T20 WC 2022: ଏହି ପାକିସ୍ତାନ ଅଭିନେତ୍ରୀ ଜିମ୍ବାୱେ ଟିମକୁ ଦେଲେ ଅଫର୍, କହିଲେ ଯଦି ତୁମେ ଭାରତକୁ ହରାଅ ତେବେ ମୁ...

 

କ୍ରିକେଟ ଖବର : ଗତକାଲି ଟି -20 ବିଶ୍ୱକପ 2022 ରେ, ପାକିସ୍ତାନ ଦଳ ସେମିଫାଇନାଲ ଖେଳିବା ଦୌଡ଼ପାଇଁ ପୁଣିଥରେ କମବ୍ୟାକ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡୁ ଅର୍ ଡାଏ ମ୍ୟାଚ୍ ଖେଳି ଦଳ 33 ରନରେ ଏହି ମ୍ୟାଚ ଜିତିଛି। ଅନ୍ୟପଟେ ଭାରତ 6 ପଏଣ୍ଟ ସହ ଟେବୁଲର ଶୀର୍ଷରେ ଅଛି ଏବଂ ସେମିଫାଇନାଲରେ ପ୍ରବେଶ କରିବାକୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚ ଜିତିବା ଆବଶ୍ୟକ।

ଏଥି ସହିତ, ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନର ଅଭିନେତ୍ରୀ ସାହାର ସିନ୍ୱାରୀ ତାଙ୍କର ଗୋଟିଏ ଟ୍ୱିଟ୍ ମାଧ୍ୟମରେ ଆଲୋଚନା ସୃଷ୍ଟି କରିଛନ୍ତି।

ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ଏହି ମେଗା ଇଭେଣ୍ଟରେ ପାକିସ୍ତାନକୁ ଦ୍ୱିତୀୟ ମ୍ୟାଚ୍‌ରେ ଏକ ବଡ଼ ଆଶ୍ଚର୍ଯ୍ୟଜନକ ହାରର ସମ୍ମୁଖୀନ ହେବାକୁ ପଡିଥିଲା, ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନକୁ ଗୋଟିଏ ରନ୍‌ରେ ପରାସ୍ତ ହୋଇଥିଲା, ଏହା ପରେ ପାକିସ୍ତାନ ଦଳ ସେମିଫାଇନାଲରୁ ବାଦ୍ ପଡିବ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଏହି ସବୁ ମଧ୍ୟରେ ପାକିସ୍ତାନର ଅଭିନେତ୍ରୀ ସାହାର ସିନ୍ୱାରୀ ବର୍ତ୍ତମାନ ନିଜର ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। 

ନଭେମ୍ବର 3 ତାରିଖ ଦିନ ଏହି ପାକିସ୍ତାନୀ ଅଭିନେତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ଜିମ୍ବାୱେ ଦଳ ଚମତ୍କାର ଭାବେ ପରବର୍ତ୍ତୀ ମ୍ୟାଚରେ ଭାରତକୁ ପରାସ୍ତ କରେ ତେବେ ମୁଁ ଜଣେ ଜିମ୍ବାୱେ ଯୁବକଙ୍କୁ ବିବାହ କରିବି। ତେବେ ଆସନ୍ତା 6 ତାରିଖ ଦିନ ଭାରତ-ଜିମ୍ବାୱେ ମ୍ୟାଚ୍ ହେବାକୁ ଥିବା ବେଳେ ଏହି ମ୍ୟାଚ୍ ରେ ଭାରତ କୁ ହରାଇବାକୁ ଜିମ୍ବାୱେ ଟିମ୍ କୁ ଅନୁରୋଧ କରିଛନ୍ତି ପାକିସ୍ତାନ ର ଏହି ଅଭିନେତ୍ରୀ।