ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସୁର୍ଯ୍ୟକୁମାର ଏବଂ ଇଶାନ କିଶାନଙ୍କୁ ମିଳିଲା ସୁଯୋଗ ତ ପୃଥୀ ଶ' T20 ଦଳରେ ହେଲେ ସାମିଲ

 

କ୍ରିକେଟ୍ ଖବର: ବିସିସିଆଇ ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ଏବଂ ODI ସିରିଜ୍ ପାଇଁ ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରିଛି। ଟେଷ୍ଟ ସିରିଜ ପାଇଁ ସୁର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବାବେଳେ ପୃଥୀ ଶ' ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ଦଳରେ ସ୍ଥାନ ପାଇଛନ୍ତି।

ପୃଥୀ ଶ' ପାଖାପାଖି 537 ଦିନ ପରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଟି-20 ମ୍ୟାଚ ଜୁଲାଇ 2021 ମସିହାରେ ଖେଳିଥିଲେ। ସେପଟେ ଇଶାନ କିଶନ ସାଥୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତଙ୍କ ସହ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ଟିମ୍ ଇଣ୍ଡିଆର ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା କୌଣସି ବି ଦଳରେ ସ୍ଥାନ ପାଇ ନାହାନ୍ତି। 

ତେବେ ପାରିବାରିକ ପ୍ରତିବଦ୍ଧତା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ପାଇଁ କେ.ଏଲ୍ ରାହୁଲ ଏବଂ ଆକ୍ସର ପଟେଲ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି। 

ଆହୁରି ପଢ଼ନ୍ତୁ : IND vs SL: ଟିମ୍ ଇଣ୍ଡିଆକୁ ଲାଗିଲା ପୁଣି ବଡ ଝଟକା, ଏହି ଭେଟେରାନ୍ ଖେଳାଳି ତୃତୀୟ ODI ରୁ ବାଦ ପଡିଛନ୍ତି

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧୀନାୟକ), ଶୁଭମାନ ଗିଲ, ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏସ୍ ଭରତ (wk), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧୀନାୟକ), ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମଦ ଶାମି, ମହମଦ ସିରାଜ, ଉମ୍ରାନ ମଲିକ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ୍ ପାଇଁ ଭାରତୀୟ ଦଳ:
 
ହାର୍ଦ୍ଦିକ ପାଣ୍ଡ୍ୟା (ଅଧୀନାୟକ), ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଇଶାନ କିଶନ (wk), ଋତୁରାଜ୍ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (wk), ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ , ଶିବମ ମାଭି, ପୃଥୀ ଶ', ମୁକେଶ କୁମାର।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ 2ଟି ଟେଷ୍ଟ ପାଇଁ ଭାରତୀୟ ଦଳ:

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପଅଧୀନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେସୟ ଆୟର, କେ.ଏସ୍ ଭରତ (wk), ଇଶାନ୍ କିଶାନ୍ (wk), ଆର ଅଶ୍ୱିନ୍, ଆକ୍ସର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ଯ୍ୟକୁମାର ଯାଦବ।