କୋହଲି ଏବଂ ରୋହିତଙ୍କ ଏହି ଭୁଲ ପାଇଁ ଚେତାବନୀ ଦେଲା BCCI, କହିଲା ଇଂଲଣ୍ଡରେ ଯଦି ଏମିତି କରିବ ତେବେ ଆଉ...

 

କ୍ରିକେଟ ଖବର : 2021 ମସିହାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପରେ ଭାରତ ଏବଂ ଇଂଲଣ୍ଡ (ENG vs IND) ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଥିଲା, କିନ୍ତୁ ଗତଥର କରୋନା କାରଣରୁ ସିରିଜର ଶେଷ ଟେଷ୍ଟ ମ୍ୟାଚ୍ ସ୍ଥଗିତ ରଖିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ବିସିସିଆଇ ଏବଂ ଇସିବି ନିଷ୍ପତ୍ତି ନେଇଥିଲା ଯେ ଶେଷ ଟେଷ୍ଟ ମ୍ୟାଚ୍ 2022 ମସିହାରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ମ୍ୟାଚ୍ ଏପର୍ଯ୍ୟନ୍ତ ଆରମ୍ଭ ନ ହେବା ପୂର୍ବରୁ ବିସିସିଆଇ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇଛି।

କାହିଁକି ଖେଳାଳିଙ୍କୁ ଚେତାଇଲା BCCI ?

ବର୍ତ୍ତମାନ ଟିମ୍ ଇଣ୍ଡିଆର ଗୋଟିଏ ଦଳ ଇଂଲଣ୍ଡ ଗସ୍ତରେ ରହିଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଅଛନ୍ତି ଟିମ୍ ଇଣ୍ଡିଆର କେତେକ ସିନିୟର ଖେଳାଳି। ଏହାରି ମଧ୍ୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳିଙ୍କ ଉପରେ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି।  ଏହା ପଛର କାରଣ ହେଉଛି ଭାରତୀୟ ଖେଳାଳିମାନେ ମାସ୍କ ଏବଂ ସାମାଜିକ ଦୂରତା ବିନା ଖୋଲାଖୋଲି ଭାବରେ ପ୍ରଶଂସକଙ୍କୁ ଭେଟୁଛନ୍ତି। କରୋନା କାରଣରୁ ଖେଳାଳୀଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ପରିଦର୍ଶନ ନକରିବାକୁ କୁହାଯାଇଛି। ତଥାପି ଏହି ସବୁକୁ ଖାତିର ନ କରି ଖୁଲମଖୁଲା ଇଂଲଣ୍ଡରେ ବୁଲୁଛନ୍ତି ଭାରତୀୟ ଖେଳାଳି। 

ବିରାଟ ଆଉ ରୋହିତଙ୍କୁ ବିନା ମାସ୍କରେ ଦେଖି କଣ କହିଛି ବିସିସିଆଇ ? 

ବାସ୍ତବରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ଲିସେଷ୍ଟର ଏବଂ ଲଣ୍ଡନରେ ପ୍ରଶଂସକଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ସମ୍ପ୍ରତି ଭାରତୀୟ ଦଳ ଲେଷ୍ଟେଷ୍ଟେୟାର କାଉଣ୍ଟି କ୍ରିକେଟ୍ କ୍ଲବ ବିପକ୍ଷ ଅଭ୍ୟାସ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେଉଛି।

ଏହି ସମୟରେ ବିସିସିଆଇର କୋଷାଧ୍ୟକ୍ଷ କହିଛନ୍ତି ଯେ, “ବ୍ରିଟେନରେ କୋଭିଡର ବିପଦ କମିଛି। କିନ୍ତୁ ତଥାପି ଖେଳାଳିମାନେ ଅଧିକ ଯତ୍ନବାନ ହେବା ଉଚିତ୍। ଆମେ ଟିକେ ସତର୍କ ରହିବାକୁ ହେବ। ସବୁ ଖେଳାଳି ଏହା ପ୍ରତି ଧ୍ୟାନ ଦିଅନ୍ତୁ।" ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବ୍ରିଟେନରେ ପ୍ରତିଦିନ 10,000 ରୁ ଅଧିକ ନୂଆ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏମିତି ପରିସ୍ଥିତିରେ ଯଦି ଖେଳାଳିମାନେ ମୁକ୍ତ ହୋଇ ବୁଲିବେ , ତେବେ ରୋଗ ଆଣିବା ସ୍ୱାଭାବିକ। 

ENG ବନାମ IND ଟେଷ୍ଟ ମ୍ୟାଚ୍ ପାଇଁ ଇଣ୍ଡିଆନ୍ ଟିମ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ (wk), କେ.ଏସ୍ ଭରତ (wk), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କୃଷ୍ଣ।