IND vs SA 2nd T20: ପରାଜୟ ପରେ ଋଷଭ ପନ୍ତ କହିଲେ "କେବଳ ଏହି ଗୋଟିଏ କାରଣରୁ ହାରିଗଲୁ ମ୍ୟାଚ"

 
ind-vs-sa-2nd-t20-rishabh-pant

କ୍ରିକେଟ ଖବର : ଭାରତ ଏବଂ ଦକ୍ଷିଣ ଆଫ୍ରିକା (IND vs SA) ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ମ୍ୟାଚ୍ ଗତକାଲି କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା ଯେଉଁଠାରେ ଦକ୍ଷିଣ ଆଫ୍ରିକା 4 ୱିକେଟରେ ଏହି ମ୍ୟାଚ ଜିତିଥିଲା। ଏହା ସହ ଦକ୍ଷିଣ ଆଫ୍ରିକା ଏହି 5 ମ୍ୟାଚ୍ ବିଶିଷ୍ଟ ସିରିଜରେ 2-0 ଅଗ୍ରଣୀ ହାସଲ କରିଛି।  ଦ୍ୱିତୀୟ ଟି-20 ରେ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ରିଷଭ ପନ୍ତ ଅତ୍ୟନ୍ତ ନିରାଶ ହୋଇଥିଲେ।

କ୍ରମାଗତ ଦ୍ୱିତୀୟ ପରାଜୟ ପରେ କଣ କହିଲେ ଋଷଭ ପନ୍ତ?

ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ଉପରେ ଭାରତୀୟ ଦଳର ନୂତନ ଅଧିନାୟକ ରିଷଭ ପନ୍ତ କହିଛନ୍ତି ଯେ ଆମେ 10-15 ରନ୍ କମ୍ ସ୍କୋର କରିଥିଲୁ। ଭୂବନେଶ୍ୱର କୁମାର ଭଲ ବୋଲିଂ କରିଛନ୍ତି।

ଆମେ ମଧ୍ୟମ ଓଭରରେ ଭଲ ବୋଲିଂ କରିନଥିଲୁ ଏବଂ ଆମକୁ ସେ ସମୟରେ ୱିକେଟ୍ ର ଆବଶ୍ୟକତା ଥିଲା ମାତ୍ର ଆମେ ତାହା କରି ପାରି ନଥିଲୁ । କିନ୍ତୁ ଆମେ ଆହୁରି ଉନ୍ନତି କରିବୁ ଏବଂ ଶେଷ ତିନୋଟି ମ୍ୟାଚ୍ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।

SA-IND-2

ଭାରତୀୟ ଅଧିନାୟକ ରିଷଭ ପନ୍ତ ଆହୁରି କହିଛନ୍ତି ଯେ,ଆଫ୍ରିକୀୟ ଦଳ ବାସ୍ତବରେ ଭଲ ବ୍ୟାଟିଂ କରିଥିଲା।  ଆମେ ଭଲ ବୋଲିଂ କରିପାରିଲୁ ନାହିଁ, ଆଶା କରୁଛୁ ପରବର୍ତ୍ତୀ ମ୍ୟାଚରେ ଉନ୍ନତି କରିବୁ।  ଆମକୁ ବର୍ତ୍ତମାନ ଅବଶିଷ୍ଟ ତିନୋଟି ମ୍ୟାଚ୍ ଜିତିବାକୁ ପଡିବ ବୋଲି ସେ କହିଛନ୍ତି।