ଭାରତୀୟ ଦଳରେ ସ୍ଥାନ ପାଇବେ ଏହି ଷ୍ଟାର ଖେଳାଳି, ବର୍ତ୍ତମାନ ରୋହିତ ଶର୍ମାଙ୍କ ପରି କରୁଛନ୍ତି ବିସ୍ଫୋରକ ବ୍ୟାଟିଂ..

 

କ୍ରିକେଟ ଖବର: ଯେକୌଣସି ଟିମ ପାଇଁ ଓପନିଂ ଯୋଡ଼ିଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଓପନର୍ସ ସର୍ବଦା ଭଲ ବ୍ୟାଟିଂ କରିବା ପରେ ହିଁ ଟିମର ଜିତିବାର ଆଶା ବଢିଯାଇଥାଏ। ତେବେ ଆଇପିଏଲ ୨୦୨୨ରେ ଜଣେ ବିସ୍ଫୋରକ ଓପନର ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପରି ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ତେଣୁ ଚୟନକାରୀମାନେ ଏହି ବ୍ୟାଟସମ୍ୟାନଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ଦେଇପାରନ୍ତି।

ଆମେ କହୁଚୁ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଓପେନିଂ କରୁଥିବା ଖେଳାଳି ଅଭିଷେକ ଶର୍ମାଙ୍କ କଥା। ସେ ବର୍ତ୍ତମାନ ଚଳିତବର୍ଷର ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଅଭିଷେକ ନିଜ ଦକ୍ଷତା ବଳରେ ସନରାଇଜର୍ସକୁ ଅନେକ ମ୍ୟାଚ ମଧ୍ୟ ଜିତାଇଛନ୍ତି । 

ସେ ଆଇପିଏଲ ୨୦୨୨ରେ ୯ ଟି ମ୍ୟାଚରେ ୩୩୧ ରନ ସଂଗ୍ରହ କରିଛନ୍ତି । ହାଇଦ୍ରାବାଦ ଟିମ ପାଇଁ ସେ ଜଣେ ମ୍ୟାଚ ବିଜେତା ଭାବେ ଉଭା ହୋଇଛନ୍ତି । ଆଇପିଏଲ ପରେ ଟିମ ଇଣ୍ଡିଆକୁ ଦ.ଆଫ୍ରିକା ବିପକ୍ଷରେ ଟି୨୦ ମ୍ୟାଚର ସିରିଜ ଖେଳିବାର ଅଛି । ଏହି ସିରିଜରେ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। 

୨୧ ବର୍ଷୀୟ ଅଭିଷେକ ଶର୍ମା ବର୍ତ୍ତମାନର ଆଇପିଏଲ ସିଜନରେ ଭଲ ଫର୍ମରେ ଚାଲିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସେ ୫୦ ଟି ବଲରେ ୭୫ ରନ୍ ସଂଗ୍ରହ କରିଥିଲେ। ଦଳକୁ ଏକ ଭଲ ଆରମ୍ଭ ଦେବା କ୍ଷେତ୍ରରେ ଅଭିଷେକ ସିଦ୍ଧହସ୍ତ। ତେବେ ତାଙ୍କର ଏହିଭଳି ବିସ୍ଫୋରକ ଫର୍ମ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦେବ ବୋଲି କ୍ରୀଡାମହଲରେ ଆଲୋଚନା ହେଉଛି।