IND vs ZIM: ଜିମ୍ବାୱେ ଗସ୍ତ ରେ ଏହି ୩୧ ବର୍ଷୀୟ ଖେଳାଳିଙ୍କୁ ମିଳିଛି ସୁଯୋଗ, ଆଇପିଏଲ୍ ୨୦୨୨ ରେ ସେ କରିଛନ୍ତି ଧମାଲ

 

କ୍ରିକେଟ୍ ଖବର : ଶନିବାର ରାତିରେ ଜିମ୍ବାୱେ ଏବଂ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜ୍ ଘୋଷଣା କରିଛି ବିସିସିଆଇ। ପ୍ରଥମ ଥର ପାଇଁ ରାହୁଲ ତ୍ରିପାଠୀଙ୍କୁ ୱାନଡେ ଫର୍ମାଟ୍ ଦଳରେ ସ୍ଥାନ ଦିଆଯାଇଛି। ୱେଷ୍ଟଇଣ୍ଡିଜ୍ ପରି ଏହି ସିରିଜରେ ମଧ୍ୟ ଦଳର କମାଣ୍ଡ ଶିଖର ଧାୱନଙ୍କୁ ଦିଆଯାଇଛି, ଯାହାର ନେତୃତ୍ୱରେ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଲାଇବ।

ପ୍ରଥମ ୱାନଡେ ଅଗଷ୍ଟ ୧୮ ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଆଶା କରାଯାଉଛି ଯେ ରାହୁଲ ତ୍ରିପାଠୀ ପ୍ରଥମ ୱାନଡେ ରେ ଡେବ୍ୟୁ କରିପାରନ୍ତି। ଜିମ୍ବାୱେ ଏବଂ ଭାରତ ମଧ୍ୟରେ ଖେଳାଯିବାକୁଥିବା ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜରେ ରାହୁଲ ତ୍ରିପାଠୀଙ୍କୁ ଦଳରେ ସ୍ଥାନ ଦିଆଯାଇଥିବାବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।

ରାହୁଲ ବର୍ତ୍ତମାନ ପର୍ୟ୍ୟନ୍ତ ଭାରତ ପାଇଁ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି। ଯଦିଓ ସେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିଲେ ମଧ୍ୟ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା। ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଟି -୨୦ ମ୍ୟାଚ୍ ପାଇଁ ସେ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ଇଂଲଣ୍ଡ ଗସ୍ତରେ କେବଳ ଗୋଟିଏ ଟି -୨୦ ମ୍ୟାଚ୍ ପାଇଁ ଦଳରେ ରହିଥିଲେ।

ସୂଚନାଯୋଗ୍ୟ ଯେ ରାହୁଲ ତ୍ରିପାଠୀ ଆଇପିଏଲ୍ ୨୦୨୨ ରେ ଭଲ ପ୍ରଦର୍ଶନ କରିଛନ୍ତି, ପରେ ସେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିଲେ। ଆଇପିଏଲ୍ ୨୦୨୨ ର ୧୪ ଟି ମ୍ୟାଚ୍ ରେ ସେ ୧୫୮ ରୁ ଅଧିକ ଷ୍ଟ୍ରାଇକ୍ ହାରରେ ମୋଟ ୪୧୩ ରନ୍ ସ୍କୋର କରିଥିଲେ। ଆବଶ୍ୟକ ସ୍ଥଳେ ତ୍ରିପାଠୀ ଏକ ଫିନିଶରର ଭୂମିକା ମଧ୍ୟ ଗ୍ରହଣ କରିପାରନ୍ତି।

ଜିମ୍ବାୱେ ଯାତ୍ରା ପାଇଁ ଟିମ୍ ଇଣ୍ଡିଆ ଖେଳାଳି ତାଲିକା : 

ଶିଖର ଧାୱନ (କ୍ୟାପଟେନ), ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଇଶାନ କିଶନ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଆକ୍ସାର ପଟେଲ, ଆବେଶ ଖାନ, ପ୍ରଶାନ୍ତ କୃଷ୍ଣା, ମହମ୍ମଦ ସିରାଜ ଏବଂ ଦୀପକ ଚହର ।