ଶ୍ରୀଲଙ୍କା ର ଏହି ଘାତକ ଅଲ-ରାଉଣ୍ଡର କୁ କ୍ରିକେଟ ର ସମସ୍ତ ଫର୍ମାଟରୁ ବ୍ୟାନ କଲା ବୋର୍ଡ, ଏହି କାରଣରୁ ହେଲା କଡ଼ା କାର୍ଯ୍ୟାନୁଷ୍ଠାନ

 

କ୍ରିକେଟ ଖବର: ଅଲରାଉଣ୍ଡର ଚାମୁକା କରୁଣାରତ୍ନେଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବର୍ଷକ ପାଇଁ ନିଲମ୍ବିତ କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼(ଏସ୍‌ସିଏଲ୍‌)। ଟି୨୦ ବିଶ୍ୱକପ୍‌ ସମୟରେ ଖେଲାଳିଙ୍କ ଚୁକ୍ତିନାମାର ଅନେକ ନିୟମ ସେ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ତିନିଜଣିଆ ପ୍ୟାନେଲ ଦ୍ୱାରା ଶୃଙ୍ଖଳାଗତ ଅନୁସନ୍ଧାନ ପରେ ଏସ୍‌ଏଲ୍‌ସିର କାର୍ଯ୍ୟନିର୍ବାହୀ କମିଟି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ତାଙ୍କ ଉପରେ ୫ହଜାର ଡଲାର ଜରିମାନା ମଧ୍ୟ ଲଗାଯାଇଛି। ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ଟି -20 ବିଶ୍ୱକପ୍‌ରେ ସାତୋଟି ମ୍ୟାଚ୍‌ରେ କରୁଣାରତ୍ନେ ବୋଲିଂ କରି 3ଟି ୱିକେଟ୍ ନେଇଥିଲେ

ଆହୁରି ପଢ଼ନ୍ତୁ : ICC T20 ରାଙ୍କିଙ୍ଗ୍: ସୂର୍ଯ୍ୟକୁମାର T-20 ରାଙ୍କିଙ୍ଗ୍ ରେ ନମ୍ବର ଏକ ଖେଳାଳି, ଜାଣନ୍ତୁ ବାକି ସବୁ ଖେଳାଳି କେଉଁ ସ୍ଥାନରେ ଅଛନ୍ତି

ଚାମିକା କରୁଣାତ୍ନେଙ୍କ ଉଲ୍ଲଂଘନର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନୁସନ୍ଧାନ କମିଟି ଏସଏଲସି କାର୍ଯ୍ୟନିର୍ବାହୀ କମିଟିକୁ ସୁପାରିଶ କରିଛି ଯେ ଭବିଷ୍ୟତରେ ଖେଳାଳି ତାହା ନକରିବାକୁ କଡା ଚେତାବନୀ ଦିଆଯାଇଛି।  ଏହା ସହିତ, ଏପରି ଦଣ୍ଡ ଦିଆଯିବା ଉଚିତ ଯାହା ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅଧିକ ପ୍ରଭାବ ପକାଇବ ନାହିଁ।

ବୋର୍ଡ ଆହୁରି ମଧ୍ୟ କହିଛି, 'ଏଭଳି ପରିସ୍ଥିତିରେ ଅନୁସନ୍ଧାନ ପ୍ୟାନେଲର ଉପରୋକ୍ତ ଅନୁସନ୍ଧାନ ଏବଂ ସୁପାରିଶକୁ ଅନୁସରଣ କରି କାର୍ଯ୍ୟନିର୍ବାହୀ କମିଟି ସମସ୍ତ ପ୍ରକାର କ୍ରିକେଟ୍ ରେ ଭାଗ ନେବାକୁ ଏକ ବର୍ଷ ଉପରେ ତାଙ୍କୁ ପ୍ରତିବନ୍ଧକ ଲଗାଇଛି।  ଚାମିକା କରୁଣାତ୍ନେ ମଧ୍ୟ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରିଛନ୍ତି।