IND vs ENG Test: ଭାରତ ପାଇଁ ଖୁସିଖବର, ଇଂଲଣ୍ଡ ର ଏହି ବିସ୍ଫୋରକ ଅଲ-ରାଉଣ୍ଡର ଖେଳାଳି ମ୍ୟାଚ ରୁ ହେଲେ ବାହାର

 

କ୍ରିକେଟ ଖବର : ଖେଳାଯାଇପାରିନଥିବା ଆଉ ଏକ ଟେଷ୍ଟ ସିରିଜ ପାଇଁ  ଭାରତୀୟ କ୍ରିକେଟ ଟିମ  ୟୁନାଇଟେଡ଼ କିଙ୍ଗଡମ ପହଁଚି ସାରିଛି । ୫ ଦିନିଆ ଏହି ଟେଷ୍ଟ ମ୍ୟାଚ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଇଂଲିଶ ଟିମ ନିକଟରେ ନ୍ୟୁଜିଲାଣ୍ଡ ଟିମକୁ ହରାଇବା ପରେ ଏବେ ଭାରତୀୟ ଟିମ ସହିତ ଖେଳିବ।

ଭାରତୀୟ ଟିମର କ୍ୟାପ୍ଟେନ ଦାୟିତ୍ୱ ରୋହିତ ଶର୍ମା ତୁଲାଇବେ। କିନ୍ତୁ ଏହି ମ୍ୟାଚ୍ ଖେଳାଯିବା ପୂର୍ବରୁ କିୱି ଟିମକୁ ଏକ ଝଟକା ଲାଗିଛି। ଇଂଲଣ୍ଡ ଦଳର ବେନ ଷ୍ଟୋକ୍ସ ଏହି ମ୍ୟାଚରୁ ଓହରି ଯାଇଛନ୍ତି। 

ବେନ୍ ଷ୍ଟୋକ୍ସ ସିରିଜରୁ ବାହାରିଲେ କାହିଁକି, ଜାଣନ୍ତୁ :

ବେନ ଷ୍ଟୋକସ ମ୍ୟାଚ ଖେଳିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । ଭାରତୀୟ କ୍ରିକେଟ ଟିମ ଓ  ଇଂଲଣ୍ଡ  କ୍ରିକେଟ ଟିମ ମଧ୍ୟରେ ଗତ ଦିନରେ କୋଭିଡ଼ କାରଣରୁ ବାକି ରହିଯାଇଥିବା ୫ମ ଟେଷ୍ଟ ମ୍ୟାଚ ଜୁଲାଇ ୧ରୁ ଆରମ୍ଭ ହେବ । କିନ୍ତୁ କ୍ୟାପ୍ଟେନ ବେନ ଷ୍ଟୋକସ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ତୃତୀୟ ମ୍ୟାଚରେ ନଜର ଆସିବେ ।

ସେ ଭାରତ ବିପକ୍ଷରେ ଖେଳିବେ ନାହିଁ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଜଣାପଡିଛି । ୨୧ ଜୁନରେ ହୋଇଥିବା ଅଭ୍ୟାସ ସେସନକୁ ନଯିବା ପରେ ଷ୍ଟୋକ୍ସଙ୍କୁ କରୋନା ହୋଇଛି ବୋଲି ଜଣାପଡିଛି। ତେବେ ଏହି ଖବରର କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ।