ଦେଖନ୍ତୁ ଭିଡ଼ିଓ: ନିଜ ପାଇଁ ନୁହଁ, ଦଳ ପାଇଁ ଖେଳନ୍ତି ପନ୍ତ, ଏହି ଭିଡ଼ିଓ ରେ ସଫା ସଫା ଜଣା ପଡୁଛି

 

କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳର ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ 63 ରନ ଏବଂ ବିରାଟ କୋହଲିଙ୍କ 50 ରନ ବଳରେ ଇଂଲଣ୍ଡ ସମ୍ମୁଖରେ 169 ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କିନ୍ତୁ ଦଳର ଖରାପ ବୋଲିଂ କାରଣରୁ ସେମିଫାଇନାଲରୁ ହିଁ ଅଭିଯାନ ଶେଷ ହୋଇଗଲା। ଆଉ ଟିମ୍ ଇଣ୍ଡିଆ ଇଂଲଣ୍ଡ ଠାରୁ 10 ୱିକେଟରେ ପରାସ୍ତ ହୋଇଥିଲା। ତେବେ ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ଏବଂ ବିରାଟ ସେମାନଙ୍କ ଇନିଂସ ଆଧାରରେ ପ୍ରଶଂସକଙ୍କଠାରୁ ବହୁତ ପ୍ରଶଂସା ପାଇଥିଲେ। 

କିନ୍ତୁ ଇତି ମଧ୍ୟରେ ଏକ ଘଟଣା ଘଟିଥିଲା ​​ଯେଉଁଥିରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପନ୍ତ ଦଳ ପାଇଁ ହେଲେ ରନ ଆଉଟ୍ :

ବାସ୍ତବରେ ଏହି ମ୍ୟାଚରେ ରିଷଭ ପନ୍ତ ଦଳ ପାଇଁ ନିଜର ୱିକେଟ୍ ବଳିଦାନ ଦେଇଛନ୍ତି। ଭାରତୀୟ ଇନିଂସର ଶେଷ ଓଭରରେ ଏହି ଘଟଣା ଘଟିଛି।  କ୍ରିସ୍ ଜୋର୍ଡାନଙ୍କ ଓଭରର ତୃତୀୟ ବଲକୁ ମାରିବାରେ ବିଫଳ ହୋଇଥିଲେ ରିଷଭ। ଏହା ପରେ ବଲ ୱିକେଟ୍ କିପରଙ୍କ ନିକଟରେ ପହଞ୍ଚିଥିଲା।  ଏହି ସମୟରେ ହାର୍ଦ୍ଦିକ ବାଇ ରନ ନେବାକୁ ଷ୍ଟ୍ରାଇକର୍ ଆଡ଼କୁ ଦୌଡ଼ିଆସିଥିଲେ। କିନ୍ତୁ ପନ୍ତ ପ୍ରସ୍ତୁତ ନଥିଲେ। 

ତେବେ ହାର୍ଦ୍ଦିକ ସେହି ସମୟରେ ବଡ଼ ଶର୍ଟ ଖେଳୁଥିଲେ। ଆଉ ଦଳକୁ ରନର ଆବଶ୍ୟକ ବି ଥିଲା। ତେଣୁ ଜାଣିଶୁଣି ରନ ଆଉଟ୍ ହେଲେ ରିଷଭ ପନ୍ତ। କଠିନ ପରିସ୍ଥିତି ଦେଖିବା ପରେ ନିଜ ୱିକେଟ୍ ବଳିଦାନ ଦେବାକୁ ନିଷ୍ପତ୍ତି ନେଇଥିଲେ ପନ୍ତ। ଏହା କରି ରିଷଭ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଏବଂ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଅନ୍ୟପଟେ ପନ୍ତଙ୍କର ଏହି ବଳିଦାନକୁ ବୃଥା ଯିବାକୁ ଦେଇ ନ ଥିଲେ ପାଣ୍ଡ୍ୟା। ସେ ଶେଷ 3 ଟି ବଲରେ 10 ରନ ସଂଗ୍ରହ କରିଥିଲେ। ପନ୍ତ ରନ ଆଉଟ୍ ହେବା ପରେ ପାଣ୍ଡ୍ୟା ପରବର୍ତ୍ତୀ ବଲରେ ଛକା ମାରିଥିଲେ। ଆଉ 5ମ ବଲରେ ଚୌକା ମାରିଥିଲେ। ଶେଷ ବଲ ଟି ଚୌକା ହୋଇଥାନ୍ତା, କିନ୍ତୁ ପାଣ୍ଡ୍ୟା ହିଟ୍ ୱିକେଟ୍ ହୋଇଥିଲେ।

ଦେଖନ୍ତୁ ଭିଡିଓ :