ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସଟ ଦେଖି ଆଶ୍ଚର୍ଯ୍ୟ ହେଲେ ଇଂଲଣ୍ଡ ଖେଳାଳି ରିସ୍ ଟୋପଲି, ଭାରତୀୟଙ୍କ ବିଷୟରେ କହିଲେ ଏମିତି...

 

କ୍ରିକେଟ ଖବର : ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି -20 ମ୍ୟାଚରେ ଇଂଲଣ୍ଡ କ୍ରିକେଟ୍ ଦଳର ବୋଲର ରିସ ଟୋପଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କାର ମିଳିଛି। ଏହି ମ୍ୟାଚ୍‌ରେ ରିସ୍ ଟୋପଲି ଇଂରାଜୀ ଦଳ ପାଇଁ ସବୁଠାରୁ ପ୍ରଭାବଶାଳୀ ବୋଲିଂ କରିଥିଲେ। 

ନଟିଂହାମର ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ।  ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଭାରତକୁ 216 ରନ୍ ଟାର୍ଗେଟ ଦେଇଥିଲା, ଏହାର ଉତ୍ତରରେ ଟିମ୍ ଇଣ୍ଡିଆ କେବଳ 20 ଓଭରରେ 198 ରନ୍ ସ୍କୋର କରିପାରିଥିଲା।  ଯେଉଁଥିରେ ରିସ୍ ଟୋପଲିଙ୍କ ସୁପର ବୋଲିଂ ଦେଖିବାକୁ ମିଳିଥିଲା। ଭାରତର ବ୍ୟାଟିଂ ଲାଇନଅପକୁ ଭାଙ୍ଗିବାରେ ରିସ୍ ଟୋପଲି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।  ଏହି ବୋଲର ପ୍ରଥମେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଏବଂ ରିଷଭ ପନ୍ତଙ୍କୁ ଆଉଟ୍ କରିଥିଲେ।

ଏହା ପରେ, ଶେଷରେ, ଯେତେବେଳେ ଶ୍ରେୟସ୍ ଆୟର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହଭାଗିତା ଇଂଲଣ୍ଡ ଉପରେ ଭାରି ପଡିଥିଲା, ସେତେବେଳେ ଟୋପିଲ ଶ୍ରେୟସ୍ ଆୟରଙ୍କୁ ଆଉଟ୍ କରିଥିଲେ।  ଯାହା ପରେ ଭାରତୀୟ ଦଳର କୋଣସି ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ରନ କରିବାରେ ସହଯୋଗ କରିପାରିଲେ ନାହିଁ। ଏହି ମ୍ୟାଚ୍‌ରେ 4 ଓଭରର କୋଟାରେ ମାତ୍ର 22 ରନ୍‌ ଦେଇ  ଟୋପଲି 3 ୱିକେଟ୍ ନେଇଛନ୍ତି। ଯେଉଁଥି ପାଇଁ ରିସ୍ ଟୋପଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟାଇଟଲ୍ ପ୍ରଦାନ କରାଯାଇଥିଲା।

ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କଲେ ଟୋପଲି : 

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇବା ପରେ ରିସ୍ ଟୋପଲି ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି। ଟୋପଲିଙ୍କ କହିବାନୁସାରେ, ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କିଛି ଶଟ୍‌ ଦେଖି ସେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଥିଲେ।

ପୋଷ୍ଟ ମ୍ୟାଚ୍ ଉପସ୍ଥାପନା ସମୟରେ ସେ କହିଛନ୍ତି, ଆଜିର ମ୍ୟାଚ୍ ଉତ୍କୃଷ୍ଟ ଥିଲା, ମୁଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇ ଖୁସି, ମୋ ଖେଳ ଯୋଜନାକୁ ନେଇ ବହୁତ ଉତ୍ସାହିତ। ମୁଁ ପ୍ରତ୍ୟେକ ବଲକୁ ଅଲଗା କରିବାକୁ ଚାହୁଁଥିଲି। ବିଭିନ୍ନ ବ୍ୟାଟ୍ସମ୍ୟାନଙ୍କୁ ଭିନ୍ନ ଶୈଳୀରେ ବୋଲିଂ କରିଛି। ମୁଁ କେବଳ ରନ୍ ବନ୍ଦ କରିବାକୁ କିମ୍ବା ୱିକେଟ୍ ନେବାକୁ ଚାହୁଁଥିଲି। ଆମେ ପ୍ରାରମ୍ଭିକ ୱିକେଟ୍ ନେବାକୁ ଚାହୁଁଥିଲୁ, ଭାରତ ପକ୍ଷରୁ ଏକ ଅବିଶ୍ୱସନୀୟ ଇନିଂସ ଖେଳାଯାଇଥିଲା। ଏମାନଙ୍କର କିଛି ସଟ୍ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।