ଦେଖନ୍ତୁ ଭିଡ଼ିଓ: ବିରାଟ କୋହଲିଙ୍କ ସହ ଅତ୍ୟଧିକ ଉତ୍ସାହିତ ହୋଇ ଭେଟିଲେ ଗିଲକ୍ରିଷ୍ଟ, ମୋଡି଼ଦେଲେ ହାତ

 

କ୍ରିକେଟ ଖବର : ଟି -20 ବିଶ୍ୱକପରେ ନିଜର ଉତ୍କୃଷ୍ଟ ଫର୍ମ ଜାରି କରି ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ରେ ନେଦରଲ୍ୟାଣ୍ଡକୁ 56 ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 2 ୱିକେଟ୍ ହରାଇ 179 ରନ କରିଥିଲା। ତେବେ ନେଦରଲ୍ୟାଣ୍ଡ ଦଳକୁ 180 ରନ୍ ଲକ୍ଷ୍ୟ ଜିତିବା ପାଇଁ ମିଳିଥିଲା। କିନ୍ତୁ ନେଦରଲ୍ୟାଣ୍ଡର ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଆଗରେ ହାରମାନି ଥିବା ନଜର ଆସିଥିଲା। ଦଳ କେବଳ 20 ଓଭରରେ 123/9 ରନ୍ କରିପାରିବାରେ ସମର୍ଥ ହୋଇଥିଲା। 

ଏହି ବିଜୟ ସହିତ ଭାରତୀୟ ଦଳ ନିଜ ଗ୍ରୁପ୍‌ରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଏବଂ ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ଏହି ମ୍ୟାଚରେ ବିରାଟ କୋହଲି ପୁଣି ଥରେ ଟିମ୍ ଇଣ୍ଡିଆର ଟ୍ରବଲସୁଟର୍ ଭାବରେ ଉଭା ହୋଇଥିଲେ ଏବଂ ଅର୍ଦ୍ଧଶତକ ହାସଲ କରି ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିଲେ। ବିରାଟ ପୁଣି ଥରେ ଅପରାଜିତ ରହି 44 ବଲରେ 62 ରନ୍ ସଂଗ୍ରହ କରିଥିଲେ। ବ୍ୟାଟିଂ ସମୟରେ ବିରାଟ ଲାଇମଲାଇଟରେ ରହିଥିଲେ ମଧ୍ୟ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ଆରମ୍ଭ ପୂର୍ବରୁ ମଧ୍ୟ କ୍ୟାମେରାର ଧ୍ୟାନ ତାଙ୍କ ଉପରେ ଥିଲା।