ଦ୍ରାବିଡ଼ କଲେ ବଡ଼ ଖୁଲାସା, କହିଲେ ରୋହିତଙ୍କ ପରେ ଏହି ୪ ଜଣ ଖେଳାଳି ମଧ୍ୟରେ ହେବ ଅଧିନାୟକ ପଦ ପାଇଁ ଯୁଦ୍ଧ

 

କ୍ରିକେଟ ଖବର : ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ବର୍ତ୍ତମାନ ରୋହିତ ଶର୍ମାଙ୍କ ହାତରେ ଅଛି। ସେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରୁଛନ୍ତି। ତେବେ ରୋହିତ ଶର୍ମାଙ୍କ ପରେ ଟିମ୍ ଇଣ୍ଡିଆର କମାଣ୍ଡ ନେବାକୁ ଅନେକ ଖେଳାଳି ଆଗ୍ରହୀ ଅଛନ୍ତି। ବିଶେଷକରି ଏଥିରେ କେ.ଏଲ୍ ରାହୁଲ, ରିଷଭ ପନ୍ତ ଏବଂ ଶ୍ରେୟସ୍ ଆୟରଙ୍କ ନାମ ଚର୍ଚ୍ଚାକୁ ଆସିଛି। କିନ୍ତୁ ଆଇପିଏଲ୍ ୨୦୨୨ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଦେଖି ପ୍ରଶଂସକଙ୍କ କଥା ଛାଡ଼ନ୍ତୁ, ନିଜେ ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ ମଧ୍ୟ ପାଣ୍ଡ୍ୟାଙ୍କ ପ୍ରଶଂସକ ହୋଇଛନ୍ତି।

ନିକଟରେ ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ ନିଜେ ସ୍ୱୀକାର କରିଛନ୍ତି ଯେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଆଗାମୀ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇପାରିବ । ନେତୃତ୍ୱ ଦକ୍ଷତା ଦ୍ୱାରା କ୍ରିକେଟରଙ୍କ ବିକାଶ ତ୍ୱରାନ୍ୱିତ ହୋଇଥିବାରୁ ଆଇପିଏଲରେ ଅଧିନାୟକ ଭାବରେ ଭାରତୀୟ ଖେଳାଳିଙ୍କ ସଫଳତା ଜାତୀୟ ଦଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। 

ଦ୍ରାବିଡ଼ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଭଲ କଥା ଯେ ଭାରତୀୟ ଖେଳାଳିମାନେ ଅଧିନାୟକ ପଦରେ ରହି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଆଉ ହାର୍ଦ୍ଦିକ ସେମାନଙ୍କ ମଧ୍ୟରୁ ଜଣେ। ସେହିଭଳି କେ.ଏଲ୍ ଏବଂ ସଞ୍ଜୁ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏବଂ ଶ୍ରେୟସଙ୍କ ଅଧିନାୟକତ୍ୱ ଲାଜବାବ ରହିଥିଲା। ଯୁବ ବ୍ୟାଟ୍ସମ୍ୟାନମାନେ ଦଳର ଅଧିନାୟକତ୍ୱ କରୁଥିବାର ଦେଖି ଭଲ ଲାଗିଲା। ଏହା ତାଙ୍କୁ କ୍ରିକେଟର ଭାବରେ ପରିପକ୍ୱ କରିବାରେ ସାହାଯ୍ୟ କରିବ ବୋଲି ଦ୍ରାବିଡ଼ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଏହି ସମୟରେ ରାହୁଲ ଦ୍ରାବିଡ଼ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଆଇପିଏଲ୍ ୨୦୨୨ ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ବିଷୟରେ ସେ କହିଛନ୍ତି, ତାଙ୍କର ପ୍ରତ୍ୟାବର୍ତ୍ତନ ଭଲ ରହିଛି। ଫର୍ମରେ ଥିବାବେଳେ ହାର୍ଦ୍ଦିକ ଉଭୟ ବ୍ୟାଟ୍ ଏବଂ ବଲ୍ ସହିତ ଜଣେ ମହାନ ଖେଳାଳି ହୋଇପାରିଛନ୍ତି। ସୀମିତ ଓଭର କ୍ରିକେଟ୍ ରେ ସେ ବହୁତ ସଫଳ ହୋଇଛନ୍ତି ଏବଂ ଆଇପିଏଲରେ ମଧ୍ୟ ବହୁତ ଭଲ ଫର୍ମରେ ଥିଲେ। ତାଙ୍କର ଅଧିନାୟକତ୍ୱ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ଏବଂ ସେ ଭଲ ପ୍ରଦର୍ଶନ କରିଥିଲେ।