ଭାରତ କୁ ଲାଗିଲା ବଡ଼ ଝଟକା, ଏବେ ପାକିସ୍ତାନ ଠାରୁ ଜିତିବା କେମିତି ? ଏହି ଷ୍ଟାର୍ ଅଲରାଉଣ୍ଡର ହେଲେ Asia Cup ରୁ ବାହାର

 
rabindra jadeja out of asia cup 2022 due to injury

କ୍ରିକେଟ୍ ଖବର : ବର୍ତ୍ତମାନ ଚାଲିଛି ଏସିଆ କପ 2022। ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଦମଦାର୍ ପ୍ରଦର୍ଶନ କରୁଛି। ସୁପର 4 ରେ ଦଳ ପହଂଚି ସାରିଛି। ତେବେ ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦଳରୁ ଜଣେ ଷ୍ଟାର୍ ଅଲରାଉଣ୍ଡର ବାହାରି ଯାଇଛନ୍ତି। ଶରୀରରେ ଆଘାତ କାରଣରୁ ସେ ଟିମ୍ ରୁ ବାହାରିଛନ୍ତି। ଯାହା ରୋହିତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। 

ଏହି ଷ୍ଟାର୍ ଅଲରାଉଣ୍ଡର ହେଲେ ଦଳରୁ ବାହାର : 

ଟିମ୍ ଇଣ୍ଡିଆର ଅଲରାଉଣ୍ଡର କିଙ୍ଗ୍ ରବୀନ୍ଦ୍ର ଜାଡେଜା ଏସିଆ କପ୍ 2022 ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି।  ରବିନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଛି। ତେଣୁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚରେ ସେ ଖେଳି ପାରିବେ ନାହିଁ। ତାଙ୍କୁ ବର୍ତ୍ତମାନ ବିସିସିଆଇର ମେଡିକାଲ ଦଳ ଚିକିତ୍ସା କରୁଛନ୍ତି। ବୋର୍ଡ ଏକ ବିବୃତ୍ତି ଜାରି କରି ଏହି ସୂଚନା ପ୍ରଦାନ କରିଛି।  

Ravindra_Jadeja_pandya

ପାକିସ୍ତାନ ବିପକ୍ଷ ମ୍ୟାଚରେ ନମ୍ବର- 4 ରେ ବ୍ୟାଟିଂ କରି ଜାଡେଜା ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ଭଲ ଫର୍ମରେ ରହିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ନମ୍ବର 4 ରେ ବ୍ୟାଟିଂ କରି 29 ବଲରେ 35 ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଛକା ଆଉ ଦୁଇଟି ଚୌକା ରହିଥିଲା। ସେହିପରି ପାକିସ୍ତାନ ବିପକ୍ଷରେ ବୋଲିଂ କରି ସେ 2 ଓଭରରେ 11 ରନ ଖର୍ଚ୍ଚ କରିଥିଲେ। କିନ୍ତୁ କୌଣସି ସଫଳତା ହାସଲ କରି ନଥିଲେ। 

ସେହିପରି ହଂକଂ ବିପକ୍ଷରେ ସେ 4 ଓଭର ବୋଲିଂ କରି 15 ରନ ଖର୍ଚ୍ଚ କରିବା ସହିତ ଗୋଟିଏ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ଟିମ୍ ଇଣ୍ଡିଆ ସୁପର -4 ରେ ପହଁଚିଛି। ଦଳର ପରବର୍ତ୍ତୀ ମ୍ୟାଚ୍ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ପୁଣି ପାକିସ୍ତାନ ସହିତ ହେବ। 

ଜାଡେଜାଙ୍କ ସ୍ଥାନ ନେବେ ଏହି ଖେଳାଳି :

ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ପଟେଲ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଥିଲେ। ସେ ଜଣେ ବାମହାତୀ ସ୍ପିନ୍ ବୋଲର ତଥା ଜାଡେଜାଙ୍କ ପରି ବାମହାତୀ ବ୍ୟାଟ୍ସମ୍ୟାନ୍ ବି।  ୱେଷ୍ଟଇଣ୍ଡିଜ୍ ଗସ୍ତରେ ବ୍ୟାଟ୍ସମ୍ୟାନଙ୍କ ସହ ଅକ୍ଷୟ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ।  ODI ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତର ପରାଜୟ ନିଶ୍ଚିତ ମନେ ହେଉଥିଲା, କିନ୍ତୁ ଅକ୍ସର 35 ବଲରେ 64 ରନ୍ ସଂଗ୍ରହ କରି ଭାରତକୁ ବିଜୟ ପ୍ରଦାନ କରିଥିଲେ।