ଉପରେ କ୍ରୋଧ ଦେଖାଇ ପ୍ରଶଂସକମାନେ ତାଙ୍କୁ ବହୁତ କିଛି କହୁଛନ୍ତି। 

ପନ୍ତଙ୍କ ଫ୍ଲପ୍ ଶୋ'କୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ହେଲେ କ୍ରୋଧିତ :

ଜଣେ ୟୁଜର୍ ଲେଖିଛନ୍ତି ଯେ, ପନ୍ତ ବହୁତ ଖରାପ ବ୍ୟାଟିଂ କରିଛନ୍ତି। ଅନ୍ୟଜଣେ ୟୁଜର୍ ଲେଖିଛନ୍ତି ପୁଣି ଥରେ ପରବର୍ତ୍ତୀ ମ୍ୟାଚରେ କାର୍ତ୍ତିକ ଦଳକୁ ଫେରିବେ ଆଉ ପନ୍ତ ପାଣି ଦେବେ। 

ଅହମଦ ନାମକ ଜଣେ ୟୁଜର୍ ଫୋଟ ସେୟାର କରି ଲେଖିଛନ୍ତି "ଆମ ଭାରତୀୟ ଦଳ ପାଇଁ ରିଷଭ ପନ୍ତ ହେଉଛନ୍ତି ବଡ଼ ଫ୍ରଡ୍ । ଏମିତି ଅନେକ ୟୁଜର୍ ରିଷଭଙ୍କ ଖରାପ ଖେଳ ଦେଖି ତାଙ୍କୁ ଟ୍ରୋଲ୍ କରିଛନ୍ତି।