ପାକିସ୍ତାନ ଫାଇନାଲକୁ ଯିବା ମାତ୍ରେ ଶୋଏବ ଅଖତର ଭାରତକୁ ନେଇ ପୁଣି ଦେଲେ ବଡ଼ ବୟାନ୍, କହିଲେ ଏମିତି

 
shoeb akhtar on team india

କ୍ରିକେଟ ଖବର : ପାକିସ୍ତାନ କ୍ରିକେଟ୍ ଦଳ ଟି -20 ବିଶ୍ୱକପ 2022 ର ଫାଇନାଲରେ ପହଁଚି ସାରିଛି। ସେମିଫାଇନାଲରେ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡକୁ ସାତ ୱିକେଟରେ ପରାସ୍ତ କରିଛି। ପାକିସ୍ତାନର ଏହି ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳିମାନେ ଏହି ବିଜୟ ଉତ୍ସବ ପାଳନ କରି ଅନେକ ଟ୍ୱିଟ୍ କରିଥିଲେ ଏବଂ ଏହି ଧାରାରେ ଶୋଏବ ଅଖତର ଭାରତକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ।

କଣ କହିଲେ ଅଖତର : 

ଶୋଏବ ଅଖତର ଭାରତକୁ ଧମକ ଦେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, 'ହଁ ହିନ୍ଦୁସ୍ତାନ, ଆମେ ମେଲବୋର୍ଣ୍ଣରେ ପହଞ୍ଚି ସାରିଛୁ। ଆମେ ତୁମକୁ ଅପେକ୍ଷା କରିଛୁ, ତୁମେ ଆସ, ତୁମ ପାଇଁ ମୋର ଶୁଭକାମନା। ଆପଣ ଇଂଲଣ୍ଡକୁ ପରାସ୍ତ କରି ମେଲବୋର୍ଣ୍ଣରେ ପହଞ୍ଚି ପାରିବେ।