71 ତମ ଶତକ ମାରିବା ପରେ ବିରାଟ କୋହଲି ଦେଲେ ଆଶ୍ଚର୍ଯ୍ୟଜନକ ବକ୍ତବ୍ୟ, ଅନୁଷ୍କା ଶର୍ମା ଙ୍କୁ ନେଇ କହିଲେ ଏମିତି !

 

କ୍ରିକେଟ୍ ଖବର : ଏସିଆ କପରେ ଫର୍ମକୁ ଫେରିଲେ କିଙ୍ଗ୍ କୋହଲି। ଦୀର୍ଘ ପ୍ରାୟ 3 ବର୍ଷର ଅପେକ୍ଷା ପରେ ବିରାଟଙ୍କ ବ୍ୟାଟରୁ ଆସିଛି ଏକ ଦମଦାର୍ ଶତକ। ସେ ପୁଣି 200 ଷ୍ଟ୍ରାଇକ୍ ରେଟରେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ନଟଆଉଟ୍ ରହି କିଙ୍ଗ୍ କୋହଲି 61 ବଲରେ 122 ରନ ସଂଗ୍ରହ କରିଛନ୍ତି। ଏଥିରେ 12 ଟି ଶାନଦାର ଚୌକା ରହିଥିବା ବେଳେ 6 ଟି ଆକାଶଛୁଆଁ ଛକା ବି ସାମିଲ ଅଛି। 

ଗତ ତିନି ବର୍ଷର ଅପେକ୍ଷାର ଅନ୍ତ ଘଟାଇ ନିଜ ପ୍ରଶଂସକଙ୍କ ମୁହଁରେ ଖୁସି ଆଣିଛନ୍ତି ରନ ମେସିନ୍ ବିରାଟ କୋହଲି। ଗତ 1020 ଦିନ ଧରି ବିରାଟ ନିଜର 71 ତମ ଅନ୍ତର୍ଜାତୀୟ ଶତକ ପାଇଁ ଚେଷ୍ଟା ଜାରି ରଖିଥିଲେ ଆଉ ଶେଷରେ 1021 ଦିନ ଏହା ସମ୍ଭବ ହେଲା। ଏହି ଶତକ ସହିତ ବିରାଟ ଅନ୍ତର୍ଜାତୀୟ ଟି-20 ଫର୍ମାଟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ମ୍ୟାଚ ସରିବା ପରେ ବିରାଟ "ମ୍ୟାନ ଅଫ୍ ଦି ମ୍ୟାଚ" ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। 

ବିରାଟ କୋହଲି ତାଙ୍କ ବ୍ୟାଟିଂ ବିଷୟରେ କଣ କହିଲେ :

ମ୍ୟାଚ ଶେଷ ହେବା ପରେ କୋହଲି କହିଛନ୍ତି ଯେ “ମୁଁ ଯାହା ପାଇଛି ତାହା ଭଗବାନଙ୍କ କାରଣରୁ ଏବଂ ମୁଁ ଏହାକୁ ସ୍ୱୀକାର କରିବାକୁ ଲଜ୍ଜିତ ନୁହେଁ। ସତ କହିବାକୁ ଗଲେ, ମୁଁ ମୋର ସମସ୍ତ ଶକ୍ତି ସହିତ ବ୍ୟାଟିଂ କରି ନିଜକୁ ଆଶ୍ଚର୍ଯ୍ୟ କଲି। ମୁଁ ଆଶ୍ଚର୍ଯ୍ୟ, ବହୁତ ଭଲ ବ୍ୟାଟିଂ ଏବଂ ଅବଦାନ କିନ୍ତୁ ଏହା ଯଥେଷ୍ଟ ପରି ମନେ ହେଉନାହିଁ। ମୁଁ ପ୍ରକୃତରେ କାହାକୁ କିଛି କହି ପାରିବି ନାହିଁ କାରଣ ମୁଁ କହିଥିଲି ଯେ ଭଗବାନ ମୋତେ ଅତୀତରେ ଭଲ ଜିନିଷ ଦେଇଛନ୍ତି ଏବଂ ସେଥିପାଇଁ ମୁଁ ଏପରି ସ୍ଥିତିରେ ଅଛି ଯେଉଁଠାରେ ଏହିସବୁ ବିଷୟରେ ଆଲୋଚନା କରାଯାଇପାରେ।

ଦଳ ବିଷୟରେ ଏହା କହିଛନ୍ତି ବିରାଟ କୋହଲି :

ଆଗକୁ କଥାବାର୍ତ୍ତା କରି କୋହଲି କହିଛନ୍ତି ଯେ ତାଙ୍କ ଦଳ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି। ଦଳ ତାଙ୍କ ଉପରେ କେବେ ବି ଚାପ ସୃଷ୍ଟି କରି ନାହିଁ। ମୁଁ କିଛି ସମୟ ପାଇଁ ବିରତି ନେଲି ଏବଂ ତା’ପରେ ପୁଣି ଆରମ୍ଭ କଲି।  ମୋର ଏହି ପରିବର୍ତ୍ତନରେ ଦଳ ମଧ୍ୟ ସହଯୋଗ କରିଛି।  ଦଳ ମୋତେ ଆରାମ ଦେଲା ଏବଂ ମୋ ଆଭିମୁଖ୍ୟକୁ ଠିକ୍ ରଖିଲା। ମୋତେ ଅନେକ ପରାମର୍ଶ ଦିଆଗଲା। ମୁଁ ଭୁଲ୍ କରୁଛି ବୋଲି କୁହାଯାଇଥିଲା। କିନ୍ତୁ ଲୋକମାନଙ୍କର ନିଜସ୍ୱ ମତ ଅଛି ଏବଂ ଆପଣ କ’ଣ ଅନୁଭବ କରୁଛନ୍ତି ତାହା ସେମାନେ ଜାଣି ନଥିବେ। ମୁଁ ସେହି ସମୟ ପାଇଁ ଅତ୍ୟଧିକ କୃତଜ୍ଞ ଏବଂ ମୋର ଦୃଷ୍ଟିକୋଣ ବଦଳାଇବା ପାଇଁ ମୋର ଏହା ଆବଶ୍ୟକ ଥିଲା। ”

ଅନୁଷ୍କା ଶର୍ମାଙ୍କ ପ୍ରଶଂସା କଲେ ବିରାଟ କୋହଲି :

ବିରାଟ କୋହଲି ତାଙ୍କ ଉତ୍କୃଷ୍ଟ ଖେଳର ଶ୍ରେୟ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଇଛନ୍ତି।  ସେ କହିଛନ୍ତି ଯେ ଅନୁଷ୍କା ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କ ସହିତ ଛିଡ଼ା ହୋଇଥିଲେ। ଯେତେବେଳେ ସେ ତାଙ୍କ ଖରାପ ସମୟ ଦେଇ ଗତି କରୁଥିଲେ, ତାଙ୍କ ସ୍ତ୍ରୀ ତାଙ୍କୁ କେବେ ଛାଡି ନଥିଲେ। ଉଲ୍ଲେଖନୀୟ ଯେ, ରୋହିତଙ୍କ ଅନୁପସ୍ଥିତିରେ ଲୋକେଶ ରାହୁଲ୍ ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଥିଲେ। ଆଉ ରାହୁଲ୍ ଏବଂ ବିରାଟ କୋହଲି ଭାରତ ପାଇଁ ଓପେନିଂ କରିବାକୁ ମଇଦାନକୁ ଆସିଥିଲେ।  ଆରମ୍ଭରୁ ବିରାଟ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିବା ଆରମ୍ଭ କରିଥିଲେ।