ରୋହିତଙ୍କ ଅଧିନାୟକତ୍ୱରେ ପୁଣି ଟିମ୍ ଇଣ୍ଡିଆକୁ ଫେରିବେ ଏହି 3 ଜଣ ବଡ଼ ଖେଳାଳି, T-20 ବିଶ୍ୱକପରେ ପାଇବେ ସ୍ଥାନ

 

କ୍ରିକେଟ୍ ଖବର : ଦେଶରେ ବର୍ତ୍ତମାନ ଆଇପିଏଲ୍ ସିଜନ ଚାଲିଛି। ଆଇପିଏଲ ଶେଷ ହେବା ମାତ୍ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ସିରିଜ ଖେଳିବ। ତେବେ ବର୍ତ୍ତମାନ ଚଳିତବର୍ଷର ଆଇପିଏଲରେ ଭାରତୀୟ ଦଳର ପୁର୍ବତନ ତିନିଜଣ ଖେଳାଳି ଭଲ ଫର୍ମରେ ଅଛନ୍ତି। ଏହା ମଧ୍ୟ ଆଶା କରାଯାଏ ଯେ ଏହି ଖେଳାଳିମାନେ ମଧ୍ୟ ଆସନ୍ତା ଆଇସିସି ଟି-20ବିଶ୍ୱକପ ଦଳରେ ଅନ୍ତର୍ଭୁକ୍ତ ହୋଇପାରନ୍ତି।

1) ଶିଖର ଧାୱନ : 

ଶିଖର ଧାୱନ ବର୍ତ୍ତମାନ ଆଇପିଏଲରେ ପଞ୍ଜାବ ଦଳ ପାଇଁ ବହୁତ ଭଲ ବ୍ୟାଟିଂ କରୁଥିବା ଦେଖାଯାଉଛନ୍ତି। ସେ ଚଳିତ ସିଜନରେ ଆଇପିଏଲରେ 369 ରନ୍ ସଂଗ୍ରହ କରିସାରିଛନ୍ତି ଏବଂ ଅରେଞ୍ଜ କ୍ୟାପ୍ ରେସରେ ତୃତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ସେ ଗତ ଟି -20 ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ ହୋଇନଥିଲେ। କିନ୍ତୁ ଏଥର ଚଳିତବର୍ଷର ଆଇପିଏଲରେ ତାଙ୍କର ପ୍ରଦର୍ଶନକୁ ଦେଖି ଆଲୋଚନା ହେଉଛି ଯେ, ଆସନ୍ତା ଟି-20 ବିଶ୍ୱକପରେ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିପାରିବ। 

2) ୟୁଜବେନ୍ଦ୍ର ଚହଲ : 

ଭାରତୀୟ ଦଳର ଷ୍ଟାର ଲେଗ ସ୍ପିନର ଚଳିତ ବର୍ଷ ଭାରତୀୟ ଦଳକୁ ଫେରିବେ କାରଣ ସେ ଏହି ସିଜିନର ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହି ସିଜିନର ଆଇପିଏଲରେ ସେ 11 ଟି ମ୍ୟାଚରେ 22 ଟି ୱିକେଟ୍ ନେଇଛନ୍ତି। ସେ ପର୍ପଲ କ୍ୟାପ ଦୌଡ଼ରେ ପ୍ରଥମ ସ୍ଥାନରେ ଅଛନ୍ତି। ତେଣୁ ଚହଲଙ୍କର ବୋଲିଂ ଲାଇନ ଫେରିଥିବାରୁ ଆଶା କରାଯାଉଛି ଯେ, ସେ ଚଳିତବର୍ଷ ଶେଷ ମାସ ସମୟରେ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପ୍ ଦଳରେ ସ୍ଥାନ ପାଇପାରନ୍ତି। 

3) ହାର୍ଦିକ ପାଣ୍ଡ୍ୟା :

ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଇପିଏଲ୍ ଦଳ ଗୁଜୁରାଟ ଟାଇଟାନ୍ସର ଅଧିନାୟକତ୍ୱ କରୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ଭଲ ଖେଳ ପ୍ରଦର୍ଶନ କରୁଛି। ହାର୍ଦ୍ଦିକଙ୍କ ଫିଟନେସ୍ ବର୍ତ୍ତମାନ ଫେରିଛି। ସେ ପୂର୍ବଭଳି ମାରତ୍ମକ ଶୈଳୀ ବ୍ୟାଟିଂ କରୁଛନ୍ତି। ଗତ ବର୍ଷର ଟି-20 ବିଶ୍ୱକପରେ ତାଙ୍କୁ ଟିମ୍ ଇଣ୍ଡିଆରୁ ଡ୍ରପ୍ କରାଯାଇଥିଲା କିନ୍ତୁ ସେ ଚଳିତ ବର୍ଷର ଟି-20 ବିଶ୍ୱକପରେ ସେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ତାଙ୍କ ପ୍ରଶଂସକ ଆଶା ବ୍ୟକ୍ତ କରିଛନ୍ତି।