ନେଦରଲ୍ୟାଣ୍ଡ ଠାରୁ ହାରିବା ପରେ ସାଉଥ୍ ଆଫ୍ରିକା ଦଳକୁ ଟ୍ରୋଲ୍ କରୁଛନ୍ତି ପାକିସ୍ତାନୀ, କହୁଛନ୍ତି ଏମିତି

 

କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ର 40 ତମ ମ୍ୟାଚ୍ ନେଦରଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା।  ଆଡିଲେଡର ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫ୍ରିକୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ ଦଳ ଚାରି ୱିକେଟ୍ ହରାଇ 159 ରନ୍ ସଂଗ୍ରହ କରିଥିଲା।

ଏହାର ଉତ୍ତରରେ ଆଫ୍ରିକା ଦକ୍ଷିଣ ଆଫ୍ରିକା ଦଳ ଲକ୍ଷ୍ୟ ହାସଲ କରିବା ପାଇଁ ବିଫଳ ହୋଇଥିଲା। ଯେଉଁ କାରଣରୁ ଦଳ ସୋସିଆଲ ମିଡିଆରେ ବହୁତ ଟ୍ରୋଲ ହୋଇଥିବାର ଦେଖାଯାଇଥିଲା।

ଦ୍ଵିତୀୟ ଇନିଂସରେ ନେଦରଲ୍ୟାଣ୍ଡର କଡ଼ା ବୋଲିଂ କରି ତେମ୍ବା ବାଭୁମାଙ୍କ ଦଳକୁ  ଲକ୍ଷ୍ୟ ହାସଲ କରିବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲା।  20 ଓଭରରେ 8 ୱିକେଟ୍ ହରାଇ ଆଫ୍ରିକୀୟ ଦଳ କେବଳ 145 ରନ୍ କରିପାରିଥିଲା। ଫଳସ୍ୱରୂପ ନେଦରଲ୍ୟାଣ୍ଡ 13 ରନରେ ଏହି ମ୍ୟାଚ ଜିତିଥିଲା। ଏଥି ସହିତ, ଏହି ପରାଜୟ ପରେ ପାକିସ୍ତାନର ପ୍ରଶଂସକମାନେ ସୋସିଆଲ ମିଡିଆରେ ଆଫ୍ରିକା ଦଳକୁ କଡ଼ା ଟ୍ରୋଲ କରୁଛନ୍ତି।