ଦେଖନ୍ତୁ ଭିଡ଼ିଓ: ଗ୍ରାଉଣ୍ଡମ୍ୟାନଙ୍କୁ ଧକ୍କା ଦେଲେ ରିତୁରାଜ ଗାଇକୱାଡ, ଫ୍ୟାନ୍ସ ହେଲେ ରାଗ ଜର୍ଜରିତ

 

କ୍ରିକେଟ ଖବର : ଡ୍ର' ରେ ଶେଷ ହୋଇଛି ଭାରତ ବନାମ ଦକ୍ଷିଣ ଆଫ୍ରିକାର ସିରିଜ୍। 2-2 ରେ ଡ୍ର' ହୋଇଛି ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍। କାରଣ ବର୍ଷା ହେତୁ ଏହାର ଶେଷ ମ୍ୟାଚର ରେଜଲ୍ଟ ଆସି ପାରିନାହିଁ। ଭାରତୀୟ ଦଳ କେବଳ 3 ଓଭର ଖେଳି ଶେଷ 2 ୱିକେଟ୍ ହରାଇ ମ୍ୟାଚରେ 28 ରନ ସଂଗ୍ରହ କରିଥିଲା। ଭାରତୀୟ ଦଳର ଦୁଇ ଓପନର ଇଶାନ୍ କିଶାନ୍ ଏବଂ ରିତୁରାଜ ଗାଇକୱାଡ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। 3 ଓଭର ଖେଳ ହେବା ପରେ ବର୍ଷା ଆରମ୍ଭ ହୋଇଥିଲା। ଆଉ ଜମାରୁ ଛାଡିବାର ନାଁ ନେଇ ନଥିଲା। ଯାହା ଫଳରେ ମ୍ୟାଚକୁ ସ୍ଥଗିତ କରଯାଇଥିଲା ।

ତେବେ ଏହି ମ୍ୟାଚରେ ରିତୁରାଜ ଗାଇକୱାଡଙ୍କର ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଥିରେ ସେ ଜଣେ ଗ୍ରାଉଣ୍ଡମ୍ୟାନଙ୍କୁ ଧକ୍କା ଦେଉଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ପ୍ରଶଂସକମାନେ ସୋସିଆଲ୍ ମିଡ଼ିଆରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

କାହିଁକି ଗ୍ରାଉଣ୍ଡମ୍ୟାନଙ୍କୁ ଧକ୍କା ଦେଲେ ରିତୁରାଜ ? 

ଭିଡ଼ିଓରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ଯେ, ଅନ୍ୟ ଖେଳାଳିଙ୍କ ସହିତ ଡ଼ଗଆଉଟରେ ବସିଛନ୍ତି ରିତୁରାଜ ଗାଇକୱାଡ। ଠିକ୍ ସେତିକିବେଳେ ଜଣେ ଗ୍ରାଉଣ୍ଡମ୍ୟାନ ମୋବାଇଲ ଦ୍ୱାରା ରିତୁରାଜଙ୍କ ସହିତ ସେଲ୍ଫି ଉଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ରିତୁରାଜ ତାଙ୍କୁ ଧକ୍କା ଦେଇ ଦୁରେଇ ଦେଇଥିଲେ। ରିତୁରାଜଙ୍କୁ ଗ୍ରାଉଣ୍ଡମ୍ୟାନଙ୍କର ଏହି କାମ ପସନ୍ଦ ଆସିନଥିଲା। ତେଣୁ ସେ ତାଙ୍କୁ ନିଜ ଠାରୁ ଦୂରେଇ ଦେଇଥିଲେ। ଏହି କାରଣରୁ ପ୍ରଶଂସକମାନେ ସୋସିଆଲ୍ ମିଡ଼ିଆରେ ରିତୁରାଜଙ୍କ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ଡ଼ଗଆଉଟରେ ବସିବା ସମୟରେ ମୋବାଇଲ ବ୍ୟବହାର କରିବା ମନା ହୋଇଛି। ତେଣୁ ରିତୁରାଜ ଏଭଳି ବ୍ୟବହାର କରିଥିବା ମନେ ହେଉଛି। 

ଦେଖନ୍ତୁ ଭିଡ଼ିଓ :