ଏହି ଇଂଲଣ୍ଡ ପେସର୍ କହିଲେ ବାବର ଏବଂ ବିରାଟ ମଧ୍ୟରେ କିଏ ଭଲ ଡ୍ରାଇଭ୍ ମାରେ, କୋହଲି ଙ୍କୁ ନେଇ କହିଲେ ଏମିତି

 

କ୍ରିକେଟ ଖବର : ଉଭୟ ବିରାଟ କୋହଲି ଏବଂ ବାବର ଆଜାମ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଅଟନ୍ତି।କୋହଲି ଏକ ଦଶନ୍ଧିରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବାବେଳେ ବାବରଙ୍କ କ୍ୟାରିୟର ଏବେ ବି ନୂଆ ରହିଛି। ବିରାଟଙ୍କ ଅପେକ୍ଷା କମ୍ ଅଭିଜ୍ଞତା ଥିବା ବାବରଙ୍କୁ ତାଙ୍କ ସହିତ କ୍ରମାଗତ ଭାବରେ ତୁଳନା କରାଯାଉଛି। ଉଭୟ ବ୍ୟାଟ୍ସମ୍ୟାନ୍ ଚମତ୍କାର କଭର ଡ୍ରାଇଭ୍ ଖେଳନ୍ତି ଏବଂ ପ୍ରାୟତଃ ପ୍ରଶଂସକମାନେ ଏହି ଦୁଇଜଣଙ୍କ ମଧ୍ୟରେ ତୁଳନା କରନ୍ତି। ବର୍ତ୍ତମାନ ଇଂଲଣ୍ଡ ଦ୍ରୁତ ବୋଲର ମାର୍କ ବୁଡ୍ ସେମାନଙ୍କ ମଧ୍ୟରୁ କିଏ ଭଲ କଭର ଡ୍ରାଇଭ ଖେଳନ୍ତି ସେ ବିଷୟରେ ବର୍ଣ୍ଣନା କରିଛନ୍ତି।

ବୁଡ୍ କହିଛନ୍ତି କୋହଲିଙ୍କ କଭର ଡ୍ରାଇଭ ଶର୍ଟ ବାବରଙ୍କ ଅପେକ୍ଷା ଭଲ। ତେବେ କ୍ରିକେଟ ପ୍ରଶଂସକମାନେ ଜାଣିଛନ୍ତି ଯେ, କୋହଲିଙ୍କ ଟ୍ରେଡ୍ ମାର୍କ ସଟ୍ ହେଉଛି ତାଙ୍କର କଭର ଡ୍ରାଇଭ୍। ତାଙ୍କର କଭର ଡ୍ରାଇଭ୍ ଦେଖି ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଖୁସି ହୋଇଯାଏ।

ବାବର ବିଷୟରେ ସମାନ କଥା କୁହାଯାଇପାରେ କାରଣ ତାଙ୍କ କଭର ଡ୍ରାଇଭ୍ ମଧ୍ୟ ବହୁତ ସୁନ୍ଦର। ତେବେ, ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ଘଟଣାରେ କୋହଲି ପ୍ରାୟତଃ ଅଧିକ ଭୋଟ୍ ପାଆନ୍ତି। କିନ୍ତୁ ମାର୍କ ବୁଡଙ୍କ କଥା କୋହଲିଙ୍କ ପ୍ରସଂଶକଙ୍କୁ ହଜମ ହୋଇନି।

 

ବାବରଙ୍କ ଫର୍ମ ବର୍ତ୍ତମାନ ତାଙ୍କର ସାଥ୍ ଦେଉନି ଏବଂ ସେ ଦୁଇ ଅଙ୍କ ବିଶିଷ୍ଟ ରନକୁ ବି ଛୁଇଁ ପାରୁ ନାହାନ୍ତି। ଅନ୍ୟପକ୍ଷରେ କୋହଲି ଭୟଙ୍କର ଫର୍ମରେ ଚାଲିଛନ୍ତି।  କୋହଲି ଟି-20 ବିଶ୍ୱକପରେ ଏପର୍ଯ୍ୟନ୍ତ ଖେଳିଥିବା ଚାରି ଇନିଂସ ମଧ୍ୟରୁ ତିନିଟିରେ ଅର୍ଦ୍ଧଶତକ ହାସଲ କରିଛନ୍ତି।