ଦେଖନ୍ତୁ ଭିଡ଼ିଓ: କୋହଲିଙ୍କୁ ନା କହିବା ପଡିଲା ଭାରି, କ୍ରିଜ ର ଗୋଟେ ତରଫ କୁ ଦୌଡିଲେ ଦୁଇ ଖେଳାଳି, ଈଶାନ କିସାନ ହେଲେ ରନ ଆଉଟ

 
ishan kishan run out

କ୍ରିକେଟ୍ ଖବର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ତୃତୀୟ ODI ରେ ଅଧିନାୟକ ରୋହିତ ଶର୍ମା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିଲେ। ଏହା ପରେ ରୋହିତ ଆଉ ଶୁଭମାନ ଗିଲ 212 ରନର ଏକ ଓପନିଂ ପାର୍ଟନରସିପ୍ ମଧ୍ୟ କରିଥିଲେ। ରୋହିତ ଏବଂ ଗିଲ ଉଭୟ ଶତକ ହାସଲ କରିଥିଲେ।  

ତେବେ ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ଇଶାନ କିଶନଙ୍କ ଠାରୁ ବହୁତ ଆଶା ଥିଲା କିନ୍ତୁ ସେ 17 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ବାସ୍ତବରେ ସେ 'ହଁ-ନାହିଁ' ଦ୍ଵନ୍ଦରେ ପଡ଼ିଯାଇଥିଲେ। ଆଉ ସେ ରନ ଆଉଟ୍ ହୋଇଗଲେ। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି।

ishan kishan run out 

ଇନିଂସର 35 ତମ ଓଭରରେ ବୋଲିଂ ପାଇଁ ଜ୍ୟାକଫ୍ ଡଫିଙ୍କୁ ଡକାଯାଇଥିଲା। ଏହା ତାଙ୍କର 5ମ ଓଭର ଥିଲା, ଯାହାର ତୃତୀୟ ବଲରେ ନ୍ୟୁଜିଲ୍ୟାଣ୍ଡ ୱିକେଟ୍ ନେଇଥିଲା। ଇଶାନ କିଶନ ଏହି ବଲକୁ କଭର ଆଡକୁ ଖେଳି ବିରାଟଙ୍କୁ ସିଙ୍ଗଲ ନେବାକୁ ଡାକିଥିଲେ। ବିରାଟ ଦ୍ରୁତ ଗତିରେ ବ୍ୟାଟିଂ ଶେଷରେ ପହଞ୍ଚିଥିଲେ। ତେବେ ଇଶାନ ହଁ-ନା ଦ୍ଵନ୍ଦରେ ପଡି ଅଧା କ୍ରିଜ ଅତିକ୍ରମ କରିବା ପରେ ଫେରି ଆସିଥିଲେ। ଏହିଠାରେ ଭୁଲ୍ ଘଟିଥିଲା, ଯାହା କିୱି ଦଳକୁ ଉପକୃତ କରିଥିଲା ​। ଭାରତର ତୃତୀୟ ୱିକେଟ୍ 268 ରନ୍ ସ୍କୋର ଉପରେ ପଡିଥିଲା।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: IND vs NZ: ରୋହିତ-ଶୁବମାନ ଗିଲ କଲେ ନୂଆ ବିଶ୍ୱ ରେକର୍ଡ, ସେହୱାଗ-ଗମ୍ଭୀରଙ୍କ ଭାଙ୍ଗିଲା 14 ବର୍ଷ ପୁରୁଣା ଏହି ବଡ଼ ରେକର୍ଡ