ଭାରତୀୟ ଦଳରେ ଜରୁରୀ ଏହି ୪ ବଡ଼ ପରିବର୍ତ୍ତନ, ନ ହେଲେ ଟିମ୍ ଇଣ୍ଡିଆ ICC ଟ୍ରଫି ଜିତିବା ଅସମ୍ଭବ

 

କ୍ରିକେଟ ଖବର : ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଯାତ୍ରା ଶେଷ ହୋଇଛି। ଗତକାଲି ଆଡ଼ିଲେଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ପରାଜୟ ବରଣ କରିଛି ଭାରତ। ଏହି ଏକପାଖିଆ ପରାଜୟ ପରେ ଟିମ୍ ଇଣ୍ଡିଆ ଉପରେ ଅନେକ ପ୍ରଶ୍ନ ଉଠିଛି। 

ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ଏଭଳି ନକ୍ ଆଉଟ୍ ମ୍ୟାଚରେ କାହିଁକି ଆତ୍ମସମର୍ପଣ କରୁଛି ? ବାରମ୍ବାର କାହିଁକି ଦଳ ଶେଷ ମୁହୂର୍ତ୍ତରେ ଧରାଶାୟୀ ହେଉଛି ?  ଏଠାରେ କହି ରଖୁ କି ୨୦୧୩ ମସିହାରୁ ଭାରତ ୨୦୧୪, ୨୦୧୬ ଟି-୨୦ ବିଶ୍ୱକପର ନକ୍ଆଉଟ୍ ରାଉଣ୍ଡରେ ପରାଜୟକୁ ମଧ୍ୟ ସ୍ୱିକାର କରିଥିଲା। ୨୦୧୭ ମସିହା ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପରେ ମଧ୍ୟ ସମାନ ପରିସ୍ଥିତି ହୋଇଥିଲା। ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମଧ୍ୟ ଭାରତ ପରାଜୟ ବରଣ କରିଥିଲା। ତେବେ ଏଭଳି କାହିଁକି ହେଉଛି ? ଯାହା ଅନେକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 

ପ୍ରଶ୍ନ ହେଉଛି ଭାରତ ଏଭଳି ଫଳାଫଳ କେତେଦିନ ଧରି ସାମ୍ନା କରିଚାଲିଥିବା ? କେତେ ଦିନ ପର୍ଯ୍ୟନ୍ତ ଭାରତୀୟ ପ୍ରଶଂସକମାନେ ଏମିତି ହତାଶ ରହିବେ ? ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ପରବର୍ତ୍ତୀ ଆଇସିସି ଟ୍ରଫି କେବେ ଜିତିବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ଦଳରେ ପରିବର୍ତ୍ତନ ଆବଶ୍ୟକ। ଯାହା ବର୍ତ୍ତମାନଠୁ କରିବାକୁ ପଡିବ। 

ଟିମ୍ ଇଣ୍ଡିଆରେ ଦରକାର ଏହି ୪ଟି ପରିବର୍ତ୍ତନ :

୧) ପାଓ୍ୱାର ପ୍ଲେ ରେ ପାଓ୍ୱାର ଫୁଲ ଫାଇଦା ଉଠେଇବା ଜରୁରୀ:

ପ୍ରଥମ କଥା ହେଉଛି କି ପାଓ୍ୱାର ପ୍ଲେ ସମୟରେ ପାଓ୍ୱାର ଫୁଲ ପ୍ରଦର୍ଶନର ଜରୁରୀ ରହିଛି। ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ସେମି ଫାଇନାଲ ମ୍ୟାଚରେ ପାଓ୍ୱାରପ୍ଲେରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ସୂଚନା ଯେ ପାୱାରପ୍ଲେରେ ରନ୍ ହାର ମାତ୍ର ୬.୦୨ ସହିତ ଭାରତ ଏହି ମ୍ୟାଚରେ ସ୍କୋର କରିଥିଲା। ୟୁଏଇ ପରେ ଏହା କୌଣସି ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ସେମିଫାଇନାଲରେ ପାୱାରପ୍ଲେ ଓଭରରେ ଭାରତର ସ୍କୋର ମାତ୍ର ୩୮ ରନ ଥିଲା ଏବଂ ଅନ୍ୟପକ୍ଷରେ ଇଂଲଣ୍ଡ ପାୱାର ପ୍ଲେ ଓଭରରେ ୬୩ ରନ ସ୍କୋର କରିଥିଲା। ଏଥିରୁ ସ୍ପଷ୍ଟ ଯେ ପାୱାର ପ୍ଲେ ଓଭରରେ ଟିମ୍ ଇଣ୍ଡିଆ ଏକ ପାଓ୍ୱାରଫୁଲ ଗେମର ଆବଶ୍ୟକ ରହିଛି। 

୨) ଚୟନକର୍ତା ଖେଳାଳିମାନଙ୍କ ଟ୍ୟାଲେଣ୍ଟକୁ ଚିହ୍ନିବା ଦରକାର :

ସେହିପରି ଖେଳାଳିମାନଙ୍କ ଟ୍ୟାଲେଣ୍ଟକୁ ସଠିକ ବ୍ୟବହାର କରିବା ମଧ୍ୟ ନିତ୍ୟାନ୍ତ ଜରୁରୀ। ଦୁନିଆର ଶ୍ରେଷ୍ଠ ଲେଗ ସ୍ପିନରମାନଙ୍କ ମଧ୍ୟରୁ ୟୁଜଭେନ୍ଦ୍ର ଚହଲଙ୍କୁ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ସୁଯୋଗ ମିଳିନାହିଁ। ଦୀପକ ହୁଡାଙ୍କ ପରି ଶ୍ରେଷ୍ଠ ଖେଳାଳିଙ୍କୁ ଭାରତ ପୂର୍ଣ୍ଣ ସୁଯୋଗ ଦେଇ ନଥିଲା। ଯିଏ ନିକଟରେ ଶତକୀୟ ଇନିଂସ ଖେଳିଥିଲେ। ଏପରିକି ଦୀନେଶ କାର୍ତ୍ତିକ ଏବଂ ପରେ ଋଷଭ ପନ୍ତ ମଧ୍ୟ ଅନ୍ୟାୟର ଶିକାର ହୋଇଥିଲେ। ଟିମ୍ ଇଣ୍ଡିଆ ସେମାନଙ୍କ ପାଇଁ ସଠିକ୍ ରଣନୀତି ନଥିଲା। ଏଭଳି ପରିସ୍ଥିତିରେ, ଆଗାମୀ ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଉପଯୁକ୍ତ ବ୍ୟବହାର ଉପରେ ଧ୍ୟାନ ଦେବା ଆବଶ୍ୟକ।

୩) ଟି-୨୦ ପାଇଁ ଯୁବ ଖେଳାଳି ଦରକାର , ନୁହେଁ କି ସିନିୟର ଖେଳାଳି :

ସେହିପରି ଟ୍ୟାଲେଣ୍ଟକୁ ପ୍ରାଥମିକତା ଦେବା ନିହାତି ଜରୁରୀ। ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ, ପୃଥ୍ୱୀ ଶ, ଇଶାନ କିଶାନ, ଶ୍ରେୟସ ଆୟର୍, ଦୀପକ ହୁଡ୍ଡା, ଉମରାନ ମଲ୍ଲିକ ଟି-୨୦ ସିରିଜର ଦମଦାର ଖେଳାଳି ଭାବେ ନିଜକୁ ଗଢି ସାରିଛନ୍ତି। କିନ୍ତୁ ଏମାନଙ୍କୁ ଏହି ସିରିଜରେ କୌଣସି ସୁଯୋଗ ମିଳିନଥିଲା। ଯଦି ଏମାନଙ୍କୁ ସୁଯୋଗ ମିଳିଥାନ୍ତି ତେବେ ଦଳର ପ୍ରଦର୍ଶନ କିଛି ଭିନ୍ନ ହୋଇଥାନ୍ତା। ଏମାନଙ୍କ ବ୍ୟତୀତ କିଛି ବଡ଼ ନାଁ ଥିବା ଖେଳାଳି ପ୍ଲେଇଂ ଇଲେଭେନରେ ନଜର ଆସିଥିଲେ। 

୪) ମାନସିକତାରେ ପରିବର୍ତ୍ତନ କରୁ BCCI :

ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇକୁ ନିଜର ମାନସିକତାରେ ପରିବର୍ତ୍ତନ କରିବାକୁ ପଡ଼ିବ। ଭାରତର ଖେଳାଳିମାନେ କେବଳ ଆଇପିଏଲ ଖେଳୁଛନ୍ତି। କିନ୍ତୁ ସେମାନେ କୌଣସି ବିଦେଶୀ ଲିଗ ଖେଳିବା ଜରୁରୀ। ବିସିସିଆଇ ବିଶାଳ ହୃଦୟ ଦେଖାଇ ଖେଳାଳିଙ୍କୁ ବିଦେଶ ଲିଗ ଖେଳିବାକୁ ସୁଯୋଗ ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ଆସିପାରିବ।