ଏହି 3 ଖେଳାଳିଙ୍କ ପାଇଁ ଅଷ୍ଟ୍ରେଲିଆ ସିରିଜ ହେବ ଅନ୍ତିମ ସୁଯୋଗ, ଭଲ ନଖେଳିଲେ T-20 ବିଶ୍ୱକପର ପ୍ଲେଇଙ୍ଗ XI ରୁ ହେବେ ବାହାର

 
asia cup 2022 team india

କ୍ରିକେଟ୍ ଖବର : ଆଇସିସି ଟି -20 ବିଶ୍ୱକପ ପୂର୍ବରୁ 20 ସେପ୍ଟେମ୍ବରରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ। ଯାହା ଭାରତ ଦ୍ୱାରା ଆୟୋଜିତ ହେବ।   ଭାରତୀୟ ଦଳ ପାଇଁ ଏହି ସିରିଜ ବିଶ୍ୱକପ ଚାମ୍ପିୟନଙ୍କ ସମ୍ମୁଖରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। କାରଣ ବିଶ୍ୱକପ ପୂର୍ବରୁ ଭାରତକୁ ମଧ୍ୟ ଏହି ସିରିଜରେ ଶ୍ରେଷ୍ଠ ପ୍ଲେଇଙ୍ଗ 11 ବାଛିବାକୁ ପଡ଼ିବ। 

ଏଭଳି ପରିସ୍ଥିତିରେ ଭାରତୀୟ ଚୟନକର୍ତ୍ତାମାନେ ମଧ୍ୟ ଏହି ସିରିଜରେ ଖେଳାଳୀମାନଙ୍କୁ ଅତି ଚତୁରତାର ସହ ବାଛିବେ। ଏଥି ସହିତ ଭାରତୀୟ ଦଳରେ 3 ଜଣ ଖେଳାଳି ଅଛନ୍ତି ଯେଉଁମାନେ ଯଦି ଏଥର ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ପ୍ରଦର୍ଶନ ନକରନ୍ତି ତେବେ ସେମାନଙ୍କ କ୍ୟାରିୟର ନଷ୍ଟ ହୋଇପାରେ।

1) ରିଷଭ ପନ୍ତ : 

ଟିମ୍ ଇଣ୍ଡିଆର ଆଗଧାଡ଼ିର ଖେଳାଳି ହେଉଛନ୍ତି ରିଷଭ ପନ୍ତ। କିନ୍ତୁ ସେ ଏସିଆ କପରେ ଖରାପ ପ୍ରଦର୍ଶନ କରି ସମସ୍ତଙ୍କୁ ନିରାଶ କରିଛନ୍ତି। ଅନ୍ୟପଟେ ପନ୍ତଙ୍କୁ ବଡ଼ ମ୍ୟାଚ୍ ର ଖେଳାଳୀ କୁହାଯାଏ କିନ୍ତୁ ସତ କଥା ଅନ୍ୟ କିଛି ରହିଛି। ସେ ଏସିଆ କପରେ ସବୁଠାରୁ ଖରାପ ଖେଳ ଖେଳିଥିଲେ। ଏହାପରଠାରୁ ରିଷଭଙ୍କୁ ବଡ଼ ମ୍ୟାଚ୍ କିମ୍ବା କଠିନ ପରିସ୍ଥିତିରେ ବିଶ୍ୱାସ କରାଯାଇପାରିବ ନାହିଁ। 

pant out against pak

ଏସିଆ କପ୍‌ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ଉଭୟ ମ୍ୟାଚ୍‌ରେ ଖରାପ ସଟ୍ ଖେଳି ପନ୍ତ ତାଙ୍କ ୱିକେଟ୍ ଶୀଘ୍ର ହରାଇଥିଲେ। ଏଭଳି ପରିସ୍ଥିତିରେ ଯଦି ସେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ ନକରନ୍ତି, ତା’ହେଲେ ତାଙ୍କ ସ୍ଥାନରେ ଦୀନେଶ କାର୍ତ୍ତିକଙ୍କୁ ବିଶ୍ୱକପ ଦଳର ପ୍ଲେଇଙ୍ଗ 11 ରେ ରଖାଯିବ। 

2) କେ.ଏଲ୍ ରାହୁଲ୍ :

ଭାରତୀୟ କ୍ରିକେଟ୍ ଦଳର ଓପନର୍ ତଥା ଉପ ଅଧୀନାୟକ କେ.ଏଲ୍ ରାହୁଲ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏସିଆ କପ୍ 2022 ରାହୁଲଙ୍କ ପାଇଁ ଆଦୌ ସ୍ମରଣୀୟ ନଥିଲା। ରାହୁଲ ଟୁର୍ଣ୍ଣାମେଣ୍ଟରେ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା ​। ଯଦିଓ ସେ ଆଫଗାନିସ୍ତାନ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ସେଦିନ ସେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନଥିଲେ। 

ଅନ୍ୟପଟେ ରାହୁଲ ଆଘାତରୁ ଫେରୁଛନ୍ତି।  ଆଗାମୀ ବିଶ୍ୱକପ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ରାହୁଲଙ୍କ ଫର୍ମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଯଦି କେଏଲ ଅଷ୍ଟ୍ରେଲିଆ ବିପକ୍ଷ ଟି -20 ସିରିଜରେ ଭଲ ପ୍ରଦର୍ଶନ ନକରନ୍ତି, ତା’ହେଲେ ତାଙ୍କ କ୍ୟାରିୟର ମଧ୍ୟ ନଷ୍ଟ ହୋଇପାରେ। ଏହା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ହେବ। 

3) ଦୀପକ ହୁଡା :

ଚଳିତ ବର୍ଷ ଆରମ୍ଭରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଡେବ୍ୟୁ କରିଥିବା ଦୀପକ ହୁଡାଙ୍କ ପ୍ରଦର୍ଶନ ବିଶେଷ କିଛି ଖାସ୍ ନାହିଁ। ସେ ପ୍ରାୟତଃ ବଡ଼ ମ୍ୟାଚ୍‌ରେ ଦଳର ଆଶା ପୂରଣ କରି ପାରି ନାହାନ୍ତି। ଯାହା ବର୍ତ୍ତମାନ ଦଳ ପରିଚାଳନା ପାଇଁ ଚିନ୍ତାର ବିଷୟ ପାଲଟିଛି। ଦୀପକ ମିଡ଼ିଲ ଅର୍ଡରରେ ଦଳ ପାଇଁ ଖେଳନ୍ତି। ତେବେ ଦୀପକ କିଛି ଅଲଗା କରିବା ପଛରେ ଅନେକ ଥର ୱିକେଟ୍ ହରାଇଥିବାର ନଜର ଆସିଛନ୍ତି। 

ଏପରି ପରିସ୍ଥିତିରେ, ତାଙ୍କୁ ବଡ଼ ମ୍ୟାଚ୍ କିମ୍ବା କଠିନ ପରିସ୍ଥିତିରେ ବିଶ୍ୱାସ କରାଯାଇପାରିବ ନାହିଁ। ହୁଡା ଭାରତ ପାଇଁ ମୋଟ 20 ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ମାତ୍ର 434 ରନ୍ କରିଛନ୍ତି।  ତେବେ ଯଦି ଦୀପକ ହୁଡା ଅଷ୍ଟ୍ରେଲିଆ ବିପକ୍ଷରେ ସୁଯୋଗ ପାଆନ୍ତି, ତେବେ ତାଙ୍କୁ ନିଜକୁ ଭଲ ଖେଳାଳି ରୂପେ ପ୍ରମାଣ କରିବାକୁ ପଡ଼ିବ। ନଚେତ୍ ତାଙ୍କ ପାଇଁ ଭାରତୀୟ ଦଳର କବାଟ ଖୁବ୍ ଶୀଘ୍ର ବନ୍ଦ ହୋଇପାରେ।