IND vs SA: ଆଫ୍ରିକା ବିପକ୍ଷରେ ପୁଣି ରାହୁଲ ହେଲେ ଫ୍ଲପ, ଟୁକ୍-ଟୁକ୍ ଖେଳି ହେଲେ ଆଉଟ୍, ଦେଖନ୍ତୁ ଭିଡ଼ିଓ

 
watch-kl-rahul-poor-form-continue-against-sa

କ୍ରିକେଟ ଖବର : ପର୍ଥ ପଡ଼ିଆରେ ଏକ ଜବରଦସ୍ତ ମ୍ୟାଚ ଇଣ୍ଡିଆ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦେଖିବାକୁ ମିଳିଛି। ଏହି ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା। ସାଉଥ୍ ଆଫ୍ରିକାକୁ ଜିତିବା ପାଇଁ ଶେଷ ଓଭରରେ 6 ରନ ଆବଶ୍ୟକ ହେଉଥିଲା। ଯାହାକୁ ମିଲର ଦୁଇଟି ଚୌକା ମାରି ହାସଲ କରିଥିଲେ। ତେବେ ଏହି ମ୍ୟାଚରେ ଜଣେ ଖେଳାଳି ଚର୍ଚ୍ଚାରେ ରହିଛନ୍ତି। ନିଜର ଖରାପ ପ୍ରଦର୍ଶନ ପାଇଁ ଏହି ଭାରତୀୟ ଖେଳାଳି ଚର୍ଚ୍ଚା ପରିସରରେ ରହିଛନ୍ତି। ତେବେ ଆମେ କହୁଚୁ ଟିମ୍ ଇଣ୍ଡିଆର ଓପନର୍ ଲୋକେଶ ରାହୁଲଙ୍କ କଥା। 

k l rahul

କେ.ଏଲ୍ ରାହୁଲ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଏବଂ ଏହାର ଅନ୍ୟ ଏକ ଉଦାହରଣ ଭାରତ - ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ଦେଖିବାକୁ ମିଳିଥିଲା। ପର୍ଥ ଗ୍ରାଉଣ୍ଡରେ ମାତ୍ର 9 ରନ୍ କରି କେ.ଏଲ୍ ରାହୁଲ ଆଉଟ୍ ହୋଇଥିଲେ, ଏହି ସମୟରେ ସେ ତାଙ୍କ ଇନିଂସରେ 14 ଟି ବଲ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ବୋଲିଂ ଆକ୍ରମଣ ଆଗରେ କେ.ଏଲ୍ ରାହୁଲଙ୍କ ଷ୍ଟ୍ରାଇକ୍ ହାର 64.29 ଥିଲା, ଏହି କାରଣରୁ ସେ ସୋସିଆଲ ମିଡିଆରେ ଅନେକ ସମାଲୋଚନାର ଶିକାର ହେଉଛନ୍ତି।

ଦେଖନ୍ତୁ ଭିଡ଼ିଓ: