ବିରାଟଙ୍କ ନିରାଶଜନକ ଫର୍ମକୁ ନେଇ ପ୍ରତିକ୍ରିୟା ଦେଲେ ରିଜୱାନ, କହିଲେ - କୋହଲି ବର୍ତମାନ ପର୍ଯ୍ୟନ୍ତ...

 

କ୍ରିକେଟ ଖବର : ପାକିସ୍ତାନର ଦିଗଜ ୱିକେଟକିପର ତଥା ବ୍ୟାଟସମ୍ୟାନ ମହମ୍ମଦ ରିଜୱାନ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରିଜୱାନ କହିଛନ୍ତି ଯେ, ବିରାଟ କୋହଲିଙ୍କ ପାଇଁ ସେ ପ୍ରାର୍ଥନା କରିବେ କି ସେ ଖୁବଶୀଘ୍ର ଫର୍ମକୁ ଫେରିଆସନ୍ତୁ କାରଣ ସେ ଜଣେ ବହୁ ପରିଶ୍ରମୀ ଖେଳାଳି ଅଟନ୍ତି ।

ବିରାଟ କୋହଲିଙ୍କ ପାଇଁ ଆଇପିଏଲ ୨୦୨୨ ଏତେ ଭଲ ହୋଇନାହିଁ। ସେ ଅଧିକ ମ୍ୟାଚ ଖେଳିପାରିନାହାନ୍ତି ଓ ତାଙ୍କର ଷ୍ଟ୍ରାଇକ ରେଟ୍ ବହୁତ ଖରାପ ରହିଛି। କୋହଲି ଆରସିବି ପାଇଁ ଏହି ସିଜିନରେ ଏପର୍ଯ୍ୟନ୍ତ ୨୧୬ ରନ ସଂଗ୍ରହ କରିଛନ୍ତି। ସେ ୩ଟି ମ୍ୟାଚରେ ଶୁନ ରନରେ ବି ଆଉଟ ହୋଇଯାଇଛନ୍ତି। 

ବିରାଟ କୋହଲିଙ୍କ ଖରାପ ଫର୍ମ ବିଷୟରେ ମହମ୍ମଦ ରିଜୱାନ ମଧ୍ୟ ଏକ ବଡ଼ ବିବୃତ୍ତି ଦେଇଛନ୍ତି:

କ୍ରିକୱିକରେ ଏକ ବାର୍ତ୍ତାଳାପ ସମୟରେ ସେ ଏହା କହିଛନ୍ତି ଯେ, ମୁଁ କହିବି ଯେ ବିରାଟ କୋହଲି ଜଣେ ଚାମ୍ପିଅନ୍ ଖେଳାଳି ଅଟନ୍ତି। କିନ୍ତୁ ଏହି ପର୍ଯ୍ୟାୟରେ ଆମେ କେବଳ ତାଙ୍କ ପାଇଁ ପ୍ରାର୍ଥନା କରିପାରିବା କାରଣ ସେ ଜଣେ ବହୁତ ପରିଶ୍ରମୀ କ୍ରିକେଟର। କଠିନ ସମୟ ଆସେ ଏବଂ ଜିନିଷ ମଧ୍ୟ ସହଜ ହୋଇଥାଏ। ପ୍ରତ୍ୟେକ ଖେଳାଳୀ ଏକ ଶତକୀୟ ସ୍କୋର କରନ୍ତି ଏବଂ ଶୂନ ରନ ମଧ୍ୟ କରି ଆଉଟ୍ ହୋଇଥାନ୍ତି। ତେବେ ମୁଁ କେବଳ ବିରାଟଙ୍କ ପାଇଁ ପ୍ରାର୍ଥନା କରିପାରିବି ଏବଂ ଆଶା କରିବି ଯେ ସେ କଠିନ ପରିଶ୍ରମ ସହିତ ନିଜର ପୂର୍ବ ଫର୍ମକୁ ଫେରି ଆସିବେ। 

ସୂଚନାଯୋଗ୍ୟ ଯେ, ଅନେକ ଭେଟେରାନ ବିରାଟ କୋହଲିଙ୍କୁ ତାଙ୍କର ଖରାପ ଫର୍ମ ବିଷୟରେ ଅନେକ ପ୍ରକାରର ପରାମର୍ଶ ଦେଉଛନ୍ତି।  ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତାଙ୍କୁ ଆଇପିଏଲରୁ ବିରତି ନେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦ ମଧ୍ୟ କହିଥିଲେ ଯେ ବିରାଟ କୋହଲିଙ୍କୁ ଏକ ବିରତି ଆବଶ୍ୟକ।