ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ 5 ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ, ପଏଣ୍ଟ ଟେବୁଲରେ ହେଲା ବଡ଼ ପରିବର୍ତ୍ତନ

 
India win

କ୍ରିକେଟ ଖବର : ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 20 ଓଭରରେ 6 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରି ବାଂଲାଦେଶକୁ 185 ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ବାଂଲାଦେଶୀ ଓପନର୍ ଲିଟନ୍ ଦାସ ତାଙ୍କ ଦ୍ରୁତ ବ୍ୟାଟିଂ ସହ ଟିମ୍ ଇଣ୍ଡିଆର ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରିଥିଲେ। ପରେ ବର୍ଷା ହେତୁ ମ୍ୟାଚ୍ 16 ଓଭରକୁ କମିଯାଇଥିଲା।

Team india

ବାଂଲାଦେଶକୁ 151 ରନର ଟାର୍ଗେଟ ମିଳିଥିଲା ​​ଏବଂ ମ୍ୟାଚ୍ ଆରମ୍ଭରେ କେ.ଏଲ୍ ରାହୁଲ ଅଷ୍ଟମ ଓଭରର ଦ୍ୱିତୀୟ ବଲରେ ରକେଟ୍ ବେଗରେ ଥ୍ରୋ କରି ବାଂଲାଦେଶୀ ଓପନର୍ ଲିଟନ୍ ଦାସଙ୍କୁ ରନ ଆଉଟ୍ କରିଥିଲେ ଏବଂ ବାଂଲାଦେଶ ମାତ୍ର 145 ରନ୍ ସ୍କୋର କରିପାରିଥିଲା। 

ଦେଖନ୍ତୁ ପଏଣ୍ଟ ଟେବୁଲ୍ : 

ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି -20 ବିଶ୍ୱକପ ମ୍ୟାଚ୍ ଖେଳାଯାଇଥିଲା।  ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ।  ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଭାରତ ମଧ୍ୟ ଏହି ମ୍ୟାଚ ଜିତିଲା।