ଭାରତର ବିଜୟର ଲୁକ୍କାୟିତ ହିରୋ, ଯିଏ ବାଉଣ୍ଡରୀ ବାହାରେ ରହି କରିଥିଲେ କମାଲ୍ 

 
D raghavendra

କ୍ରିକେଟ ଖବର : ଟି -20 ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଜୟ ଅଭିଯାନ ପୁଣିଥରେ ଫେରିଛି। ନଭେମ୍ବର 2 ତାରିଖ ଦିନ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଛି। ଏହି ରୋମାଞ୍ଚକର ମ୍ୟାଚକୁ ଭାରତୀୟ ଦଳ 5 ରନରେ ଜିତି ନେଇଛି। ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଏହା ହେଉଛି ତୃତୀୟ ବିଜୟ। ଏହି ବିଜୟ ସହିତ ଭାରତ ସେମିଫାଇନାଲ ଆଶାକୁ ଆହୁରି ଦୃଢ଼ କରିପାରିଛି। ଏହି ମ୍ୟାଚରେ ଦଳର ବିଜୟର ହିରୋ ଉପଅଧିନାୟକ ଲୋକେଶ ରାହୁଲ ଥିଲେ। ସେ ପ୍ରଥମେ ବ୍ୟାଟ୍ ଏବଂ ପରେ ଫିଲ୍ଡିଂ କରି ଭାରତ ଆଡ଼କୁ ମ୍ୟାଚ୍ ଟାଣିଥିଲେ। ଏହି ବିଜୟରେ ବିରାଟ କୋହଲି ଏବଂ ଅର୍ଶଦୀପ ସିଂ ମଧ୍ୟ ଉଲ୍ଲେଖନୀୟ ସହଯୋଗ କରିଥିଲେ।

Team India with raghu

କିନ୍ତୁ, ଏସବୁ ବ୍ୟତୀତ ଜଣେ ବ୍ୟକ୍ତି ଭାରତର ବିଜୟରେ ବହୁତ ସହଯୋଗ କରିଥିଲେ। କେବଳ ପାର୍ଥକ୍ୟ ଥିଲା ଯେ ସେ ଏହି କାମକୁ ପରଦା ପଛରୁ କରିଥିଲେ। ତାଙ୍କ ନାମ ଡି ରାଘବେନ୍ଦ୍ର। ରଘୁ ନାମରେ ସେ ଲୋକପ୍ରିୟ। ରଘୁ ଭାରତୀୟ ଦଳର ଥ୍ରୋ-ଡାଉନ୍ ଏକ୍ସପର୍ଟ, ଅର୍ଥାତ୍ ନେଟସ ଅଭ୍ୟାସ ସମୟରେ ତାଙ୍କର କାର୍ଯ୍ୟ ଆରମ୍ଭ ହୋଇଥାଏ। କିନ୍ତୁ, ବୁଧବାର, ଯେତେବେଳେ ଦଳର ଖେଳାଳିମାନେ ବାଂଲାଦେଶ ବିପକ୍ଷରେ ପଡ଼ିଆରେ ଖେଳୁଥିଲେ, ସେତେବେଳେ ରଘୁ ଭାରତୀୟ ଦଳକୁ ସାହାଯ୍ୟ କରୁଥିଲେ। ତେବେ ଆସନ୍ତୁ ଜାଣିବା ମ୍ୟାଚ୍ ସମୟରେ ଜଣେ ଥ୍ରୋ-ଡାଉନ୍ ବିଶେଷଜ୍ଞ ଭାରତୀୟ ଦଳକୁ କିପରି ସାହାଯ୍ୟ କରୁଥିଲେ?

ରଘୁ ବାଉଣ୍ଡରୀ ବାହାରେ କରିଥିଲେ ଏହି କାର୍ଯ୍ୟ :

ବାସ୍ତବରେ, ମ୍ୟାଚର ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ବ୍ୟାଟିଂ କରୁଥିବାବେଳେ ବର୍ଷା ହୋଇଥିଲା ଏବଂ ଏହି କାରଣରୁ ବାଂଲାଦେଶକୁ ମାତ୍ର 16 ଓଭର ଖେଳିବାକୁ ପଡିଲା। ଆଡିଲେଡର ଭୂମି ଓଦା ଥିଲା ଏବଂ ଭାରତୀୟ ଖେଳାଳିଙ୍କ ଜୋତାରେ ମାଟି ବାରମ୍ବାର ଲାଗିଥିଲା। ଏହି କାରଣରୁ ଖେଳାଳିମାନେ ପଡ଼ିଆରେ ଖସିଯିବାର ଭୟ ଥିଲା ଏବଂ ପରେ ମଧ୍ୟ ଆଘାତ ବି ଲାଗିପାରିଥାନ୍ତା। 

ଏପରି ପରିସ୍ଥିତିରେ, ରଘୁ ତାଙ୍କ ହାତରେ ଏକ ବ୍ରଶ୍ ନେଇ ସୀମା ବାହାରେ ଠିଆ ହୋଇଥିଲେ। ଏକ ଓଭର ଶେଷ ହେବା ମାତ୍ରେ ରଘୁ ଭାରତୀୟ ଦଳର ଖେଳାଳିଙ୍କ ନିକଟକୁ ଦୌଡ଼ି ଆସି ଜୋତାର ମାଟି ସଫା କରୁଥିଲେ। ହାତରେ ବ୍ରଶ ଧରି ରଘୁ ଫିଲଡ଼ ବାହାରେ ଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି। କିଛି ଲୋକ ତାଙ୍କୁ ଟିମ୍ ଇଣ୍ଡିଆର ବିଜୟରେ ପରଦା ପଛରେ ଥିବା ହିରୋ ବୋଲି କହୁଛନ୍ତି।