WI vs BAN: ବାଂଲାଦେଶ ଖେଳାଳି ମାନଙ୍କ ସହିତ ଘଟିଲା ଅଜବ ଘଟଣା, ସବୁ ଖେଳାଳି ମରୁ ମରୁ ବଂଚିଗଲେ

 

କ୍ରିକେଟ ଖବର : ବର୍ତ୍ତମାନ ବାଂଲାଦେଶ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି। ୱେଷ୍ଟଇଣ୍ଡିଜ୍ ଦଳ ବାଂଲାଦେଶ ଦଳ ବିପକ୍ଷରେ ଟେଷ୍ଟ ଏବଂ ଟି -୨୦ ସିରିଜର ଆୟୋଜନ କରିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଖେଳାଯାଇଛି ଯେଉଁଥିରେ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡିଛି। 

ଟେଷ୍ଟ ସିରିଜ୍ ହାରିବା ପରେ ବାଂଲାଦେଶ କ୍ରିକେଟ୍ ଦଳ ଟି -୨୦ ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଛି। ପ୍ରଥମ ଟି -୨୦ ଜୁଲାଇ ୨ ରେ ଡୋମିନିକାରେ ଖେଲଲଯାଇଥିଲା। ଏଥି ସହିତ, ବାଂଲାଦେଶର ଖେଳାଳିମାନେ ଟି -୨୦ ସିରିଜ୍ ପାଇଁ ଡୋମିନିକାରେ ପହଞ୍ଚିଥିଲେ। ବାସ୍ତବରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟି -୨୦ ପାଇଁ ବାଂଲାଦେଶ ଦଳ ସେଣ୍ଟ୍ ଲୁସିଆରୁ ସମୁଦ୍ର ଦେଇ ଡୋମିନିକାରେ ପହଞ୍ଚିଥିଲେ ।

ପ୍ରାୟ ପାଞ୍ଚ ଘଣ୍ଟାର ଯାତ୍ରାରେ ବାଂଲାଦେଶୀ ଖେଳାଳିଙ୍କ ଅବସ୍ଥା ଶୋଚନୀୟ ହୋଇଥିଲା। ସେମାନେ ଏହି ଯାତ୍ରାକୁ କେବେ ବି ଭୁଲିବେନି। ଯାତ୍ରା ସମୟରେ ଅନେକ ଖେଳାଳିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ଏବଂ କିଛି ଖେଳାଳି ରାସ୍ତାରେ ବାନ୍ତି ମଧ୍ୟ କରିଥିଲେ। 

ଏହି ସବୁ ଘଟିଛି କାରଣ ଏହା ପୂର୍ବରୁ କୌଣସି ବାଂଲାଦେଶୀ ଖେଳାଳିଙ୍କର ଏକ ଛୋଟ ଗାଡ଼ିରେ ଏତେ ଦୂର ଯାତ୍ରା କରିବାର ଅଭିଜ୍ଞତା ନଥିଲା । ସୂଚନାଯୋଗ୍ୟ ଯେ ବାଂଲାଦେଶୀ ଖବରକାଗଜ ପ୍ରୋଥମ୍ ଆଲୋ ଏହାର ଦୈନିକ ସଂସ୍କରଣରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାଷ୍ଟ ବୋଲର ଶୋରିଫୁଲ ଇସଲାମ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନାଫିସ୍ ଇକବାଲ ସର୍ବାଧିକ ପ୍ରଭାବିତ ହୋଇଥିଲେ । ଏହି ଦୁଇ ଖେଳାଳି ଯାତ୍ରା ସମୟରେ ଅନେକ ଥର ବାନ୍ତି କରିଥିଲେ ।

ଜଣେ ବାଂଲାଦେଶ କ୍ରିକେଟର ଖବରକାଗଜ ସହ ବାର୍ତ୍ତାଳାପରେ କହିଛନ୍ତି ଏହି ଯାତ୍ରା ଆମର ସବୁଦିନ ପାଇଁ ମନେ ରହିବ। ଆମେ ଅସୁସ୍ଥ ହୋଇଥିଲୁ । ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କର କିଛି ହେଲା ନାହିଁ । ମୁଁ ଅନେକ ଦେଶ ଭ୍ରମଣ କରିଛି । କିନ୍ତୁ, ଏହି ପ୍ରକାର ଅନୁଭୂତି ପ୍ରଥମ ଥର ପାଇଁ ଘଟିଥିଲା। ଆମ ମଧ୍ୟରୁ କୌଣସି ଖେଳାଳି ଏଥିରେ ଅଭ୍ୟସ୍ତ ନୁହଁନ୍ତି। ଏହା ମୋ ଜୀବନର ସବୁଠାରୁ ଖରାପ ଯାତ୍ରା ।