IND vs ENG: ଏହି 3 ଟି ବଡ଼ କାରଣ ଯୋଗୁଁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତର ହେଲା ପରାଜୟ

 

କ୍ରିକେଟ ଖବର : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ 10 ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଛି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆର ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରି ମ୍ୟାଚକୁ ଏକପାଖିଆ କରି ଜିତିଥିଲେ। 169 ରନ୍‌ର ଟାର୍ଗେଟକୁ ଫଲୋ କରି ଇଂଲଣ୍ଡ ଦଳ 16 ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ତେବେ ଟିମ୍ ଇଣ୍ଡିଆ ମୁଖ୍ୟତଃ ଏହି 3 ଟି କାରଣ ଯୋଗୁଁ ମ୍ୟାଚ ହାରିଲା ବୋଲି କ୍ରିକେଟ ବିଶେଷଜ୍ଞ କହିଛନ୍ତି। 

1) ପାୱାରପ୍ଲେରେ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଧିମା ବ୍ୟାଟିଂ: 

ଟିମ୍ ଇଣ୍ଡିଆର ପରାଜୟର ପ୍ରଥମ ମୁଖ୍ୟ କାରଣ ଉଭୟ ଓପନର୍। ଏହି ଉଭୟ ଖେଳାଳି ପାୱାରପ୍ଲେରେ ଧିମା ରନ୍ ସ୍କୋର କରୁଥିବା ଦେଖାଯାଇଥିଲା, ଯାହାର ଚାପ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ ମାନଙ୍କ ଉପରେ ସ୍ପଷ୍ଟ ଦେଖାଯାଉଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବି ରୋହିତ-ରାହୁଲ ଫ୍ଲପ ହୋଇଥିଲେ।

2) କେ.ଏଲ୍ ରାହୁଲଙ୍କ କ୍ରମାଗତ ଖରାପ ପ୍ରଦର୍ଶନ:

ଓପନର୍ କେ.ଏଲ୍ ରାହୁଲ ବଡ ଦଳ ଏବଂ ବଡ ମ୍ୟାଚ୍ ରେ ଫ୍ଲପ୍ ହେଉଥିବା ଅନେକ ନଜର ରହିଛି। ଯାହାକି ସେମିଫାଇନାଲ ବି ଧାରା ବଜାୟ ରହିଥିଲା। ଚଳିତ ବର୍ଷର ଟି-20 ବିଶ୍ୱକପରେ ଜିମ୍ବାୱେ ଏବଂ ବାଂଲାଦେଶ ବିପକ୍ଷରେ କେ.ଏଲ୍ ରାହୁଲ ଭଲ ଖେଳିଥିଲେ। କିନ୍ତୁ ପାକିସ୍ତାନ, ସାଉଥ୍ ଆଫ୍ରିକା ଆଉ ଇଂଲଣ୍ଡ ଭଳି ବଡ ଦଳ ବିପକ୍ଷରେ ରାହୁଲଙ୍କ ବ୍ୟାଟ୍ ଚୁପ୍ ରହିଲା। କେ.ଏଲ୍ ରାହୁଲଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ବୁଡ଼ାଇ ଦେଇଛି।

3) ଚହଲଙ୍କୁ ମିଳିଲା ନାହିଁ ସୁଯୋଗ : 

ଟି -20 କ୍ରିକେଟର କିମ୍ବଦନ୍ତୀ ବୋଲର ୟୁଜଭେନ୍ଦ୍ର ଚହଲ ଟି -20 ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନାହାଁନ୍ତି। ଟିମ୍ ଇଣ୍ଡିଆ ପାଇଁ ଆଇପିଏଲ୍ ହେଉ କିମ୍ବା ଅନ୍ତର୍ଜାତୀୟ ମ୍ୟାଚ୍ ହେଉ, ଚହଲ ନିଜକୁ ସବୁବେଳେ ସଠିକ ପ୍ରମାଣିତ କରିଛନ୍ତି। ଅଷ୍ଟ୍ରେଲିଆର ଏହି ବଡ ଗ୍ରାଉଣ୍ଡ ଏବଂ ପିଚ ରେ ଅଶ୍ୱିନଙ୍କ ଅପେକ୍ଷା ଲେଗ ସ୍ପିନର ଚହଲ ଏକ ଭଲ ବିକଳ୍ପ ବୋଲି ପ୍ରମାଣ କରିପାରିଥାନ୍ତେ।