Asia Cup ରେ ଟିମ୍ ଇଣ୍ଡିଆ ପାଇଁ ଏହି ଖେଳାଳି ହେଲେ ବଡ଼ ଭିଲେନ୍, T-20 ବିଶ୍ୱକପ ଦଳରୁ ହେବେ ଆଉଟ୍...

 

କ୍ରିକେଟ୍ ଖବର : ସେପ୍ଟେମ୍ବର 6 ତାରିଖ ଦିନ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ସୁପର- 4 ରାଉଣ୍ଡର ଉଭୟ ମ୍ୟାଚ୍‌ରେ ଶେଷ ଓଭରରେ ଟିମ୍ ଇଣ୍ଡିଆ ବିଜୟ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ଶ୍ରୀଲଙ୍କା ଠାରୁ 6 ୱିକେଟରେ ପରାଜୟର ସମ୍ମୁଖୀନ ହୋଇଥିଲା।ଏଥି ସହିତ, ଏହି ମ୍ୟାଚରେ ପରାଜୟ ପରେ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ଜଣେ ଷ୍ଟାର ଫାଷ୍ଟ ବୋଲରଙ୍କ ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ନିରାଶ ହୋଇଥିଲେ।

ଏହି ବୋଲର୍ ହେଲେ ଦଳର ଭିଲେନ୍ :

ହଁ, ଆମେ କହୁଚୁ ଟିମ୍ ଇଣ୍ଡିଆର ସୁଇଙ୍ଗ୍ ବୋଲର୍ ଭୁବନେଶ୍ୱର କୁମାରଙ୍କ ବିଷୟରେ। ସେ ଡେଥ ଓଭରରେ ନିଜର ଲୟ ଧୀରେ ଧୀରେ ହରାଉଛନ୍ତି। ଏହି ବିଶେଷ ଆର୍ଟିକିଲରେ, ଆମେ ଟିମ୍ ଇଣ୍ଡିଆର ଏହି ଭିଲେନଙ୍କ  ବିଷୟରେ କହିବାକୁ ଯାଉଛୁ, ଯେଉଁ କାରଣରୁ ପ୍ରଥମେ ଟି-20 ବିଶ୍ୱକପ 2021 ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ଏସିଆ କପରେ ବି ଜିତିବାକୁ ଦେଲେନି ଏହି ଷ୍ଟାର୍ ବୋଲର୍। 

ଭାରତୀୟ ଦଳର ପରାଜୟର କାରଣ ହେଲେ ଭୁବି : 

ଭାରତୀୟ ଦଳର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନିଜର ତୀକ୍ଷ୍ଣ ବୋଲିଂ ପାଇଁ ଜଣାଶୁଣା, କିନ୍ତୁ ଗତ କିଛି ବର୍ଷ ହେବ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ଭୁବିଙ୍କ ଏସିଆ କପ୍ 2022 ପ୍ରଦର୍ଶନ ଉପରେ ନଜର ପକାଇବା। ସେ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରିଥିଲେ, କିନ୍ତୁ ଯେତେବେଳେ ଉନବିଂଶ ଓଭରରେ ଦଳ ତାଙ୍କଠାରୁ ସର୍ବାଧିକ ଆଶା କରିଥିଲା, ସେତେବେଳେ ସେ 19 ରନ୍ ଦେଇ ଟିମ୍ ଇଣ୍ଡିଆର ବିଜୟର ଆଶାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଥିଲେ।

ସୁପର-4 ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ବି ସମାନ ଘଟଣା ଘଟାଇଥିଲେ ଭୁବି। ସେ ପାୱାର ପ୍ଲେ ଓଭରରେ ୱିକେଟ୍ ନେବାକୁ ଯାଆନ୍ତି, କିନ୍ତୁ ତାଙ୍କର ପ୍ରଦର୍ଶନ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଫ୍ଲପ୍ ପ୍ରମାଣିତ ହୋଇଥିଲା। ଉଲ୍ଲେଖଥାଉ କି, ପ୍ରଶଂସକଙ୍କ କ୍ରୋଧ ମଧ୍ୟ ତାଙ୍କ ଉପରେ ଯଥାର୍ଥ ଅଟେ। କାରଣ ଏହି ବୋଲର ଶେଷ ଓଭରର ବୋଲିଂରେ ଟିମ୍ ଇଣ୍ଡିଆ ପାଇଁ ଅସୁବିଧା ସୃଷ୍ଟି କରୁଛନ୍ତି। ଦଳର ସବୁଠାରୁ ଅଭିଜ୍ଞ ବୋଲର ହୋଇ 10.07 ହାରରେ ରନ ଦେଇଥିଲେ ସେ। ଏଥିସହ ଦୁଇଟି ଓଭର ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷରେ ଆସିଥିଲା, ଯାହା ମହଙ୍ଗା ପଡିଥିଲା ​​ଏବଂ ମ୍ୟାଚ୍ ହାତରୁ ଚାଲିଯାଇଥିଲା।

ଶେଷ ଓଭରରେ ରନ୍ ସଞ୍ଚୟ କରିବାରେ ଭୁଭି କ୍ରମାଗତ ବିଫଳତା ବୋଲି ପ୍ରମାଣ ହେଉଛନ୍ତି। ପାକିସ୍ତାନକୁ ଶେଷ 2 ଓଭରରେ 26 ରନ୍ ଆବଶ୍ୟକ ଥିଲା, କିନ୍ତୁ 19 ଓଭରରେ 19 ରନ୍ ଦେଇଥିଲେ ସେ, ସେହିପରି ଶ୍ରୀଲଙ୍କା ବିପକ୍ଷରେ ଶେଷ ଦୁଇ ଓଭରରେ 21 ରନ୍ ଆବଶ୍ୟକ ଥିଲା, କିନ୍ତୁ ଏଥର ବି 19 ଓଭରରେ ସେ 14 ରନ୍ ବ୍ୟୟ କରିଥିଲେ। ଯାହା ପରେ ଶେଷ ଓଭରରେ ହାରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା। 

ଭୁବି ଟି-20 ବିଶ୍ୱକପ ଦଳରୁ ହେବେ ବାହାର !

ଗତ ବର୍ଷ ଟି -20 ବିଶ୍ୱକପରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ଟ୍ରାକ ରେକର୍ଡ ବିଶେଷ ଭଲନାହିଁ।  ଟି -20 ବିଶ୍ୱକପ 2021 ରେ ସେ 8.30 ଇକୋନମିରେ ପାକିସ୍ତାନ ବିପକ୍ଷରେ 3 ଓଭରରେ 25 ରନ୍ ଦେଇଥିଲେ ଏବଂ କୌଣସି ୱିକେଟ୍ ନେଇ ପାରି ନଥିଲେ।

ଭୁବନେଶ୍ୱର କୁମାର ଟି -20 ଫର୍ମାଟରେ ପାୱାର ପ୍ଲେରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି, ତଥାପି ସେ ଏସିଆ କପରେ କମାଲ୍  ଦେଖାଇ ପାରି ନାହାନ୍ତି। ଭୁବନେଶ୍ୱରଙ୍କ ଏହି ପ୍ରଦର୍ଶନ ସହିତ, ସେ ଆଗାମୀ ଟି -20 ବିଶ୍ୱକପ ଦଳର ପ୍ଲେଇଂ -11 ରେ ସ୍ଥାନ ପାଇବା କଷ୍ଟକର ହୋଇପଡୁଛି।