ଟେଷ୍ଟ ଦଳରେ ସୁର୍ଯ୍ୟକୁମାର ଯାଦବଙ୍କ ଚୟନ ପରେ ସରଫରାଜ ଖାନ ହେଲେ କ୍ରୋଧିତ, ନିଜର ସ୍କୋର ଦେଖାଇ BCCI କୁ କଲେ ସମାଲୋଚନା

 
Sarfaraz Khan

କ୍ରିକେଟ୍ ଖବର: ଭାରତୀୟ ଘରୋଇ କ୍ରିକେଟରେ ସରଫରାଜ ଖାନ ଭଲ ପ୍ରଦର୍ଶନ କରୁଛନ୍ତି।ତେଣୁ ପ୍ରଶଂସକମାନେ ତାଙ୍କୁ ଯଥାଶୀଘ୍ର ଟିମ୍ ଇଣ୍ଡିଆ ଜର୍ସିରେ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି। ଗତ ଦୁଇଟି ରଣଜୀ ସିଜନରେ ଏହି ଖେଳାଳି ତାଙ୍କ ବ୍ୟାଟ୍ ସହିତ ଭଲ ରନ ସଂଗ୍ରହ କରିଛନ୍ତି। କିନ୍ତୁ ଏହା ପରେ ବି ସେ ଜାତୀୟ ଦଳରେ ସ୍ଥାନ ପାଇ ପାରୁନାହାଁନ୍ତି। 

ଜାନୁଆରୀ 13 ତାରିଖ ଦିନ, ଆଗାମୀ ବୋର୍ଡର-ଗାଭାସ୍କର ଟ୍ରଫି ପାଇଁ ବିସିସିଆଇ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଯେଉଁଥିରେ ସରଫରାଜ ଖାନ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଦୃଢଥିଲା, କିନ୍ତୁ ସରଫରାଜ  ଏହି ଦଳରେ ସ୍ଥାନ ପାଇ ପାରିଲେ ନାହିଁ। 

Sarfaraz Khan and Surya kumar

ଇନଷ୍ଟା ଷ୍ଟୋରି ମାଧ୍ୟମରେ ସରଫରାଜ ଖାନ ଦେଖାଇଲେ ନିଜର କ୍ରୋଧ :

ଘରୋଇ କ୍ରିକେଟ୍ ରେ ସରଫରାଜ ଖାନଙ୍କ କ୍ରମାଗତ ଭଲ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଗତ ବର୍ଷ ବାଂଲାଦେଶ ଗସ୍ତରେ ଟେଷ୍ଟ ସିରିଜରେ ତାଙ୍କର ଚୟନ ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ଅଭିମନ୍ୟୁ ଇସରୱାନଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ଦିଆଯାଇଥିଲା। ଏଥି ସହିତ, ବୋର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ତାଙ୍କୁ ଦଳର ଏକ ସ୍ଥାନ ପାଇଁ ଏକ ଦୃଢ଼ ପ୍ରତିଯୋଗୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଏବେବି ସୁଯୋଗ ଦିଆଗଲାନି ତାଙ୍କୁ। 

ବିସିସିଆଇ ସରଫରାଜଙ୍କୁ ଚୟନ ନ କରି ଇଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇଛି। ଯାହା ସାମ୍ପ୍ରତିକ ଫର୍ମ ଏବଂ ଆକଳନ ଅନୁଯାୟୀ ତାଙ୍କ ଠାରୁ ବହୁତ ପଛରେ ଅଛନ୍ତି ଏହି ଦୁଇ ଖେଳାଳି। ଏହା ପରେ ବି ସରଫରାଜ ଖାନ ତାଙ୍କ ଚୟନରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିବା ନଜର ଆସିଛନ୍ତି, ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ରେକର୍ଡ ସେୟାର କରି ବିସିସିଆଇକୁ ଟାର୍ଗେଟ କରିଛନ୍ତି।

ଆହୁରି ପଢ଼ନ୍ତୁ: 'ଜୟ ଶାହା ସାର...' ରଣଜୀ ଟ୍ରଫିରେ ଟ୍ରିପଲ 100 କରି ଇତିହାସ କଲା ପରେ ପୃଥି ଶ' BCCI ସଚିବ ଜୟ ଶାହାଙ୍କୁ ଟ୍ୱିଟ କରି କହିଲେ ଏମିତି