ଏହି ଖେଳାଳିଙ୍କ ଉପରେ ବର୍ଷିଲେ ସୁନୀଲ ଗାଭାସ୍କର, କହିଲେ "ଯେତେବେଳେ ବି ମାଡ଼ ଖାଉଛନ୍ତି, ବୋଲିଂ ଆସୁନି ଯଦି ସନ୍ୟାସ ନିଅ"

 
Sunil Gavaskar got angry on Bhuvneshwar Kumar

କ୍ରିକେଟ ଖବର : ବୋର୍ଡରେ ମୋଟ 208 ରନ୍ ସ୍କୋର ରଖିବା ପରେ ବି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି -20 ମ୍ୟାଚରେ ଟିମ୍ ଇଣ୍ଡିଆ ମ୍ୟାଚ ହାରିଛି। ତେବେ ଅଧିନାୟକ ରୋହିତ ଶର୍ମାଙ୍କୁ ଏହି ହାରିବା ବିଷୟରେ ପଚାରାଯାଇଥିଲା, ବିଶେଷ କରି ସେ ମ୍ୟାଚ ହାରିବାର କାରଣ ବୋଲରମାନଙ୍କୁ କହିଥିଲେ।

ତେବେ ଯଦି ଆମେ ଭାରତୀୟ କ୍ରିକେଟ୍ ଦଳର ରେକର୍ଡକୁ ଦେଖିବା, ଗତ କିଛି ଟି -20 ମ୍ୟାଚ୍ ରେ, ଏହା ପ୍ରଥମେ ବ୍ୟାଟିଂ କରିବା ପରେ ଲଗାତାର ଲକ୍ଷ୍ୟ ରକ୍ଷା କରିବାରେ ବିଫଳ ହୋଇଛି। ପ୍ରଥମେ ଏସିଆ କପରେ ପାକିସ୍ତାନ ବିପକ୍ଷରେ, ପରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ହାରିଲା ଏବଂ ବର୍ତ୍ତମାନ ପୁଣି ସେହି ସମାନ ଭୁଲ୍ ଦଳ କରୁଛି ଅଷ୍ଟ୍ରେଲିଆ ବିପକ୍ଷରେ। ଏହି ତିନୋଟି ମ୍ୟାଚ୍‌ରେ ଦଳ ଉନବିଂଶ ଓଭରରେ ମ୍ୟାଚ୍‌ ହାରୁଛି। ଆଉ ଏହି ଉନବିଂଶ ଓଭର ପକାଇଥିଲେ ଟିମର୍ ଅଭିଜ୍ଞ ବୋଲର୍ ଭୁବନେଶ୍ୱର କୁମାର। 

ind vs aus 1st t20 aus win

ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଭୁବନେଶ୍ୱର କୁମାରଙ୍କ ବୋଲିଂ ବିଷୟରେ ପ୍ରଶ୍ନ ଉଠାଇଛନ୍ତି।  କେବଳ ଗାଭାସ୍କର ନୁହଁନ୍ତି, ଭୁବନେଶ୍ୱରଙ୍କ ଖରାପ ବୋଲିଂରେ କ୍ରିକେଟ୍ ପ୍ରଶଂସକମାନେ ଅତ୍ୟଧିକ ରାଗିଛନ୍ତି।

ଭୁବିଙ୍କ ବୋଲିଂ ବିଷୟରେ କଣ କହିଲେ ଗାଭାସ୍କର:

ମୁଁ ଭାବୁନାହିଁ ଯେ ଫିଲଡରେ ଆମେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି। ଆମେ ଭଲ ବୋଲିଂ କରିନାହୁଁ ଏବଂ ଉଦାହରଣ ସ୍ୱରୂପ, ଆମେ 19 ତମ ଓଭରକୁ ନେବା, ଏହି ଓଭର ପ୍ରକୃତରେ ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି। 

73 ବର୍ଷୀୟ ସୁନୀଲ ଗାଭାସ୍କର ତାଙ୍କ ବିବୃତ୍ତିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ବି ଭୁବନେଶ୍ୱରଙ୍କୁ ବୋଲିଂ କରିବାକୁ କୁହାଯାଉଛି, ସେ ରନ୍ ଦେଉଛନ୍ତି। ତାଙ୍କ ପରି ଅଭିଜ୍ଞ ବୋଲରଙ୍କଠାରୁ ଏହି ଭଳି ଖରାପ ଖେଳ ମୁଁ ଆଶା କରୁନାହିଁ। ଏବେ ଅଧୀନାୟକ ଆଉ କୋଚଙ୍କୁ ଏହି ପ୍ରସଙ୍ଗରେ ଗଭୀର ଭାବେ ଚିନ୍ତା କରିବାକୁ ପଡ଼ିବ।